ଘରକୁ ଲକ୍ଷ୍ମୀ ଆସିବେ ବୋଲି କେରଳର ଦମ୍ପତି ଦେଲେ ଦୁଇ ମହିଳାଙ୍କ ବଳି, ତାପରେ ଯାହା କଲେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଆଧୁନିକ ଯୁଗରେ ଆମେ ରହୁଥିଲେ ମଧ୍ୟ ଅନେକ ଲୋକ ଏବେବି ଅନ୍ଧବିଶ୍ୱାସ ଭଳି ଜିନିଷ ଉପରେ ବିଶ୍ୱାସ ଓ ଭରସା ରଖିଛନ୍ତି। ତେବେ କେରଳର ତ୍ରିରୁବଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଖବର ସାମ୍ନାକୁ ଆସିଛି। ଦମ୍ପତ୍ତି ଅନ୍ଧବିଶ୍ୱାସରେ ବିଶ୍ୱାସ ରଖି ଦୁଇ ମହିଳାଙ୍କ ବଳି ଦେଇଛନ୍ତି। ତେବେ ଏହି ଘଟଣା ପରେ ପୋଲିସ ସ୍ୱାମୀ ସ୍ତ୍ରୀକୁ ଗିରଫ କରିବା ସମେତ ଆଉ ତିନି ଜଣଙ୍କୁ ଗିରଫ କରିଛି। ପୋଲିସ କହିବାନୁଯାୟୀ ପ୍ରଥମେ ତ-ଣ୍ଟି କାଟି ହ-ତ୍ୟା କରିବା ପରେ ଶ-ବକୁ ନେଇ ପୋତି ଦେଇଥିଲେ।

ରିପୋର୍ଟ ଅନୁସାରେ ଦିଆଯାଇଥିବା ମହିଳା ଦୁହିଁଙ୍କ ନାମ ହେଉଛି ରୋସେଲ ଓ ପ୍ରଜ୍ଞା। ତେବେ ଜଣେ ମହିଳା ଜୁନ ମାସରୁ ନିଖୋଜ ଥିବା ବେଳେ ଅନ୍ୟଜଣେ ସେପ୍ଟେମ୍ବର ମାସରୁ ନିଖୋଜ ଥିବାର ଅଭିଯୋଗ ଆସିଥିଲା। ତେବେ ପୋଲିସ ଯେତେବେଳେ ଏହାର ଯାଞ୍ଚ କରୁଥିଲା ସେତେବେଳେ ଜାଣିବାକୁ ପାଇଲା ଯେ ଉଭୟ ମହିଳାଙ୍କୁ ବଳି ଦିଆଯାଇଛି। ପୋଲିସ ଏହି ମାମଲା ଅନୁସାରେ କେରଳର ତ୍ରିରୁବଲ ରେ ରହୁଥିବା ଭଗାବଲ ସିଂ ଓ ତାଙ୍କ ପତ୍ନୀ ଲିଳା ସହିତ ଅନ୍ୟ ଜଣ ପୁରୁଷକୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି।

ପୋଲିସ କହିବାନୁଯାୟୀ ଉଭୟ ମହିଳାଙ୍କୁ ହ-ତ୍ୟା କରାଯାଇଛି। ତେବେ ଦୁଇ ମହିଳାଙ୍କୁ ତୃତୀୟ ବ୍ୟକ୍ତି ଶିହାଵ ପ୍ରଲୋଭନ ଦେଖାଇ ତ୍ରିରୁବଲ ଅଣା ଯାଇଥିଲା ଏବଂ ଏହିଠାରେ ହିଁ ଦୁଇ ମହିଳାଙ୍କୁ ହ-ତ୍ୟା କରାଯାଇଛି। ସେହିଭଳି ଭଗାବଲ ସିଂ ଓ ତାଙ୍କ ପତ୍ନୀ ଲିଳା ଦୁଇ ମହିଳାଙ୍କୁ ବଳି ଦେଇଥିବା ଅଭିଯୋଗ ଅନୁଯାୟୀ ଗିରଫ କରାଯାଇଛି।

ପୋଲିସ କମିଶନର ନାଗାରାଜୁଙ୍କ ଗଣମାଧ୍ୟମକୁ ଆସି କହିଛନ୍ତି ଯେ ଦୁଇ ମହିଳାଙ୍କୁ ହ-ତ୍ୟା କରାଯାଇଛି। ତେବେ ଅନୁମାନ କରାଯାଉଛି ଯେ ବଳି ଦେବା ପାଇଁ ମହିଳାଙ୍କ ଶରୀରରୁ ମସ୍ତକ ଅଲଗା କରି ହ-ତ୍ୟା କରାଯାଇଛି। ତେବେ ହତ୍ୟା କରିବା ପରେ ଏହାକୁ ଲୁଚେଇବା ପାଇଁ ଅପରାଧୀ ଦୁଇ ଶବକୁ ପୋତି ଦେଇଥିଲା। ତେବେ ଶବକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃ-ତ୍ୟୁର କାରଣ ଜଣା ପଡିବ। ତେବେ ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି।

କେବଳ ସେତିକି ନୁହେଁ ପୋଲିସ କମିଶନର ଏକଥା ମଧ୍ୟ କହିଛନ୍ତି ଯେ ସେ ଗିରଫ କରିଥିବା ଆରୋ-ପୀମାନେ ନିଜର ଅପରାଧ ସିକ୍ଵର କରିଛନ୍ତି। ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ସେ ନର ବଳି ଦେଇଛନ୍ତି। ଉଭୟ ମିଶି ଅତି ନିଷ୍ଠୁର ଭାବରେ ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ଉଭୟ ମିଶି ଭଗବାନଙ୍କୁ ଖୁସି କରିବା ପାଇଁ ଓ ନିଜେ ସଂକଟରୁ ବାହାରିବା ପାଇଁ ଦୁଇ ମହିଳାଙ୍କ ବଳି ଭଗବାନଙ୍କ ପାଖରେ ଚଢ଼େଇଛନ୍ତି।

Leave a Reply

Your email address will not be published. Required fields are marked *