ମୋ ପୁଅ ବୟସର ଡ୍ରାଇଭର, ମୋ ବୟସ ୪୪ : ଦେଖନ୍ତୁ କଣ କହିଲେ ସିଲସିଲା।

ବର୍ତ୍ତମାନ ରାଜଧାନୀ ମଞ୍ଚେଶ୍ୱରରେ ଘଟିଥିବା ଘଟଣା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ସମାଜସେବୀ ସିଲସିଲା ଜଣେ ଇଞ୍ଜିନିୟର ଛାତ୍ରୀ ଅଟନ୍ତି ଏବଂ ସେ ମଞ୍ଚେଶ୍ୱର ରେଲୱେ ରେ ଇଞ୍ଜିନିୟର ଥିବା ବିନାୟକଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ୱାମୀଙ୍କ ଅନ୍ୟ ସ୍ଥାନକୁ ବଦଳି ହେଇଯିବା ପରେ ସ୍ତ୍ରୀ ଡ୍ରାଇଭର ଅଶୋକ ସାହୁଙ୍କ ପ୍ରେମରେ ପଡି ଅ-ନୈ-ତିକ ସମ୍ପ-ର୍କ ରଖିଥିବା ସ୍ୱାମୀ ଅଭିଯୋ-ଗ ଆଣିଥିଲେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସିଲସିଲା ଯାହାଙ୍କର ବୟସ ୪୪ ବର୍ଷ ସେ ସ୍ୱାମୀ ଘରେ ଉପସ୍ଥିତ ନଥିବା ସମୟରେ ୨୭ ବର୍ଷୀୟ ଡ୍ରାଇଭର ଯାହାଙ୍କର ନାମ ଅଶୋକ ସାହୁଙ୍କ ପ୍ରେମ ଜାଲରେ ପଡିଯାଇଥିଲେ। ଏହାପରେ ସେ ଯେଉଁ ଆପାର୍ଟମେଂଟରେ ରହୁଥିଲେ ସେଠାରେ ସିଲସିଲା ଅଶୋକଙ୍କୁ ନିଜ ସ୍ୱାମୀର ପରିଚୟ ଦେଇ ରଖିଥିଲେ। ଏହାପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବା ପାଇଁ ପ୍ରେମିକ ଅଶୋକ ସାହୁଙ୍କ ସହ ମିଶିକରି ଯୋଜନା କରିଥିଲେ।

ତେବେ ଦୁହେଁ ଜିତେନ୍ଦ୍ର ନାମକ ଜଣେ ସୁପାରୀ କିଲରକୁ ଦୁଇ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ତେବେ ସ୍ୱାମୀ ବିନାୟକ ଅଳ୍ପକେ ସୁପାରୀ କିଲରଙ୍କ ହାତରୁ ବଞ୍ଚି ଯାଇଥିଲେ ଏବଂ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ ଆଣିଥିଲେ। ତେବେ ପୋଲିସ ସିଲସିଲା ଏବଂ ଅଶୋକଙ୍କ ନାମରେ ସର୍ଚ୍ଚ ୱାରେଣ୍ଟ ବାହାର କରିଥିଲା ଏବଂ ଖୋଜିବା ଆରମ୍ଭ କରିଦେଇଥିଲା। ତେବେ ଦୁହେଁ ଫେରାର ହୋଇଥିବା ଖବର ମଧ୍ୟ ପୋଲିସ ଜଣେଇ ଥିଲା।

ସିଲସିଲା ସ୍ୱାମୀ କରିଥିବା ଅଭିଯୋଗ କୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ସେ ସାମ୍ନାକୁ ଆସି ଗଣମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଡ୍ରାଇଭର ମୋର ପୁଅ ବୟସର। ମୋ ପୁଅକୁ ୧୭ ବର୍ଷ ଏବଂ ଡ୍ରାଇଭର ଅଶୋକ ସାହୁ ମୋ ପୁଅ ଠାରୁ ଦଶ ବର୍ଷ ବଡ଼। କେବଳ ସେତିକି ନୁହେଁ ସେ ନିଜ ସ୍ୱାମୀଙ୍କ ନାମରେ ଅନେକ ଅଭିଯୋଗ ଆଣିବା ଜଣା ପଡ଼ିଛି। ତାଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈ-ତିକ ସଂପର୍କ ରହିଥିବା କହିଛନ୍ତି। ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି ଏବଂ ସଠିକ ସମୟରେ ଉପସ୍ଥିତ କରିବେ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଜଣେ ଇଞ୍ଜିନିୟର ଛାତ୍ର ଯଦି ମୋତେ ଶାରୀ-ରିକ ସମ୍ପର୍କ ଅବା ପ୍ରେମରେ ଇଚ୍ଛା ଥିଲେ ମୁଁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖି ପାରିଥାନ୍ତି। ସ୍ୱାମୀ ନିଜର ପୁରୁଷତ୍ୱକୁ ଜାହିର କରିବା ପାଇଁ ତାଙ୍କ ଉପରେ ମିଥ୍ୟା ଆରୋପ ଓ ଅଭିଯୋଗ ଆଣିଛନ୍ତି। ସେ ନିଜ ସ୍ୱାମୀକୁ ମାରିବା ପାଇଁ କାହାକୁ ସୁପାରୀ ଦେଇ ନାହାଁନ୍ତି ବୋଲି ଦାବି କରିଛନ୍ତି। ଅନ୍ୟପଟେ ଅତୀତରେ ଘଟିଥିବା ଘଟଣା ବିଷୟରେ କିଛି କହି ନାହାଁନ୍ତି। ବର୍ତ୍ତମାନ ଖବର ଅଡ଼ୁଆରେ ଆସି ପହଞ୍ଚି ଥିଲେ ମଧ୍ୟ ପୋଲିସ ଏହି ବିଷୟରେ ତଥ୍ୟ ସଂଗ୍ରହ କରୁଛି।

Leave a Reply

Your email address will not be published. Required fields are marked *