ଗୋଟିଏ ସ୍ୱାମୀର ଛୁଆ ଦୁଇଟି ସ୍ତ୍ରୀଙ୍କ ପେଟରେ ଜଣେ ୧ ମାସ ଆଉ ଜଣେ ୯ ମାସ ଗର୍ଭବତୀ।

ରସିକିଆ ପ୍ରେମିକର କଥା ଶୁଣିଥିବେ ଯିଏ ପ୍ରେମିକାକୁ ପ୍ରତି ମାସରେ ବଦଳାଇ ଥାନ୍ତି ମାତ୍ର ଆମେ ଆପଣଙ୍କୁ କହିବୁ ରସିକିଆ ସ୍ୱାମୀର କଥା। ଏମିତି ରସିକ ଯେ ଗୋଟେ ସ୍ତ୍ରୀକୁ ୯ ମାସର ଗର୍ଭବତୀ କରାଇ ମନ ଶାନ୍ତି ହେଲାନି ଯେ ଆଉ ଗୋଟେ ଝିଅକୁ ଧରି ଚମ୍ପଟ ମାରିଲେ ପ୍ରବଳ ଆଳୁ ଦୋଷ ଥିବା ସ୍ୱାମୀ ଜଣଙ୍କ ଆଉ ଦ୍ୱିତୀୟ ସ୍ତ୍ରୀ ବି କହୁଛନ୍ତି ମୁଁ ୧ ମାସର ଗର୍ଭବତୀ। ଜଣେ ୯ ମାସର ଗର୍ଭବତୀ ଆଉ ଜଣେ ୧ ମାସର ଗର୍ଭବତୀ।

ଏ କଥା ଶୁଣି ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥିବ ନିଶ୍ଚିତ ହେଲେ ଏହା ସମ୍ପୁର୍ଣ୍ଣ ସତ କଥା ଆଜ୍ଞା। ଆଉ ପୁରା ଘଟଣା ଜାଣିଲେ ଆପଣ ବି ହୁଏତ ସ୍ତବ୍ଧ ପାଲଟି ଯାଇପାରନ୍ତି। ଦେଖିବାକୁ ଏକ ଦମ କିଙ୍ଗ ପରି ଲାଗୁଛନ୍ତି ଆଉ ସ୍ଵାମୀ ଜଣଙ୍କୁ ଦେଖିଲେ ବି ଲାଗୁଛି ପ୍ରବଳ ନୁହେଁ ସ୍ୱାମୀଙ୍କର ଅତି ପ୍ରବଳ ଆଳୁ ଦୋଷ ଅଛି। ଗୋଟିଏ ସ୍ତ୍ରୀକୁ ବିବାହ କରିଥିଲେ କିଛି ମାସ ତାଙ୍କ ସହ ସଂସାର କରିଥିଲେ। ହେଲେ ରସିକିଆଙ୍କ ମନ ପୁରି ଗଲା ପ୍ରଥମ ସ୍ତ୍ରୀଙ୍କ ପାଖରୁ।

ତା ପରେ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁଯାୟୀ ପ୍ରଥମ ସ୍ତ୍ରୀଙ୍କୁ ମାର ଧର କରି ସବୁଦିନ ଝଗଡା ଲଗାଇ ନେଇ ଛାଡି ଦେଇ ଆସିଲେ ସ୍ତ୍ରୀଙ୍କ ବାପାଙ୍କ ଘରେ।ହେଲେ ସ୍ତ୍ରୀ ଯେତେବେଳେ ପୁଣି ଥରେ ସ୍ୱାମୀଙ୍କ ପାଖକୁ ଚାଲି ଆସିଲେ ସ୍ୱାମୀ ଏଥର କଣ କରିବେ ଭାବି ଅନେକ ଉପାୟ ଖୋଜି ଅତି ଚତୁରତାର ସହ ନେଇ ପୁଣି ଥରେ ପ୍ରଥମ ସ୍ତ୍ରୀକୁ ବାପାଙ୍କ ଘରେ ଛାଡିକି କହିଁକି ଆସିଲେ କି ତୁ ତୋ ବାପାଙ୍କ ଘରେ ୬ ମାସ ରହ ତୋର ଛୁଆ ହେଲା ବେଳେ ମୁଁ ଆସିବି ଆଉ ତତେ ଓ ଆମ ଛୁଆକୁ ସାଥିରେ ନେଇକି ଯିବି। ସ୍ୱାମୀଙ୍କ ମନରେ ଥିବା ଚାଲାଖି କଥାକୁ ସ୍ତ୍ରୀ ବୁଝି ନପାରି ସ୍ୱାମୀଙ୍କ କଥାରେ ରାଜି ହୋଇଯାଇଥିଲେ ଆଉ ସ୍ଵାମୀ କୌଶଳ କ୍ରମେ ସ୍ତ୍ରୀକୁ ବାପାଙ୍କ ଘରେ ଛାଡ଼ି ଆଉ ଜଣେ ଯୁବତୀଙ୍କ ସହ ଚମ୍ପଟ ମାରିଥିଲେ।

ଏଥର ଦ୍ଵିତୀୟ ସ୍ତ୍ରୀଙ୍କ ପ୍ରେମରେ ରସିକିଆ ସ୍ୱାମୀ ପୁରା ମତୁଆଲା ସାଜି ବନାଇ ଥିଲେ ଭିଡିଓ ଆଉ ସୋସିଆଲ ମିଡିଆରେ କରିଥିଲେ ସେୟାର। ଯେତେବେଳେ ସ୍ୱାମୀ ଆଉ ଗୋଟେ ଝିଅକୁ କୋର୍ଟ ମ୍ୟାରେଜ କରିବାକୁ ବାହାରିଲେ ସେତେବେଳେ ପ୍ରଥମ ସ୍ତ୍ରୀ ଜଣଙ୍କ ବିରୋଧ କରିଥିଲେ ନ୍ୟାୟ ପାଇଁ ପୋଲିସର ଆଶ୍ରୟ ନେଇଥିଲେ। ଆଉ ସେପଟେ ଦ୍ୱିତୀୟ ସ୍ତ୍ରୀଙ୍କ କହିବା କଥା କି ମୁଁ ସବୁ ଜାଣିଛି। ମୁଁ ଜାଣିଛି ତାଙ୍କର ଗୋଟେ ସ୍ତ୍ରୀ ଥିଲା ହେଲେ ବି ମୁଁ ତାଙ୍କୁ ବାହା ହେଇଛି। ତାଙ୍କ ପେଟରେ ୯ ମାସର ଛୁଆ ଥିଲା କଣ ହେଲା ମୋ ପେଟରେ ବି ଏକ ମାସର ଛୁଆ ଅଛି ମୋ ସ୍ୱାମୀ ମତେ ରଖିବେ ମୁଁ ଜାଣିଛି ସେ ମତେ ଭାରି ଭଲ ପାଆନ୍ତି।

ପ୍ରଥମ ସ୍ତ୍ରୀକୁ ସ୍ୱାମୀ ଛାଡପତ୍ର ଦେଇନଥିବା ବେଳେ ରସିକିଆ ସ୍ୱାମୀ ଆଉ ଗୋଟେ ସ୍ତ୍ରୀକୁ ଆଣି ବାହା ହେବାକୁ ମନ ବଳାଇଛି କେବଳ ଏତିକି ନୁହେଁ ଦ୍ୱିତୀତ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସେ ବି କୁଆଡେ ଏବେ ୧ ମାସର ଗର୍ଭବତୀ ଅଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି ଏ ରସିକ ସ୍ୱାମୀ ଜଣଙ୍କ କାହାର ହେବେ ପ୍ରଥମ ସ୍ତ୍ରୀଙ୍କର ନା ଦ୍ୱିତୀୟ ସ୍ତ୍ରୀଙ୍କର। ଏ ଘଟଣା ହେଉଛି ଭଦ୍ରକ ଜିଲ୍ଲା ଈଶ୍ଵରପୁର ଗ୍ରାମର। ଆଉ ଏହି ରସିକ ଯୁବକ ଜଣଙ୍କ ହେଉଛନ୍ତି ଈଶ୍ଵରପୁର ଗ୍ରାମର ଅନୀଲ ଦାସ। ଦୁଇ ଦୁଇଟି ସ୍ତ୍ରୀଙ୍କ ପେଟରେ ଅନିଲଙ୍କ ପିଲା। ଦ୍ୱିତୀୟ ସ୍ତ୍ରୀ କହୁଛନ୍ତି ପ୍ରଥମ ସ୍ତ୍ରୀ ଟେଷ୍ଟ କରନ୍ତୁ ତାଙ୍କ ପେଟରେ କାହା ପିଲା। ସେପଟେ ଦେଖିବାକୁ ବାକି ରହିଲା ଦୁଇ ସ୍ତ୍ରୀଙ୍କ ଭିତରେ ରସିକ ସ୍ୱାମୀଙ୍କୁ ନେଇ ଯେଉଁ ଲଢେଇ ଚାଲିଛି ସେଥିରେ କିଏ ଜିତୁଛି ଆଉ କିଏ ହାରୁଛି। ରସିକ ସ୍ୱାମୀ କାହାର ହେଉଛନ୍ତି।

Leave a Reply

Your email address will not be published. Required fields are marked *