ଇନଷ୍ଟାଗ୍ରାମରୁ ଭଲ ପାଇଁ ବାହାହେଲେ, ଗୋଟେ ମାସ ହେଲା ସ୍ବାମୀଙ୍କୁ ଖୋଜି ପାଉନାହାଁନ୍ତି।

ଭୁବନେଶ୍ୱରର ଗାୟତ୍ରୀ ସାମଲ ଦୀର୍ଘ ଦିନ ଧରି ପୁରୀ ଆଡାଲ ଗ୍ରାମର ସୌମ୍ୟ ରଞ୍ଜନ ମଙ୍ଗରାଜଙ୍କୁ ଭଲ ପାଉଥିଲେ। ସେ ପ୍ରଥମେ ସୌମ୍ୟଙ୍କୁ ଇନଷ୍ଟାଗ୍ରାମ ରେ ଭେଟିଥିଲେ। କିଛି ଦିନ ସୋସିଆଲ ମିଡ଼ିଆରେ କଥା ହେବାପରେ ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସିଲେ ଏବଂ ବାହାଘର ପାଇଁ ଚିନ୍ତା କଲେ।

ପ୍ରଥମେ ସେମାନେ କୋର୍ଟ ମ୍ୟାରେଜ କଲେ ଏବଂ ଭଡ଼ା ଘରେ ରହିଲେ। ଏପ୍ରିଲ ୧୬ ରେ ଘର ଲୋକଙ୍କ ସହ ମତିରେ ମନ୍ଦିରରେ ବାହା ହେଲେ। କିଛି ଦିନ ଯିବା ପରେ ପୁଣି ସ୍ବଭାବିକ ଭାବରେ ବେଦିରେ ସବୁ ବନ୍ଧୁ ବାନ୍ଧବଙ୍କ ଆଗରେ ବାହା ହେଲେ।କିନ୍ତୁ ଗତ ଗୋଟେ ମାସ ହେଲା ସୌମ୍ୟ ପଇସା ଏବଂ ସୁନା ଅଳଙ୍କାର ନେଇ କୁଆଡେ ପଳେଇ ଯାଇଛନ୍ତି।

ତାଙ୍କୁ ଖୋଜିବାକୁ ୫ ମାସର ଶିଶୁକୁ ପେଟରେ ଧରି ଗାୟତ୍ରୀ ନିଜ ଶାଶୂ ଘରକୁ ଯାଇଥିଲେ। କିନ୍ତୁ ଶାଶୂଘର ଲୋକଙ୍କ ଏବଂ ତାଙ୍କ ଗାଆଁ ଲୋକ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଲେ। ସେ ବାହାଘର ଫଟୋ ଏବଂ ପ୍ରମାଣ ପତ୍ର ଦେଖେଇବାରୁ ତାଙ୍କୁ ଗାଆଁ ଭିତରକୁ ଯିବାକୁ ଦେଲେ।

ସୌମ୍ୟଙ୍କ ନିଖୋଜ କୁ ନେଇ ତାଙ୍କ ଘରଲୋକ ପୋଲିସ୍ ଆଗରେ କିଛି ଅଭିଯୋଗ କରି ନଥିଲେ କିନ୍ତୁ ଯେତେବେଳେ ଗାୟତ୍ରୀ ସୌମ୍ୟଙ୍କୁ ଖୋଜିବା ପାଇଁ ପୁରୀ ଗଲେ ସେତେବେଳେ ତାଙ୍କ ପୁଅକୁ ଗାୟତ୍ରୀ ମାରିଦେଇଛି ବୋଲି ଅଭିଯୋଗ କଲେ। ଗାୟତ୍ରୀ ପୋଲିସ୍ ଆଗରେ କହିଛନ୍ତି ତାଙ୍କ ସ୍ଵାମୀ ବହୁତ୍ ଭଲ ତାଙ୍କ ବାପା ମାଆ ତାଙ୍କୁ ଲୁଚେଇ ରଖିଛନ୍ତି। ସେଥିପାଇଁ ମୁଁ ଖାଲି ଏତିକି ଚାହୁଁଛି ମୋ ସ୍ଵାମୀ ମୋ ପାଖକୁ ଫେରି ଆସନ୍ତୁ।

Leave a Reply

Your email address will not be published. Required fields are marked *