ବିବାହର ପ୍ରତିଶ୍ରୁତି ଦେଇ ଶାରୀ-ରିକ ସ-ମ୍ପର୍କ ରଖିଲା , ଶ-ବର ଝିଅ ବୋଲି ଧୋ-କା ଦେଲା ପ୍ରେମିକ

କୁହାଯାଏ ପ୍ରେମ , ଜାତି , ଧର୍ମ କି ବର୍ଣ୍ଣ କିଛି ଦେଖେ ନାହିଁ । ପ୍ରେମ ତ କେବଳ ପ୍ରେମ ହୋଇଥାଏ । ଆଉ ସେ ଯାହାକୁ ଭଲ ପାଏ ତାକୁ ହିଁ ପାଇବା ପାଇଁ ନିଜ ଜୀବନ ଲଗାଇ ଦେଇଥାଏ । କିନ୍ତୁ ଆଜିକାର ପୁଅ ଝିଅ ମାନେ ତାକୁ ଅନ୍ୟ ଏକ ନାମ ଦେଇ ଦେଇଛନ୍ତି । ଆଉ ତାକୁ ବଦନାମ କରି ଦେଉଛନ୍ତି । ଯଦି ପ୍ରକୃତ ପ୍ରେମ ନ ରହୁଛି , ତେବେ ତାହା ଜାତି ଧର୍ମ ସବୁ ଦେଖୁଛି ଆଉ ଶେଷରେ ଏକୁଟିଆ କରି ଛାଡି ଯାଉଛି । ତେବେ ବର୍ତ୍ତମାନ ମଧ୍ୟ ସମାନ ଘ-ଟଣା ଘଟିଛି ।

ଝିଅ ଜଣକ ବର୍ତ୍ତମାନ ଅଭି-ଯୋଗ ନେଇ ଚନ୍ଦକା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆଉ ପୁଅ ନାମରେ ବର୍ତ୍ତମାନ ଅଭି-ଯୋଗ ହୋଇଛି । ତେବେ କଣ୍ଟାବାଡ ଅଞ୍ଚଳର ଜଣେ ଯୁବକ ତାଙ୍କ ସହିତ ଏପରି କିଛି କା-ଣ୍ଡ କରିଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି କି , ଅକ୍ଷୟ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଛଅ ବର୍ଷ ହେଲା ଭଲ ପାଇ ଆସୁଥିଲେ ଆଉ ସେ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ଏହା ଭିତରେ ସେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଅନେକ ଥର ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ଅନେକ ଥର ଗର୍ଭ ନଷ୍ଟ ମଧ୍ୟ କରିଥିଲେ ।

ତେବେ ଝିଅ ଜଣକୁ ତାଙ୍କ ପରିବାର ଲୋକ ବିବାହ କରାଇ ଦେବା କଥା କହିଥିଲେ । ଆଉ ସେତେବେଳେ ସେ ନିଜ ପ୍ରେମିକଙ୍କୁ ବିବାହ କଥା କହିଥିଲେ । କିନ୍ତୁ ସେତେବେଳେ ପ୍ରେମିକ ଜଣକ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ ଆଉ କହିଥିଲେ କି , ସେ ନୀଚ୍ଚ ଜାତିର ଝିଅ ଅଟନ୍ତି ଆଉ ସେଥିପାଇଁ ତାଙ୍କୁ ସେ ବିବାହ କରିପାରିବେ ନାହିଁ । ତେଣୁ ଝିଅ ଜଣକ ଆଉ ଜଣକୁ ବାହା ହୋଇଗଲେ । କିନ୍ତୁ ବିବାହ କରିସାରିବା ପରେ ମଧ୍ୟ ଝିଅ ଜଣକୁ ଅକ୍ଷୟ ଅନେକ ଉପାୟରେ ହଇ-ରାଣ କରିବା ଆରମ୍ଭ କରିଦେଲା ।

ରାତି ଅଧରେ ସେହି ଝିଅକୁ ଭିଡିଓ କଲ୍ କରିବା ସହିତ ତାଙ୍କୁ ବିବାହ କରିବା ପାଇଁ ନିବେଦନ କରୁଥିଲେ , ନଚେତ୍ ଅକ୍ଷୟ ତାଙ୍କ ବିନା ମରି ଯିବେ ବୋଲି କହୁଥିଲେ । ତେବେ ଏହାପରେ ତାଙ୍କ ସ୍ଵାମୀ ଘର ଲୋକ ତାଙ୍କ ଉପରେ ସ-ନ୍ଦେହ କରି ଘରୁ ବାହାର କରି ଦେଇଥିଲେ ଆଉ ଘରକୁ ପଠାଇ ଦେଇଥିଲେ । ତେବେ ଝିଅ ଜଣକ ଅସହାୟ ହୋଇ ନିଜ ଘରକୁ ଯାଇ ପାରିନଥିଲେ ଆଉ ନିଜ ପିଉସୀଙ୍କ ଘରେ ରହିଥିଲେ । ବର୍ତ୍ତମାନ ମଧ୍ୟ ସେ ସେଠାରେ ହିଁ ଅଛନ୍ତି ଆଉ ସେ ଘରକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି କାରଣ ତାଙ୍କ ଛୋଟ ଭାଇ ଭଉଣୀ ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି କହିଛନ୍ତି । ଆଉ ଯଦି ଅକ୍ଷୟ ତାଙ୍କୁ ବିବାହ କରିବେ , ତେବେ ସେ ତାଙ୍କୁ ବିବାହ କରିବେ ବୋଲି କହିଛନ୍ତି ନଚେତ୍ ତାଙ୍କ ପାଖରେ ଘରକୁ ଫେରିବାର ଉପାୟ ନାହିଁ ।

Leave a Reply

Your email address will not be published. Required fields are marked *