ଗାର୍ଲଫ୍ରେଣ୍ଡର ପରିବାରକୁ ମନେଇବା ପାଇଁ ଟାଙ୍କି ଉପରକୁ ଚଢ଼ି ପ୍ରମିକର ହାଇ ଭୋଲ୍ଟେଜ ଡ୍ରାମା

ପ୍ରେମିକାର ପରିଜନଙ୍କୁ ମନେଇବା ପାଇଁ ମୁଜାଫରନଗର ରୁ ପ୍ରେମକ ଆସିଲା ଲଖିମପୁରକୁ ଆଉ ଅଭରହେଡ ଟ୍ୟାଙ୍କରକୁ ଚଢ଼ି ପ୍ରେମିକାକୁ ନେଇଯିବାକୁ ଜିଦ କରି ବସିଲା । ଦୁଇ ଘଣ୍ଟା କାଳ ହାଇ ଭୋଲ୍ଟେଜ ଡ୍ରାମା ପରେ ପ୍ରେମିକାଙ୍କ ମା ଦୁହିଁଙ୍କର ବିବାହ ପାଇଁ ରାଜି ହୋଇଗଲେ । ତାପରେ ଯାଇ ପ୍ରେମିକ ଟ୍ୟାଙ୍କରରୁ ତଳକୁ ଓଲ୍ହାଇଲା ।

ଉତ୍ତରପ୍ରଦେଶର ଲଖିମପୁର ଖିରିରେ ବଲିଉଡ ଫିଲ୍ମ ‘ ଶୋଲେ ‘ ର ଧର୍ମେନ୍ଦ୍ରଙ୍କ ଏକ ସିନ ବର୍ତ୍ତମାନ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି । ଏଠାରେ ପ୍ରେମିକାର ପରିବାରକୁ ବିବାହ ପାଇଁ ମନେଇବାକୁ ପ୍ରେମିକ ଅଭର ହେଡ ଟ୍ୟାଙ୍କର ଉପରେ ଚଢ଼ିଲା । ତାପରେ ପ୍ରେମିକାକୁ ନିଜ ସହ ନେଇ ଯିବାକୁ ଜିଦ ଧରି ବସିଲା । ପ୍ରେମିକର ଏପରି କାର-ନାମା ଦେଖି ଗାଁ ଲୋକେ ବି ଏକତ୍ରିତ ହୋଇଗଲେ । ସମସ୍ତେ ତାକୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ପ୍ରେମିକ ଜଣକ କିଛିବି ବୁଝି ନଥିଲା ଏବଂ କାହାରି କଥାକୁ ଶୁଣିବାକୁ ମଧ୍ୟ ରାଜି ନଥିଲା ।

ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଘ-ଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅନେକ ସମୟ ଧରି ବୁଝାସୁଝା ପରେ ପ୍ରେମିକକୁ ଶାନ୍ତ କରାଇ ସୁର-କ୍ଷିତ ଭାବରେ ତକଳୁ ଅଣାଗଲା । ଏହି ଘଟ-ଣା ପଲିୟା ତହସିଲ ଅନ୍ତର୍ଗତ ଅଟେ । ସୂଚନା ଅନୁଯାୟୀ ଅମନ ନାମକ ଜଣେ ଯୁବକ ମୁଜାଫରନଗରେ ରହୁଥିଲେ । ମାତ୍ର ପ୍ରେମିକା ଭିନ୍ନ ଜାତିର ଥିଲା । ଯେଉଁ କାରଣରୁ ପ୍ରେମିକାର ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ହୋଇ ନଥିଲେ ।

ଅମନ ସହିତ ଯୁବତୀଙ୍କ ସାକ୍ଷାତ ଦିଲ୍ଲୀରେ ହୋଇଥିଲା । ସେଠାରେ ଉଭୟେ ଚକଲେଟ ତିଆରି ହେଉଥିବା ଫ୍ୟାକ୍ଟ୍ରିରେ କାମ କରୁଥିଲେ । କାମ କରୁଥିବା ସମୟରେ ଉଭୟେ ପରସ୍ପରର ଅଧିକ ନିକଟତର ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ପୂର୍ବରୁ ପ୍ରେମିକା ଚାକିରୀ ଛାଡ଼ି ଲଖିମପୁର ଖିରି ଫେରି ଆସିଥିଲେ । ପ୍ରେମିକ ଅମନ ମଧ୍ୟ ନିଜ ଚାକିରୀ ଛାଡ଼ି ନିଜ ଘର ମୁଜାଫରନଗର ଚାଲିଗଲେ ।

ଏହି ସମୟରେ ଉଭୟଙ୍କ ମଧ୍ୟରେ କଲରେ କଥା ଚାଲିଥିଲା । କିନ୍ତୁ ପ୍ରେମ ପାଇଁ ଅମନ ଏତେ ପାଗଳ ଥିଲେ ଯେ ନିଜ ପ୍ରେମିକାକୁ ପାଇବା ପାଇଁ ଲଖିମପୁରରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଟ୍ୟାଙ୍କରରେ ଚଢ଼ି ଡ୍ରାମା କରିବା ପରେ ପ୍ରେମିକାର ମା ଉଭୟଙ୍କ ବିବାହ ପାଇଁ ରାଜି ହୋଇଥିଲେ । ପ୍ରେମିକାଙ୍କ ପରିଜନ ମାନେ ଯେତେବେଳେ ତାଙ୍କୁ ବିବାହର ଲିଖିତ ଆଶ୍ୱା-ସନା ଦେଲେ ସେତେବେଳେ ଯାଇ ସେ ତକଳୁ ଓଲ୍ହାଇ ଥିଲା । ଏହାପରେ ପୋ-ଲିସ ଅମନଙ୍କୁ କସ୍ଟଡିରେ ନେଇ ଘ-ଟଣା ଉପରେ ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *