ପ୍ରେମ ପାଇଁ ସୀମା ପାର:- ବିବାହ ମଣ୍ଡପରେ ହାଇଡ୍ରାମା, ଦ୍ଵିତୀୟ ବିବାହ ସମୟରେ ଦୁଇ ଛୁଆଙ୍କୁ ନେଇ ପହଞ୍ଚିଲା ସ୍ତ୍ରୀ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତ-କ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀକୁ ଏକୁଟିଆ ଛାଡି ଯାଇ ଦ୍ଵିତୀୟ ବିବାହ କରିଥିଲେ ସ୍ୱାମୀ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ସ୍ତ୍ରୀ ମନରେ ସର୍ବଦା ନିଜ ସମ୍ପର୍କ କୁ ନେଇ ଭ-ୟ ରହିଥାଏ। କାରଣ ଦୁନିଆରେ ଏପରି କୌଣସି ମହିଳା ନାହିଁ ଯିଏକି ନିଜ ସ୍ୱାମୀକୁ ଅନ୍ୟ କୌଣସି ନାରୀ ସହ ଦେଖିଲେ ଚୁପ ରହିବ। ତେବେ ବର୍ତ୍ତମାନ ସମୟରେ ମହିଳା ଜଣକ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ବାହାଘର ମଣ୍ଡପ ରେଡି, ଭୋଜି ଖାଉଛନ୍ତି ଲୋକେ। ଏତିକି ବେଳେ ହଠାତ ସେ ସ୍ଥାନକୁ ଗୋଟିଏ ଛୁଆକୁ କାଖେଇ ଜଣେ ମହିଳା ମଣ୍ଡପ ଆଡକୁ ଚଢି ଆସିଥିଲେ। ମୋ ସ୍ୱାମୀ ମୋ ସ୍ୱାମୀ କହି ଦାବି ଓ ପ୍ର-ତିବା-ଦ କରିଥିଲେ। ବାହାଘର ବନ୍ଦ କରିବାକୁ ଚିଲେଇ ବେଦୀ ଉପରୁ ବରକୁ ଉଠେଇ ନେଇଥିଲେ ମହିଳା ଜଣକ। ତେବେ ଏଭଳି ଘ-ଟ-ଣା ସମ୍ବଲପୁର ଟାଉନ ଥା-ନା ଅନ୍ତର୍ଗତ ଗୁରୁପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଘଟିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୁଜିତ ବାଗ ନାମକ ଜଣେ ବ୍ୟକ୍ତି ବିବାହିତ ପୁରୁଷ ଅଟନ୍ତି। କେବଳ ସେତିକି ନୁହେଁ ସେ ଦୁଇଟି ଛୁଆର ବାପା ମଧ୍ୟ ଅଟନ୍ତି। ତେବେ ସେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଯାଇଥିଲେ। କେବଳ ସେତିକି ନୁହେଁ କଥା ବିବାହ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା। କିନ୍ତୁ ହାତ ଗଣ୍ଠି ପଡିବା ପୂର୍ବରୁ ପ୍ରଥମ ସ୍ତ୍ରୀ ଆସି ବାହାଘର ବେଦୀ ପାଖରେ ପହଞ୍ଚି ଥିଲେ। ତେବେ ପ୍ରଥମ ସ୍ତ୍ରୀ ପହଞ୍ଚି ସବୁ କିଛି ଭଣ୍ଡୁର କରିଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ସୁଜିତ ଚାରି ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। କିନ୍ତୁ ସେ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିବା ପାଇଁ ମନ ମନେଇ ଥିଲେ। କିନ୍ତୁ ତାହା ତାଙ୍କ ପ୍ରଥମ ସ୍ତ୍ରୀ କରିବାକୁ ଦେଇ ନଥିଲେ। ସୁଜିତ ଏବଂ ତାଙ୍କ ସ୍ତ୍ରୀ ଦୁହେଁ ଅନେକ ଦିନ ହେବ ଅଲଗା ରହୁଥିଲେ। ତେବେ ଏହାର ସୁଯୋଗ ନେଇ ସୁଜିତ ଦ୍ୱିତୀୟ ବିବାହ କରୁଥିଲେ। କିନ୍ତୁ ଖବର ପାଇ ପ୍ରଥମ ସ୍ତ୍ରୀ ବାହାଘର ମଣ୍ଡପରେ ପହଞ୍ଚି ବାହାଘର ଅଟକାଇ ଏବଂ ପରେ ପୋ-ଲି-ସକୁ ଡାକି ଥିଲେ।

Leave a Reply

Your email address will not be published. Required fields are marked *