ରୋଜ ଡେରେ ଗୋଲାପ ନ ଦେଲାରୁ ମୁହଁ ଫୁଲେଇ ବସିଥିଲା ମୋ ସ୍ତ୍ରୀ : ରାଜୁ ଦାସ

ଓଡ଼ିଶାର ସମସ୍ତ ଲୋକଙ୍କର ପ୍ରିୟ ୟୁଟ୍ୟୁବର୍ ତଥା ସାହୁ ବାବୁ ନାମରେ ପରିଚିତ ରାଜୁ ଦାସ । ଯାହାଙ୍କୁ ଆପଣ ସମସ୍ତେ ଜାଣିଥିବେ । ଯାହାଙ୍କ କମେଡି ପାଇଁ ସମସ୍ତେ ପାଗଳ । ତାଙ୍କ ନୂଆ ଭିଡିଓ ଆସିବା ବାଟକୁ ସମସ୍ତେ ଅନାଇ ବସିଥାନ୍ତି । କେବେ ତାଙ୍କ ଭିଡିଓ ଆସିବ ଆଉ ଥରେ ମନରେ ଖୁସି ଆସିବ ବୋଲି ସମସ୍ତେ ଇଚ୍ଛା ରଖିଥାନ୍ତି । ରାଜୁ ଦାସଙ୍କ କମେଡି କରିବାର ଢ଼ଙ୍ଗ କିଛି ନିଆରା ।

ତାଙ୍କ କହିବାର ଢ଼ଙ୍ଗ ଏପରି ଥାଏ କି ଜଣେ ହସୁ ନଥିବା ଲୋକ ବି ହସି ପକାଇବେ । କିଛି ବର୍ଷ ଆଗରୁ ୟୁଟ୍ୟୁବ ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ରାଜୁ ଦାସ ବର୍ତ୍ତମାନ ସମୟରେ ଜଣେ ଜଣା ଶୁଣା ଚେହେରା । ସମସ୍ତେ ତାଙ୍କୁ ଦେଖିଲେ ସାହୁ ବାବୁ ବୋଲି କହିଥାନ୍ତି ।

କାହିଁକି ନା ତାଙ୍କର ଗୋଟିଏ ଭିଡିଓ ସାହୁ ଭେରାଇଟି ଷ୍ଟୋର ଲୋକଙ୍କ ମନକୁ ଏତେ ଛୁଇଁ ଯାଇଥିଲା ଯେ , ତାପର ଠାରୁ ସେ ସମସ୍ତଙ୍କର ସାହୁ ବାବୁ ବୋଲି ହୋଇ ଯାଇଛନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ କି , କିଛି ମାସ ଆଗରୁ ଆପଣଙ୍କ ପ୍ରିୟ ୟୁଟ୍ୟୁବର୍ ସାହୁ ବାବୁ ଅର୍ଥାତ୍ ରାଜୁ ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋନାଲି ନାମକ ଜଣେ ଯୁବତୀଙ୍କୁ ସେ ବିବାହ କରିଛନ୍ତି ।

ତେବେ ବର୍ତ୍ତମାନ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି । ଆଉ ଏହି ସପ୍ତାହର ସମସ୍ତ ପ୍ରେମିକ ପ୍ରେମିକା ମାନେ ଏହି ଋତୁ କୁ ଖୁସିର ସହିତ ପାଳନ କରିଥାନ୍ତି ଆଉ ପ୍ରେମର ରଙ୍ଗରେ ରଙ୍ଗେଇ ହୋଇ ଯାଇଛନ୍ତି । ଠିକ୍ ସେପରି ସାହୁ ବାବୁ ମଧ୍ୟ ନିଜ ସ୍ତ୍ରୀଙ୍କ ସହିତ ଏହି ସପ୍ତାହକୁ ପାଳନ କରିଛନ୍ତି । ଆଉ କ୍ୟାମେରା ଆଗରେ ନିଜ ସ୍ତ୍ରୀଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି । ପ୍ରକୃତ ପ୍ରେମ କଣ ତାହା ବିଷୟରେ ମଧ୍ୟ ସେ କହିଛନ୍ତି ।

