ପ୍ରେମ ପାଇଁ ମୋ ବାପା ନେଇଗଲେ ମୋ ଧନର ଜୀବନ। କେମିତି ମୁଁ ଏବେ ବଂଚିବି

ମୋ ଧନ ମତେ ଛାଡି ଆର ପାରିକୁ ଚାଲିଗଲା। ମୋ ବାପା ହିଁ ମୋ ଧନର ବୋଧେ ଜୀବନ ନେଇଗଲେ। କେମିତି ବଞ୍ଚିବି ମୁଁ ମୋ ଧନ ବିନା। ମୋ ଧନ ମତେ କହିଥିଲା ସେ ଖୁବ ଶୀଘ୍ର ମୋ ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ପିନ୍ଧାଇ ମତେ ସ୍ତ୍ରୀ କରି ତା ଘରକୁ ନେଇଯିବ। ହେଲେ ମୋ ଧନକୁ ମାରିଦେଲେ।ମୋ ଧନ ମରିଗଲାନି ଯେ ମୋ ଖୁସି ମଧ୍ୟ ତା ସହିତ ସରିଗଲା।

କଣ ଲାଭ ପାଇଲ ମୋ ଠୁ ମୋ ଧନକୁ ଅଲଗା କରି ? କି ଭୁଲ କରିଥିଲୁ ଆମେ ଭଲ ପାଇବା କଣ ଭୁଲ। ତେବେ କାହିଁକି କୁହାଯାଏ ପ୍ରେମ ପବିତ୍ର,ପ୍ରେମ ଚିରନ୍ତନ ଆଉ ପ୍ରେମ ଶାଶ୍ୱତ। କାହିଁକି ମୋ ଠୁ ମୋ ଜୀବନକୁ ଅଲଗା କଲ। ମୁଁ ମୋ ଧନ ବିନା ବଞ୍ଚି ପାରିବିନି ଏକା ଏକା। ମୁଁ ମୋ ଧନକୁ ବହୁତ ଭଲପାଏ ଆଉ ଆମେ ସାତ ଜନ୍ମର ସାଥି ହେବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲୁ। ହେଲେ ସାତ ଜନ୍ମ କଣ ଗୋଟିଏ ଜନ୍ମ ବି ସାଥିରେ ଏକାଠି ରହିପାରିଲୁ ନାହିଁ।

ବନ୍ଧୁଗଣ ପ୍ରେମ କରିବା ପ୍ରେମୀ ଯୁଗଳଙ୍କୁ ପାଇଁ ମହଙ୍ଗା ପଡିଛି। ହଁ ପ୍ରେମକୁ ଯୁବତୀଙ୍କ ପରିବାର ଲୋକେ ଗ୍ରହଣ କରୁନଥିବା ବେଳେ ଅଭିଯୋଗ ଅନୁଯାୟୀ ଯୁବତୀଙ୍କ ବାପା ସବୁବେଳେ ପ୍ରେମିକ ଯୁବକ ଜଣଙ୍କୁ ତାଙ୍କ ଝିଅ ସହ ମିଳାମିଶା କରିବାକୁ ବାରଣ କରି ଆସୁଥିଲେ। ଏପରିକି ଯୁବତୀଙ୍କ ବାପା କୁଆଡେ କହୁଥିଲେ କି ଯଦି ମୋ ଝିଅର ଜୀବନରୁ ତୁ ନଯାଉ ତାହାଲେ ସବୁଦିନ ପାଇଁ ମୁ ତତେ ମାରି ତା ରାସ୍ତା ସଫା କରିଦେବି। ଆଉ ଅଭିଯୋଗ ଅନୁଯାୟୀ ପ୍ରେମିକ ଯୁବକ ଜଣଙ୍କୁ ଯୁବତୀଙ୍କ ବାପା ହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକେ ନିମାପଡା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଛାନଭିନ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ବି ଗିରଫ କରିନଥିବା ଜଣା ପଡ଼ିଛି।

ତେବେ ବନ୍ଧୁଗଣ ଏପରି ସ୍ପର୍ଶ କାତର ଘଟଣା ସାମ୍ନାକୁ ଆସିଛି ନିମାପଡା ଥାନା ଭିଲ୍ଲୀ ଗ୍ରାମରେ। ଏହି ଗ୍ରାମର ବଳରାମ ସେନାପତିଙ୍କ ପୁଅ ଅନୁପ କୁମାର ସେନାପତି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କର ନିଜ ଗ୍ରାମର ଏକ ଯୁବତୀଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ତେବେ ପ୍ରେମିକ ପ୍ରେମିକାଙ୍କ ପ୍ରେମକୁ ସହଜରେ ଗ୍ରହଣ କରି ପାରିନଥିଲେ ଯୁବତୀଙ୍କ ବାପା।

ଏନେଇ ଯୁବତୀଙ୍କ ବାପା ପୂର୍ବରୁ ଅନେକ ଥର ଯୁବକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ବେଳେ ଗତ କାଲି ଯୁବତୀଙ୍କ ଘର ନିକଟ ଏକ ଆମ୍ବ ଗଛ ମୂଳରୁ ଯୁବକଙ୍କ ମୃତ ଦେହ ମିଳିଥିଲା। ତେବେ ସେପଟେ ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଶବକୁ ଜଗି ରହିଥିବା ବେଳେ ସାଇନ୍ଟଫିକ ଟିମ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମ ସ୍ମଶାନ ରେ ଶବ ସତ୍କାର କରାଜିବ ବୋଲି କୁହାଯାଉଛି। ସେପଟେ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କ ନାମରେ ଏକ ମାମଲା ରୁଜ୍ଜୁ କରାଯାଇଛି।

ତେବେ ପ୍ରେମ ପାଇଁ ଶେଷରେ ଯୁବକଙ୍କ ଜୀବନ ଯାଇଥିବା କୁହାଯାଉଥିବା ବେଳେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।ତେବେ କୌଣସି ମୁହୂର୍ତ୍ତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି। ତେବେ ଯୁବକଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ମଧ୍ୟ ଶୋକାଳୁଲ ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ତଙ୍କର ଗୋଟିଏ ଦାବି କି ଜିଏବି ଯୁବକଙ୍କୁ ହତ୍ୟା କରିଛି ତାଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ପୋଲିସର ତଦନ୍ତ ଶେଷ ହେବା ପରେ ହତ୍ୟା ଉପରୁ ରହସ୍ୟ ହଟିବ।

Leave a Reply

Your email address will not be published. Required fields are marked *