ଏମିତି ଗାଆଁ ଯାହାର ରୀତିନୀତି ଟିକିଏ ଅଲଗା , ଏଠାରେ ବିବାହ ପରେ ଜ୍ବାଇଁ ମାନେ ଶଶୁର ଘରେ ରହିଥାନ୍ତି

ବିବାହ ସମସ୍ତେ କରିଥାନ୍ତି ଆଉ ବିବାହ କରିବା ଅନେକ ଝିଅ ମାନଙ୍କର ସ୍ବପ୍ନ ରହିଥାଏ । ବିବାହ କରି ନିଜ ଶାଶୁ ଘର ଯାଇ ଏକ ଅଲଗା ଦୁନିଆଁ ଗଢ଼ିବା କଥା ଝିଅ ମାନେ ଭାବି ଥାଆନ୍ତି । ଆଉ ଏକ ନୂଆ ଘର ପାଇବା ସହିତ ସେଠାରେ ନୂଆ ନୂଆ ଲୋକ ମାନଙ୍କ ସହିତ ମିଶିବା ପାଇଁ ଝିଅ ମାନେ ଆଶା ବାନ୍ଧି ଥାଆନ୍ତି । ଏକ ନୂଆ ପରିବେଶ ଆଉ ନୂଆ ଲୋକଙ୍କୁ ପାଇ ଝିଅ ମାନେ ବହୁତ ଖୁସି ମଧ୍ୟ ହୋଇ ଥାଆନ୍ତି ।

ତେବେ ଏପରି ମଧ୍ୟରେ ଆଜି ଆମେ ଏପରି ଏକ କଥା କହିବୁ , ଯାହା ବିଷୟରେ ଆପଣ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ । କାହିଁକି ନା ଏ କଥାଟି ଟିକିଏ ନୂଆ ଆଉ ନିଆରା ମଧ୍ୟ । ଏପରି କଥା ଆପଣ ଆଗରୁ କେବେ ଶୁଣି ନଥିବେ କି ଏହି ନିୟମ ବିଷୟରେ ଆପଣ କେବେ ଆଗରୁ ଅବଗତ ମଧ୍ୟ ହୋଇ ନଥିବେ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଆଁ ବିଷୟରେ କହିବାକୁ ଯାଉଛୁ , ଯେଉଁ ଗାଆଁ ଜ୍ବାଇଁ ମାନଙ୍କର ଗାଆଁ ଭାବରେ ପରିଚିତ । ଆଜ୍ଞା ହଁ କଥାଟି ପୁରାପୁରି ସତ । ଏପରି ଏକ ଗାଆଁ ରହିଛି , ଯାହାକୁ ଜ୍ବାଇଁ ଗାଆଁ କୁହାଯାଏ । ଅର୍ଥାତ୍ ଏଠାରେ ଝିଅ ମାନେ ବିବାହ କରି ସାରିବା ପରେ ନିଜ ଶାଶୁ ଘରକୁ ଯାଆନ୍ତି ନାହିଁ ଏବଂ ତାଙ୍କ ସ୍ଵାମୀ ମାନେ ନିଜ ଶଶୁର ଘରେ ସାରା ଜୀବନ ପାଇଁ ରହି ଯାଆନ୍ତି ।

କଥାଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ । ଅନେକ ବର୍ଷ ଧରି ଏହି ନିୟମ ପ୍ରଚଳିତ ହୋଇ ଆସୁଛି । ଆଉ ଲୋକ ମାନେ ମଧ୍ୟ ଏହି ନିୟମକୁ ମାନି ଆସୁଛନ୍ତି । ତେବେ ଏପରି ଏକ ଗାଆଁ ହେଉଛି ଉତ୍ତରପ୍ରଦେଶର କୌଶଳ ଜିଲ୍ଲାର ହିଙ୍ଗୁଳପୁର ଗାଆଁ । ଯେଉଁ ଠାରେ ବିବାହ କରିବା ପରେ ଜ୍ବାଇଁ ମାନେ ନିଜ ଘରକୁ ନ ଯାଇ ଶଶୁର ଘରେ ରହି ଯାଇଥାନ୍ତି ।