ତେବେ ପହର ଦିନ ଗୋଲାପ ଦିସ ଅର୍ଥାତ୍ ରୋଜ ଡେ ଥିଲା । ଏହିଦିନ ରାଜୁ ନିଜ ସ୍ତ୍ରୀଙ୍କୁ ରାତି ୧୨ ଟା ସମୟରେ ଗୋଲାପ ଫୁଲ ଦେଇଥିଲେ । କାହିଁକି ନା ସେ କହିଛନ୍ତି କି , ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ସ୍ତ୍ରୀ ପାଇଁ ସମୟ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କିନ୍ତୁ ସେ ତାପରେ ବି ନିଜ ସ୍ତ୍ରୀ ପାଇଁ ସଦା ସର୍ବଦା ସମୟ ଦେବା ପାଇଁ ଚେଷ୍ଟା କରିଥାନ୍ତି ।

ତେବେ ସେଦିନର କଥା କହି ରାଜୁ କହିଛନ୍ତି କି , ସେ ସେଦିନ ପୁରାପୁରି ରୋଜ ଡେ ବୋଲି ଭୁଲି ଯାଇଥିଲେ । ଆଉ ରାତିରେ ଘରକୁ ଫେରିଲା ବେଳକୁ ତାଙ୍କ ସ୍ତ୍ରୀ ସୋନାଲି ପୁରାପୁରି ମୁଁହ ଫୁଲାଇ ବସି ଯାଇଥିଲେ । ଆଉ ସେତେବେଳେ ସେ ଜାଣି ନେଇଥିଲେ , ତାଙ୍କ ରାଗ ପଛର କାରଣ କଣ । ତେବେ ଏହାପରେ ସେ ତାଙ୍କୁ ଏକ ଗୋଲାପ ଆଣି ଦେଇଥିଲେ । ଆଉ ତାଙ୍କୁ ବହୁତ ଭଲ ପାଏ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ନିଜ ସ୍ତ୍ରୀଙ୍କ ବିଷୟରେ କହି ରାଜୁ କହିଛନ୍ତି କି , ଜୀବନରେ ଏପରି ଜଣେ ସ୍ତ୍ରୀ ପାଇବା ଭାରି କଷ୍ଟକର । ଯିଏ ନିଜ ଦୁଃଖ ସୁଖରେ ସଦାବେଳେ ସାଥ ଦିଅନ୍ତି । ଆଉ ସବୁ କଥା ବୁଝିଥାନ୍ତି । ସେଥିପାଇଁ ନିଶ୍ଚିତ ଭାବରେ ସେ ଭଗବାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ନିଶ୍ଚିତ ଭାବରେ ଭାଲେଣ୍ଟାଇନ ଡେ ରେ ସେ ନିଜ ସ୍ତ୍ରୀଙ୍କୁ କିଛି ଗୋଟିଏ ଉପହାର ଦେବେ ।

ଆଉ ତାଙ୍କୁ ଦୁନିଆଁର ସବୁ ଖୁସି ଆଣି ଦେବେ ବୋଲି କହିଛନ୍ତି । ନିଶ୍ଚିତ ଭାବରେ ଜଣେ ଭଲ ଝିଅ ସହିତ ଭଲ ସ୍ତ୍ରୀ ମଧ୍ୟ ସୋନାଲି । ତେଣୁ ଆଗକୁ ଏପରି ସେମାନେ ସାଥିରେ ରହିବେ ବୋଲି କହିଛନ୍ତି ଆଉ କେବେ ଅଲଗା ହେବେ ନାହିଁ ବୋଲି କହିଛନ୍ତି । ଜୀବନରେ ଆଗକୁ ଯେତେ ଡେ ଆସିବ , ସେମାନେ ଏକାଠି ପାଳନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *