ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି କହିଲେ ଏମିତି , ଆଇଟମ ଗାର୍ଲ୍ ନିଶା ମହାରଣା

ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ । କାହାକୁ କଣ କରିବାକୁ ଭଲ ଲାଗିବ , କେବଳ ସେହି କଥା ସେ ମଣିଷ ଜାଣି ଥାଏ । ସମସ୍ତଙ୍କ ପସନ୍ଦ ଆଉ ନା ପସନ୍ଦ ଅନୁଯାୟୀ ମଣିଷ ନିଜକୁ ଗଢିଥାନ୍ତି । କାହାକୁ ଗୀତ ଗାଇବାକୁ ଭଲ ଲାଗେ ତ ଆଉ କାହାକୁ ନାଚିବାକୁ ପୁଣି ଆଉ କାହାକୁ ଅଭିନୟ ପ୍ରତି ରୁଚି ରହିଥାଏ , ଆଉ କାହାକୁ ପାଠ ପଢିବାକୁ। ଆଉ କିଛି ମଣିଷ ମାନଙ୍କର ଚିତ୍ର କଳା ପ୍ରତି ରହିଥାଏ ଆଗ୍ରହ। ତେବେ ଏପରି ଏ ଦୁନିଆଁରେ ବହୁତ କମ୍ ମଣିଷ ଅଛନ୍ତି , ଯେଉଁ ମାନଙ୍କର ପସନ୍ଦ ବୋଲ୍ଡ ଲୁକରେ ସମସ୍ତଙ୍କ ଆଗରେ ନିଜକୁ ପ୍ରଦର୍ଶନ କରିବା ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଯାଉଛୁ , ଯିଏ ସମସ୍ତଙ୍କ ଠାରୁ ଅଲଗା । ଆଉ ସେ ନିଜକୁ ଏପରି ହିସାବରେ ବି ଗ୍ରହଣ କରି ସାରିଛନ୍ତି । ସେ ଯେଉଁ ଭଳି , ସେଭଳି ହିଁ ଲୋକଙ୍କ ଆଗରେ ନିଜକୁ ଦେଖାଇ ଥାଆନ୍ତି । ତେବେ ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଇଟମ ଗାର୍ଲ୍ ନିଶା ମହାରଣା ।

ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସେ କ୍ୟାମେରା ଆଗରେ ଖୋଲା ଖୋଲି ବଖାଣିଛନ୍ତି । ତାଙ୍କ କହିବା କଥା ଏହା ଯେ , ସେ ଯେପରି ଅଟନ୍ତି , ସେପରି ହିଁ ଲୋକଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି । ସେ କେବେ ଅଧିକ ଭଦ୍ର ହୋଇ କଥାବାର୍ତ୍ତା କରନ୍ତି ନାହିଁ । ସେ ଯେପରି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି , ସେପରି ହିଁ ପିନ୍ଧିଥାନ୍ତି ।

ଲୋକ ମାନେ ତାଙ୍କୁ ଏପରି ହିଁ ଦେଖିବାକୁ ପସନ୍ଦ କରନ୍ତି , ସେଥିପାଇଁ ସେ ଏପରି ହିଁ ଦେଖାଇଥାନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଅନେକ ଲୋକ ତାଙ୍କୁ ଭଲ ପାଇବା ଦେଇଥାନ୍ତି । ଦିନ ସାରା ତାଙ୍କ ପାଖକୁ ଅନେକ ମେସେଜ ଆସିଥାଏ ।

କିଛି ଭଲ କମେଣ୍ଟ ରହିଥାଏ ତ ଆଉ କିଛି ଖରାପ କମେଣ୍ଟ । କିନ୍ତୁ ସେ କାହା କଥାକୁ ଖାତିର କରନ୍ତି ନାହିଁ । ତାଙ୍କୁ ଭଲ ପାଇବା ଦେଉଥିବା ଲୋକଙ୍କୁ ସେ ଭଲ ପାଇବା ଦେଇଥାନ୍ତି ଆଉ ଘୃଣା କରୁଥିବା ଲୋକଙ୍କୁ ସେ ଅଣଦେଖା କରିଥାନ୍ତି । କାହା କଥା ଶୁଣିଲେ ସେ ଆଗକୁ କେବେ ବଢ଼ି ପାରିବେ ନାହିଁ ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ ଆଗକୁ ଭଲ ପ୍ରୋଜେକ୍ଟ ଆସିଲେ ସେ କାମ କରିବେ କି ନାହିଁ କହିବାରୁ ସେ କହିଛନ୍ତି କି , ଦର୍ଶକ ତାଙ୍କର ଭିତର ଦେଖିବାକୁ ପୁରାପୁରି ବାୟା । ଆଉ ଦର୍ଶକ ମାନଙ୍କ ପାଇଁ ହିଁ ସେ ଆଜି ଏଠାରେ ପହଞ୍ଚିଛନ୍ତି । ତେଣୁ ସେମାନେ ଯେପରି ଚାହିଁବେ , ସେପରି ହିଁ ନିଶା ପ୍ରଦର୍ଶନ କରିବେ । ତେଣୁ ଏଥିରେ ତାଙ୍କୁ କିଛି ଲାଜ କରିବାର ନାହିଁ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ବିବାହ କଥା ଉପରେ ମଧ୍ୟ ନିଶା କହିଛନ୍ତି କି , ତାଙ୍କର ବି ଜଣେ ପ୍ରେମିକ ଅଛନ୍ତି । କିନ୍ତୁ ବିବାହ କରିବାର କଥା ଠିକ୍ ନାହିଁ । କାହିଁକି ନା ସେ ଯେଉଁ ବାଟରେ ପାଦ ଦେଇଛନ୍ତି ସେହି ବାଟରେ ଅନେକ ନିନ୍ଦା ଅପବାଦ ଶୁଣିବାକୁ ମିଳିଥାଏ । ତେଣୁ ଭଲ ହେବ ବି ସେ ଆଦୌ କାହାକୁ ବିବାହ କରିବେ ନାହିଁ କି କାହା ପରିବାରକୁ ଲଜ୍ଜିତ କରିବେ ନାହିଁ ।

Leave a Reply

Your email address will not be published. Required fields are marked *