ଏହା ପଛର ମୁଖ୍ୟ କାରଣ ହେଉଛି ଯୌତୁକ ପ୍ରଥା ଏବଂ ପୁଅ ମାନଙ୍କ ସହିତ ପୁଅର ପରିବାର ଲୋକଙ୍କୁ ଜାଣିବା । ମୁଖ୍ୟତଃ ଏହି ଗାଆଁ ଯୌତୁକ ପ୍ରଥାକୁ ଦୂରେଇବା ପାଇଁ ଏହି ନିୟମ ପରିଚାଳିତ କରିଥିଲା । ଆଉ ଏହା ଅନେକ ବର୍ଷ ଧରି ଚାଲି ଆସୁଛି । ଅନ୍ୟ ପକ୍ଷରେ ଯଦି ଝିଅର ଶାଶୁ ଘର ଦୂର ହୋଇଯାଏ

ତେବେ ଝିଅର ପରିବାର ଲୋକ ତାର ଶାଶୁ ଘର ଏବଂ ସ୍ଵାମୀ ବିଷୟରେ ମଧ୍ୟ ସଠିକ୍ ତଥ୍ୟ ପାଇ ପାରୁ ନଥିଲେ , ତେଣୁ ଝିଅକୁ ବହୁତ ଅସୁବିଧା ମଧ୍ୟ ହେଉଥିଲା । ଆଉ ଯାହା ପରେ ଗାଆଁର ବୟସ୍କ ଲୋକ ମାନେ ବସି ଏକ କଥା ଆଲୋଚନା କରିଥିଲେ ଆଉ ଏହାର ସମାଧାନ ମଧ୍ୟ ବାହାର କରିଥିଲେ । ଶେଷରେ ସେମାନେ ଏପରି ଏକ ସିଦ୍ଧାନ୍ତରେ ଯାଇ ପହଞ୍ଚି ଥିଲେ , ଯାହା ସମସ୍ତେ ମାନି ଆସୁଛନ୍ତି।

ତେବେ ସେମାନଙ୍କ ନିୟମ ଅନୁଯାୟୀ , ଝିଅ ବିବାହ କରି ସାରିବା ପରେ ନିଜ ଶାଶୁ ଘରକୁ ନ ଯାଇ ବାପ ଘରେ ରହିବା ସହିତ ଜ୍ବାଇଁ ମଧ୍ୟ ନିଜ ଶଶୁର ଘରେ ସାରା ଜୀବନ ରହିବ । ତେବେ ଖାଲି ହିଙ୍ଗୁଳପୁର ଗାଆଁ ନୁହେଁ , ଏପରି ପାଖରେ ମଧ୍ୟ କାନପୁର , ଫତେହପୁର ଗାଆଁ ରହିଛି , ଯେଉଁଠାରେ ଏହି ନିୟମ ଚାଲି ଆସିଛି ।

ତେବେ ଏପରି ନିୟମ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିବା କଥା ସୁନିଶ୍ଚିତ କିନ୍ତୁ କଥାଟି ପୁରାପୁରି ସତ୍ୟ । ଆଉ ଏହି ଗାଆଁ ଜ୍ବାଇଁ ମାନଙ୍କ ଗାଆଁ ଭାବରେ ପରିଚିତ ହୋଇ ଯାଇଛି । ବର୍ତ୍ତମାନ ସମୟରେ ସମସ୍ତେ ଏହି ଗାଁ ଗୁଡିକ ବିଷୟରେ ଜାଣି ସାରିଲେଣି । ତେବେ ଆପଣଙ୍କୁ ଏହି ଗାଆଁର ନିୟମ ଏବଂ ପ୍ରଥା ବିଷୟରେ ଜାଣିବା ପରେ କିପରି ଲାଗୁଛି , ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *