ସବୁ ଟଙ୍କା ପଇସାର ଖେଳ ଚାଲିଛି , ସମାଧାନ ନ ହେଲେ ଆଗାମୀ ଦିନରେ ସୁପ୍ରିମକୋର୍ଟର ହେବି ଦ୍ୱାରସ୍ଥ

ଦୀର୍ଘ ଏତେ ଦିନ ବିତି ଯାଇ ସାରିଥିଲେ ବି ଦିନେଶ ଆଉ ଦୀପିକା ମାମଲା ଶେଷ ହୋଇ ପାରୁନାହିଁ । ଆଜି ପର୍ଯ୍ୟନ୍ତ ଗୋଟିଏ ଝିଅ ନିଜ ହକ୍ ପାଇଁ ନିଜ ଶାଶୁ ଘର ଆଗରେ ଧରା ଦେଇ ବସିଛି । ୪ ମାସରୁ ଅଧିକ ସମୟ ଏହା ଭିତରେ ବିତି ଯାଇଛି କିନ୍ତୁ ଦୀପିକା ନିଜ ଜିଦିରେ ଅଟଳ ରହିଛନ୍ତି । ଆଉ ନିଜ ପାଇଁ ଏବଂ ନିଜ ପୁଅର ଭଲ ପାଇ ସେ ଧାରଣା ଦେଇ ବସିଛନ୍ତି । ନିଜେ ଖରା , ବର୍ଷା , ଶିତ କି ଯେତେ ଯାହା କଷ୍ଟ ହେଉ ପଛକେ ଧାରଣା ସ୍ଥଳରୁ ସେ ଉଠି ଯାଉ ନାହାଁନ୍ତି ।

ତେବେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି ବୋଲି ଆପଣ ସମସ୍ତେ ଆଗରୁ ତାଙ୍କ କଥାବାର୍ତା ଢ଼ଙ୍ଗ ଆଉ ବ୍ୟବହାରରୁ ଜାଣି ସାରିଥିବେ । ଅନେକ ଥର ଦୀପିକା ମଧ୍ୟ ଏ ବାବଦରେ କହି ସାରିଛନ୍ତି । ତେବେ ଆଗକୁ କଣ ହେବ , ସେ କଥା କେହି ଜାଣି ନାହାଁନ୍ତି କିନ୍ତୁ ଦୀପିକା ନିଜ କାର୍ଯ୍ୟ କରି ଚାଲିଛନ୍ତି । ସେ ମନରେ ଦୃଢ଼ ଆଶା ନେଇ ଲଢି ଚାଲିଛନ୍ତି ଆଉ ଦିନେ ନା ନିଶ୍ଚିତ ଭାବରେ ସଫଳତା ପାଇବେ ବୋଲି ଜାଗ୍ରତ ଅଛନ୍ତି । ତେବେ ଏହା ମଧ୍ୟରେ ଏକ ଖବର ଆସି ପହଞ୍ଚିଛି । ଦୀପିକା ଏବଂ ତାଙ୍କ ଶାଶୁ ଘର ଲୋକ ଗତକାଲି କୋର୍ଟକୁ ଯାଇଥିଲେ ।

କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ପାଇଁ ଉଭୟ ଦୀପିକା ଏବଂ ଦିନେଶ କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟରେ ଦୀପିକାଙ୍କ ବିରୁଦ୍ଧରେ ତାଙ୍କ ଶାଶୁ ଘର ଲୋକ କହି ଚାଲିଥିଲେ । ଦୀପିକାଙ୍କ ଚରିତ୍ରକୁ ନେଇ ସେମାନେ କଥା ଉଠାଇଥିଲେ । କିନ୍ତୁ କାଲି ମଧ୍ୟ କିଛି ସମାଧାନ ହୋଇ ପାରିନଥିଲା । ଆଉ ଦୁଇ ପରିବାର ଘରକୁ ଫେରି ଆସିଥିଲେ । ତେବେ କୋର୍ଟ ବାହାରେ ଦୀପିକା ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଥିଲେ । ତାଙ୍କ କହିବା କଥା ଏହା ଥିଲା ଟଙ୍କା ଦୁନିଆଁରେ ସବୁ କିଛି କରିପାରେ।

ଟଙ୍କା ସମସ୍ତଙ୍କ ମୁଁହ ବି ଚୁପ୍ କରାଇ ଦେଇପାରେ । ସେଥିପାଇଁ ବର୍ତ୍ତମାନ ସମୟରେ ଦିନେଶଙ୍କ ପରିବାର ମଧ୍ୟ ଠିକ୍ ସେୟା କରୁଛନ୍ତି । ତାଙ୍କ ପାଖରେ ଅନେକ ଟଙ୍କା ରହିଛି ଆଉ ସେମାନେ ଏମିତି କାଣ୍ଡ କରୁଛନ୍ତି । ତେଣୁ ଯଦି ବର୍ତ୍ତମାନ ସମୟରେ କୋର୍ଟରେ ଏହି ମାମଲା ସମାଧାନ ନ ହୁଏ , ତେବେ ଆଗାମୀ ଦିନରେ ସେ ହାଇକୋର୍ଟଙ୍କ ପାଖକୁ ଯିବେ । ଆଉ ସେଠାରେ ମଧ୍ୟ ଲଢ଼ିବେ । ଯେମିତି ହେଲେ ବି ସେ ତାଙ୍କ ଛୁଆକୁ ଦିନେଶ ତା ବାପା ବୋଲି ପରିଚୟ ଦେବେ । ଅନ୍ୟ ପକ୍ଷରେ ଦୀପିକା କହିଛନ୍ତି କି , ସେ ଆଉ କାହାକୁ ବି ବାହା ହୋଇ ପାରିଥାନ୍ତେ କିନ୍ତୁ ଦିନେଶ ପ୍ରତି ତାଙ୍କ ମନରେ ଭଲ ପାଇବା ଆଉ ସମ୍ମାନ ରହିଛି , ତେଣୁ ସେ ଆଉ କାହାର ହେବାକୁ ଚାହୁଁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *