ମାଈ ଛେଳିକୁ ବିବାହ କଲେ ଯୁବକ ଆଉ ଯୌତୁକ ମଧ୍ୟ ନେଲେ , ପୁରା ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ :-

ବର୍ତ୍ତମାନ ଦୁନିଆ ହେଉଛି ଇଣ୍ଟରନେଟ ଦୁନିଆ । ଏ ଦୁନିଆରେ ଆଉ କେହି ଚିଠି ଲେଖୁ ନାହାଁନ୍ତି । କାରଣ ଚିଠି କାହାରି ସ୍ଥାନରେ ପହଞ୍ଚିବାକୁ ଯେଉଁଠି ୧୦ ଦିନ ଲାଗି ଯାଉଛି ସେଠାରେ ଗୋଟିଏ ଏସଏମଏସ କିମ୍ବା ସୋସିଆଲ ମିଡ଼ିଆ ମେସେଜ ଗୋଟିଏ ସେକେଣ୍ଡ ନେଉଛି । ତେବେ ଏଇ ଇଣ୍ଟରନେଟ ଦୁନିଆରେ ଅଧିକ ଡିମାଣ୍ଡରେ ବର୍ତ୍ତମାନ ସୋସିଆଲ ମିଡ଼ିଆ । କୌଣସିବି ଘଟଣାକୁ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଅଧିକ ସମୟ ଆଦୌ ଲାଗି ନଥାଏ । ପୁଣି ସୋସିଆଲ ମିଡିଆରେ କୌଣସି ଭଲ ଘଟଣା ଖୁବଶୀଘ୍ର ଭାଇରଲ ହୋଇଥାଏ ।

ଏହା ସହିତ କିଛି ଅଦ୍ଭୁତ ଘଟଣା ମଧ୍ୟ ଖୁବଶୀଘ୍ର ଭାଇରଲ ହୋଇଥାଏ । ସେଥିପାଇଁ ଲୋକେ ଏମିତି କିଛି ଭିଡ଼ିଓ ବନାଇ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଚାହାଁନ୍ତି । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ମଧ୍ୟ ଭାଇରଲ ହେବାକୁ ଏହିପରି ଏକ ରାସ୍ତା ଆପଣେଇଛନ୍ତି । ତେବେ ସୂଚନା ମୁତାବକ ଇଣ୍ଡୋନେସିଆର ବେଞ୍ଜେଙ୍ଗ ଜିଲ୍ଲା ଗ୍ରେସିକରକ୍ଲାମ୍ପର ସେଫୁଲ ନାମକ ଜଣେ ବ୍ୟକ୍ତି ଏକ ମାଈ ଛେଳିକୁ ବିବାହ କରିଛନ୍ତି । ଯାହାଙ୍କ ବୟସ କହିବାକୁ ଗଲେ ୪୪ ବର୍ଷ । ତେବେ ସେ ଗତ ପାଞ୍ଚ ତାରିଖ ଦିନ ଏକ ମାଈ ଛେଳିକୁ ବିବାହ କରିଥିଲେ ।

ବିବାହ ଏମିତି ସାଧାରଣ ନୁହେଁ ବରଂ ପୁରା ରୀତିନୀତିରେ । ଯେମିତି ପଣ୍ଡିତ ବିବାହ କରାନ୍ତି ସେହିପରି । ଏହି ବିବାହରେ ତାଙ୍କର ହାତ ଗଣ୍ଠି ମଧ୍ୟ ପଡ଼ିଛି । ଆଉ ଯୌତୁକ ବାବଦକୁ ସେ ୧୧୭ ଟଙ୍କା ମଧ୍ୟ ଆଣିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ବିବାହ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ସେଠାକାର ଲୋକେ ଯେତେବେଳେ ଏହି ବିବାହର ବିରୋଧ କଲେ ସେତେବେଳେ ସେଫୁଲ ଏହା ମିଛ ବିବାହ ବୋଲି କହିଛନ୍ତି ।

ବାସ୍ତବରେ ସେଫୁଲ ସୋସିଆଲ ମିଡ଼ିଆ ଯୋଗେ ନିଜକୁ ପପୁଲାର କରାଇବା ପାଇଁ ଏପରି କରିଥିଲେ । କାହିଁକି ନା ସୋସିଆଲ ମିଡିଆରେ ଏପରି ଘଟଣା ଖୁବଶୀଘ୍ର ଭାଇରଲ ହୋଇଥାଏ । ତେଣୁ ସେଫୁଲ ନିଜକୁ ଭାଇରଲ କରାଇବା ପାଇଁ ଏହି ଉପାୟକୁ ଆପଣେଇଛନ୍ତି । ଏହି ଭିଡ଼ିଓ ଭାଇରଲ ହେବା ପରେ ଅନେକ ୟୁଜର ଏଥିରେ ଖୁବ ମଜାଦାର କମେଣ୍ଟ ଦେଇଛନ୍ତି । କାରଣ ଗୋଟିଏ ଛେଳିକୁ ବିବାହ କରିବା ଏକ ଅବିଶ୍ୱାସନୀୟ ଘଟଣା ଅଟେ ।

Leave a Reply

Your email address will not be published. Required fields are marked *