ଆସନ୍ତା ୨୪ ଘଣ୍ଟା ଆହୁରି ବର୍ଷିବ, ୧୩ ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କଲା ପାଣିପାଗ କେନ୍ଦ୍ର। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟର ଉପକୂଳ ବର୍ତ୍ତି ଅଞ୍ଚଳରେ ଗତ ସପ୍ତାହେ ହେବ ବର୍ଷା ଲାଗି ରହିଛି। ଅନ୍ୟପଟେ ଭାଦ୍ରବ ମାସ ଆରମ୍ଭ ହୋଇଥିବାରୁ ବର୍ଷା ଋତୁ ଆରମ୍ଭ ହୋଇଥାଏ। ତେବେ ସେହି କାରଣରୁ ରାଜ୍ୟର ଅନକେ ସ୍ଥାନରେ ବର୍ଷା ଲାଗି ରହୁଛି ବୋଲି ଲୋକମାନେ ବିଶ୍ୱାସ କରନ୍ତି। କିନ୍ତୁ ବିଜ୍ଞାନ ଅନୁସାରେ ଲଘୁଚାପ ପ୍ରଭାବ ଯୋଗୁଁ ରାଜ୍ୟରେ ବର୍ଷା ଲାଗି ରହୁଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଲଘୁଚାପ ଯୋଗୁଁ ଆଜି ଓ ଆସନ୍ତ କାଲି ଆହୁରି ଲଗାଣ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୩ ଟି ଅଞ୍ଚଳକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରିବା ସହ ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣଂ ମଧ୍ୟ ଜାରି କରାଯାଇଛି। ତେବେ କେଉଁ କେଉଁ ସ୍ଥାନକୁ ଜାରି କରାଯାଇଛି ଆସନ୍ତୁ ସେ ବିଷୟରେ ଜାଣିବା।

ତେବେ ଏହି ୯ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ଓ୍ଵାର୍ଣ୍ଣଂ ଦେଇଛି ପାଣିପାଗ କେନ୍ଦ୍ର। ବାଲେଶ୍ଵର, ଭଦ୍ରକ, କଟକ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼ ଏବଂ ଅନୁଗୁଳ କୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରାଯାଇଛି। ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ କଲମା ବ୍ୟାରେଜରୁ ଅନେକ ଗେଟ ଖୋଲାଯାଇଛି। ଆସନ୍ତା ୧୮ ତାରିଖରେ ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବର୍ଷା ଜଳ ନିଷ୍କାସନ କରାଯିବ।

Leave a Reply

Your email address will not be published. Required fields are marked *