ଗୋଟିଏ କୁକୁଡ଼ା ଗୋଟିଏ ମଦକୁ ଜଣେ ଭୋଟରଙ୍କ ମୁଣ୍ଡ।

ଭାଇରାଲ ହେଉଛି ଏକ ସାଙ୍ଘାତିକ ଭିଡିଓ। ଯେଉଁଥିରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ବଣ୍ଟା ଯାଉଛି ଗୋଟିଏ ଜୀଅନ୍ତା କୁକୁଡ଼ା ଆଉ ଗୋଟିଏ ମଦ। ବାସ ଏତିକିରେ ଭୋଟର ନିଜ ଅଧିକାରକୁ ନେତାଙ୍କ ପାଖରେ ବିକ୍ରି କରୁଛନ୍ତି। ଭୋଟରଙ୍କ ମୁଣ୍ଡ କିଣିଛନ୍ତି ନେତା। କଣ ସତରେ ଏ ସମାଜ ଏତେ ତଳକୁ ଖସିଗଲାଣି।

ଗୋଟିଏ ମଦ ଆଉ ଆଉ ଗୋଟିଏ କୁକୁଡ଼ା ହିଁ ଭୋଟରଙ୍କ ମୁଣ୍ଡ। ବନ୍ଧୁଗଣ ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କ ମନକୁ ନିହାତି ଭାବେ ଏପରି କିଛି ପ୍ରଶ୍ନ ଆସିବ। ଧୀରେ ଧୀରେ ସମାଜ କେଉଁ ଆଡକୁ ଗତି କରୁଛି ବୋଲି ଆପଣ ମନେ ମନେ ଭାବିବେ। ଆଉ ଏଥିରୁ ଆପଣ ସ୍ପଷ୍ଟ ଅନୁମାନ କରିବେ କି ଦେଶ କେଉଁ ଆଡକୁ ଧୀରେ ଧୀରେ ଗତି କରୁଛି।
ଏବେ ଲୋକେ କହିବା ଆରମ୍ଭ କଲେଣି କି ଧନ୍ୟ ତୁମେ ଭୋଟର ତୁମ ପାଇଁ ହିଁ ନେତା ମନ୍ତ୍ରୀ ଅଫିସର ମାନେ ଲୋକଙ୍କ କଥା ଶୁଣୁନାହାନ୍ତି।

ଲୋକେ ଆହୁରି କହୁଛନ୍ତି କି ଯଦି ତୁମେ ଏପରି ଭାବରେ ଗୋଟିଏ ମଦ ଗୋଟିଏ କୁକୁଡ଼ାରେ ନିଜର ମୁଣ୍ଡ ବିକ୍ରି କରି ନିଜର ଅଧିକାରକୁ ହରାଇବ ତେବେ କାହିଁକି ନେତା ମନ୍ତ୍ରୀ ତୁମ କଥା ଶୁଣି ତୁମ ସମସ୍ୟା ପ୍ରତି ଧ୍ୟାନ ଦେବେ। ତେବେ ଆଉ କିଛି ଲୋକେ ଏହି ଭାଇରାଲ ଭିଡିଓ ଦେଖିବା ପରେ କହୁଛନ୍ତି କି କଣ ହେବ ଆଗକୁ ଦେଶର ଭବିଷ୍ୟତ ? ଏଭଳି ନେତା କିପରି ଦେଶକୁ ଚଳାଇବେ। ଯଦି ସମାଜକୁ ନିଜେ ନେତା ମାନେ କଳୁଷିତ କରନ୍ତି ତେବେ କଣ ହେବ ଆମ ସମାଜର ଭବିଷ୍ୟତ। ଯିଏ ନିଜେ ପ୍ରତିନିଧିତ୍ଵ କରୁଛନ୍ତି ଯିଏ ସମାଜକୁ ଗଢିବେ ସେମାନେ ଯଦି ଲୋକଙ୍କୁ ମଦ ମାଂସ ଦେଇ ପଥ ଭ୍ରଷ୍ଟ କରିବେ ତେବେ କଣ ହେବ ଆଗକୁ ଦେଶର ଭବିଷ୍ୟତ ବୋଲି ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ତେବେ ବନ୍ଧୁଗଣ ଏହି ଭାଇରାଲ ଭିଡ଼ିଓଟି ହେଉଛି କୁଆଡେ କେସିଆରଙ୍କ ଜାତୀୟ ପାର୍ଟିର। ଟିଆରଏସ ଉଦଘାଟନ ପୂର୍ବରୁ। ନେତାଙ୍କ ଏପରି ଅଜବ ଭିଡିଓ ଭାଇରାଲ ହେଉଛି। ତେବେ ଯଦି ନେତା ମନ୍ତ୍ରୀ ମାନଙ୍କର ନିଜ ସ୍ୱାର୍ଥ ପାଇଁ ଏପରି ମାନସିକତା ରହିବ ତେବେ ଲୋକେ କହୁଛନ୍ତି ଅନୁମାନ କରନ୍ତୁ ସେ ନେତା କାମ କରିବେ ନା ଲୋକଙ୍କୁ ଶୋଷଣ କରିବେ। ସେପଟେ କିଛି ଲୋକେ କହୁଛନ୍ତି ନେତା ମନ୍ତ୍ରୀଙ୍କର କୌଣସି ଭୁଲ ନାହିଁ କାରଣ 500 ଟଙ୍କାରେ ନେତା ମନ୍ତ୍ରୀଙ୍କ ପାଖରେ ନିଜର ମୁଣ୍ଡ ବିକ୍ରି କରୁଥିବା କିଛି ଭୋଟରଙ୍କ ପାଇଁ ସମାଜ ଖରାପ ହେଉଛି। ନେତା ମନ୍ତ୍ରୀ ଜନତାଙ୍କ କଥା ବୁଝୁନାହାନ୍ତି। ପଦ ପଦବୀକୁ ଆସିବା ପରେ ସେମାନେ ନିଜକୁ ରାଜା ବୋଲି ଭାବୁଛନ୍ତି। ତେବେ ସାଧାରଣରେ ଆଲୋଚନା ହେଉଛି ଯଦି ବାସ୍ତବରେ ଏମିତି ହୁଏ ତେବେ ଦିନ ଆସିବ ସମାଜରେ ନେତାମନ୍ତ୍ରୀ ମାନେ ଲୋକଙ୍କୁ ଆଉ ଭଲ ଦୃଷ୍ଟିରେ ଦେଖିବେ ନାହିଁ।

ଭୋଟ ଦେଇ ପ୍ରତିନିଧି ଚୟନ କରିବା ହେଉଛି ପ୍ରତ୍ୟକଟି ନାଗରିକ ମାନଙ୍କ ଅଧିକାର। ଯିଏ ସମାଜ ପାଇଁ କାର୍ଯ୍ୟ କରିବ ଯିଏ ସମାଜର ମଙ୍ଗଳ କରିବ ସେହିଭଳି ପ୍ରତିନିଧିଙ୍କୁ ଚୟନ କରିବାକୁ ସମ୍ବିଧାନ ଲୋକଙ୍କୁ ସେହି ଅଧିକାର ଦେଇଛି। ମାତ୍ର ଲୋକେ କଣ କରୁଛନ୍ତି ନା ସାମାନ୍ୟ 500 ଟଙ୍କା ଆଉ ଗୋଟିଏ ବୋତଲ ମଦ ଗୋଟିଏ କୁକୁଡ଼ାରେ ନିଜର ସମସ୍ତ ଅଧିକାର ହରାଇ ଯିଏ ମଦ ମାଂସ ଦେଲା ତାଙ୍କ ପାଖରେ ନିଜର ମୁଣ୍ଡ ବିକ୍ରି କରିଦେଉଛନ୍ତି। ତେବେ ବର୍ତ୍ତମାନ ଲୋକେ କହିଲେଣି କି ଜାଗ୍ରତ ହୁଅ ଜନତା ତୁମ ମୁଣ୍ଡ 500 ଟଙ୍କା ନୁହେ। ନିଜକୁ ଏତେ ଶସ୍ତା କରନି। ସମାଜକୁ ଯିଏ ଭଲ ଭାବରେ ଚଲାଇ ପାରିବ ତାଙ୍କୁ ସମାଜର ଦାୟିତ୍ବ ଦିଅ।

Leave a Reply

Your email address will not be published. Required fields are marked *