ବୁଲଡୋଜର ଲଗାଇ ପୋଲିସ ଭାଙ୍ଗିବ ଅର୍ଚ୍ଚନାର ବଡ଼ ବଡ଼ ଘର।

ସରିଗଲା ଅର୍ଚ୍ଚନାର ଖେଳ। କଥାରେ ଅଛି ରଙ୍କ ଛଞ୍ଚୀଥିଲା ଧନ ମୂଷା କଳା ଜଳ ପାନ। ଯେଉଁ ଘର ଅର୍ଚ୍ଚନା କରିଥିଲେ ଯେଉଁ ଘରେ ଦିନ ବନ୍ଧୁ ଓ ଅର୍ଚ୍ଚନା ଦୁହେଁ ମିଶି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା ଏବେ କୁହାଯାଉଛି କି ସେହି ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗି ଦେବ। ଭାଙ୍ଗିଯିବ ଅର୍ଚ୍ଚନାର ଆଲିସାନ ବଙ୍ଗଳା।

ପୋଲିସ ଧୂଳି ସାତ କରି ମାଟିରେ ମିଶାଇ ଦେବ ଏହି ବିରାଟ ଅଟାଳିକାକୁ। ଏହି ଖବର ଏବେ ଓଡ଼ିଶାର ଘରେ ଘରେ ଲୋକେ ଆଲୋଚନା କରୁଥିବା ବେଳେ ଲୋକେ କହୁଛନ୍ତି ଅନ୍ୟକୁ ବ୍ଲାକମେଲ କରି ଯେଉଁ ଟଙ୍କାରେ ଅର୍ଚ୍ଚନା ଏହି ଆଲିସାନ ବଙ୍ଗଳା ନିର୍ମାଣ କରିଥିଲା ତାହା ଧୂଳିସାତ ହୋଇଗଲା ପରେ ଅର୍ଚ୍ଚନାକୁ ବହୁତ କଷ୍ଟ ହେବ।

କେବଳ ଭୁବନେଶ୍ୱରର ଏହି ଘର ମାଟିରେ ମିଶିଵ ତାହା ନୁହେଁ ଅର୍ଚ୍ଚନାର କୁଆଡେ ଆଉ ଏକ ଘର କେସିଙ୍ଗାରେ ଥିବା କୁହାଯାଉଛି। ଆଉ ସେହି କେସିଙ୍ଗା ଘର ସହିତ ଭୁବନେଶ୍ୱର ଘର ଦୁଇଟି ଘରକୁ ମାଟିରେ ମିଶାଇ ଦିଆଯିବ ବୋଲି ଏବେ ଲୋକେ ବେଶ ଆଲୋଚନା କରୁଛନ୍ତି।

ତେବେ କେବଳ ଏତିକି ନୁହେଁ ଲୋକେ ଆହୁରି କହୁଛନ୍ତି କି ଯେତିକି ପ୍ରମାଣ ଏବେ ଧୀରେ ଧୀରେ ଯୋଗାଡ଼ ହେଲାଣି ଧୀରେ ଧୀରେ ଅର୍ଚ୍ଚନା ବିରୋଧରେ ସେତିକି ପ୍ରମାଣ କୁଆଡେ ଯଥେଷ୍ଟ ଅର୍ଚ୍ଚନାର ଘରକୁ ଧୂଳିସାତ କରିବା ପାଇଁ। ତେବେ ସବୁଠାରୁ ବଡ଼ କଥା ହେଉଛି କେଉଁ ଭଳି ବେଆଇନ ଭାବେ ଅର୍ଚ୍ଚନା ଏହି ସବୁ ତିଆରି କରିଛି ତାର ଖୋଳ ତାଡ଼ ଆରମ୍ଭ ହୋଇଗଲାଣି।

ଆଉ ଏକ ବଡ଼ ଖୁଲାସା ହୋଇଥିବା ଲୋକେ ଆଲୋଚନା କରୁଛନ୍ତି କି କେସିଙ୍ଗାରେ ସରକାରୀ ଜମି ଉପରେ ଛିଡା ହୋଇଥିବା ପୈତୃକ ଘରେ ମଧ୍ୟ ଜେସିବି ଲଗାଯାଇ ଭାଙ୍ଗି ଦିଆଯାଇ ପାରେ ବୋଲି ଲୋକେ କହୁଛନ୍ତି। ଧୀରେ ଧୀରେ ଯେଉଁ କଳା ସାମର୍ଜ୍ୟ ଅର୍ଚ୍ଚନା ଆରମ୍ଭ କରିଥିଲା ସେହି କଳା ସାମାର୍ଯ୍ୟ ଧୂଳିସାତ ହୋଇଯିବ ସବୁଦିନ ପାଇଁ।

ଯେଉଁ କଳା ସାମାର୍ଯ୍ୟ ତିଆରି କରିବାକୁ ଅର୍ଚ୍ଚନାକୁ ବର୍ଷ ପରେ ବର୍ଷ ସାତ ବର୍ଷ ଲାଗିଥିଲା ତାହା ଧୀରେ ଧୀରେ ଶେଷ ହୋଇଯିବ। ଆମ ଆଇନ ବହୁତ ଦୃଢ଼ ଏହା ପୂର୍ବରୁ ମଧ୍ୟ ଅନେକ ବେଆଇନ କାର୍ଯ୍ୟକୁ ଧୂଳିରେ ମିଶାଇ ସାରିଛି ପୋଲିସ । ଏବେ ବୋଧେ ହୁଏ ଅର୍ଚ୍ଚନାର ପାଳି ପଡିବାରେ ଆଲୋଚନା ହେଉଛି।

7 ବର୍ଷ ସମୟ ଭିତରେ ଅର୍ଚ୍ଚନା ପାଲଟି ଯାଇଥିଲା ଧନୀ। କୌଣସି ଜିନିଷରେ ଅର୍ଚ୍ଚନାର ଅଭାବ ନଥିଲା। ଦାମୀ ଘର,ଦାମୀ ଗାଡି,ଘରେ ଦାମୀ ଦାମୀ ଜିନିଷ ସାଙ୍ଗକୁ ଅର୍ଚ୍ଚନା ଆଉ ଜଗବନ୍ଧୁ ରୁପା ଥାଳି ରୁପା ଗ୍ଲାସରେ ପାଣି ପିଉଥିଲେ। ଯେଉଁ ବିଳାସ ପୂର୍ଣ୍ଣ ଜୀବନ ଅର୍ଚ୍ଚନା କାଟିଥିଲେ ଏବେ ଯଦି ପୋଲିସ ଅର୍ଚ୍ଚନାଙ୍କ ଘର ଭାଙ୍ଗି ଦିଏ ଅର୍ଚ୍ଚନା ଆଉ ଥରେ ପୂର୍ବ ଅବସ୍ଥାକୁ ଫେରି ଜୀବନ କିପରି ଜିଇଁବେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତେବେ ଏହି ଭଳି ଅନେକ ଚର୍ଚ୍ଚା ଆଲୋଚନା ଭିତରେ ଅର୍ଚ୍ଚନା ଏବେ ଜେଲରେ ଥିବା ବେଳେ ଜଗବନ୍ଧୁ କେଉଁଠି ତାହା ତ କେହି ହେଲେ ସୁଦ୍ଧା ଜାଣି ନାହାଁନ୍ତି। ତେବେ ସମୟ କହିବ ଆଗକୁ ଘଟଣା କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *