ଗିରଫ ହେଲେ ଆଉ ଜଣେ ରସିକିଆ ଡାକ୍ତର, ମିଛ କହି ୩ ଜଣ ମହିଳାଙ୍କୁ ବାହା ହେଇଥିଲେ…

ପ୍ରତିଦିନ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଅଛି । ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଆଉ ଏଭଳି କିଛି ଖବର ସୋସିଆଲ ମିଡ଼ିଆର ହେଡଲାଇନ ପାଲଟି ଯାଉଛି । ତେବେ ଏଗୁଡିକ ମଧ୍ୟରୁ କିଛିକୁ ସାଧାରଣ ଭାବରେ ବିଶ୍ୱାସ କରିବା ଅସମ୍ଭବ ହୋଇପଡୁଛି । ପୁଣିଥରେ ଏଭଳି ଏକ ଖବର ସାମ୍ନାକୁ ଆସିଛି , ଯାହା ଚାରିଆଡେ ହଇଚଇ ସୃଷ୍ଟି କରିଦେଇଛି । କାହିଁକିନା ପୂର୍ବରୁ ଏଭଳି ଏକ ଖବର ଲୋକଲୋଚନକୁ ଆସିଥିଲା ଆଉ ପୁଣିଥରେ ଆଉ ଏକ ଏଭଳି ଖବର ସାମ୍ନାକୁ ଆସି ଅଛି ।

ତେବେ ଆଜିକାର ଦୁନିଆଁରେ ଏଭଳି ଘଟଣାକୁ ସାଧାରଣ ଭାବରେ ବିବେଚନା କରାଯାଉଛି । କାହିଁକି ନା ପ୍ରତିଦିନ ଏଭଳି କୌଣସି ନା କୌଣସି ଖବର ସାମ୍ନାକୁ ଆସୁଅଛି । ଆଜିକାର ସମୟରେ ପରକୀୟାପ୍ରୀତି ଉପରେ ସମସ୍ତେ ଅଧିକ ଧ୍ୟାନ ଦେଉଛନ୍ତି ଆଉ ଅନ୍ୟମାନଙ୍କ ସହ ରାସଲୀଳା କରିବାରେ ବେଶୀ ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ବିବାହ ପରେ ମଧ୍ୟ ଗୋଟିଏ ପୁରୁଷ କିମ୍ବା ମହିଳାର ଦୁଇ ଦୁଇଟି ସମ୍ପର୍କ ରହୁଛି । ତେବେ ଏଗୁଡିକ ସହଜରେ ଅଟକା ଯାଇପାରିବ ନାହିଁ । କାହିଁକି ନା ସମସ୍ତେ ନିଜ ମନଇଚ୍ଛାରେ କାମ କରିବାରେ ଲାଗିଛନ୍ତି ।

ତେବେ ସୂଚନା ଅନୁଯାୟୀ , ଆଉ ଜଣେ ଡାକ୍ତରଙ୍କର ଏଭଳି ରାସଲୀଳା ସାମ୍ନାକୁ ଆସିଅଛି । ଡାକ୍ତର ଜଣକ ଡାକ୍ତରଖାନାରେ ରୋଗୀ ଦେଖୁଥିବା ସମୟରେ ମହିଳା ପୋଲିସ ତାଙ୍କୁ ଗିରଫ କରିନେଇଛି । ତେବେ ଗିରଫ ପଛର ଗୋଟିଏ କାରଣ ହେଉଛି ପରକୀୟାପ୍ରୀତି । ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ଆଉ ଦୁଇତିନି ଜଣଙ୍କ ସହ ପ୍ରେମ ନ କଲେ ତାଙ୍କୁ ଭଲ ଲାଗୁନଥିଲା । ଅନ୍ୟପକ୍ଷରେ ଏହି ଡାକ୍ତରଙ୍କର ନାମ ଆଶିଷ ପଟ୍ଟନାୟକ ବୋଲି ଜଣାପଡିଛି । ସେ କଟକ ବଡ ମେଡ଼ିକାଲରେ ଡାକ୍ତର ଅଟନ୍ତି ।

ସେ ମିଛ କହି ଏକାଧିକ ଝିଅଙ୍କୁ ବିବାହ କରିଥିଲେ । ତେବେ ସେ ଗୋଟିଏ ନୁହେଁ , ଦୁଇଟି ନୁହେଁ , ତିନି ତିନୋଟି ମହିଳାଙ୍କୁ ବିବାହ କରିଛନ୍ତି । ତାଙ୍କ ତୃତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିନେଇଛି । ବର୍ତ୍ତମାନ ସମୟରେ ମହିଳା ଥାନା ପୋଲିସ ଆଶିଷଙ୍କୁ ପଚରାଉଚରା କରୁଅଛି । ମିଛ କହି ତିନି ଜଣ ମହିଳାଙ୍କୁ ବିବାହ କରିବା ମାମଲାରେ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ତାଙ୍କର ଡାକ୍ତରୀ କାଗଜପତ୍ର ଯାଞ୍ଚ କରିବା ସହିତ ତାଙ୍କୁ ପଚରାଉଚରା କରିବାରେ ଲାଗିପଡିଛି ।

Leave a Reply

Your email address will not be published. Required fields are marked *