ସ୍ୱାମୀ ସାତ୍ୱକି ମିଶ୍ରଙ୍କ ମୁହଁ କେମିତି ଧୀରେ ଧୀରେ ବଙ୍କା ହୋଇଗଲା କହିଲେ ତାଙ୍କ ସ୍ତ୍ରୀ ।।

ସାତ୍ୱକି ମିଶ୍ରଙ୍କ ଜୀବନ ମରଣର କାହାଣୀ ହୁଏତ ଆପଣ ମାନେ କେବେ ଶୁଣିଥିବେ । କିନ୍ତୁ ତାଙ୍କ ସ୍ତ୍ରୀ ଯେଉଁଭଳି ଭାବରେ ଦୁଃଖ ଦିନର କଥା ଶୁଣାଇଛନ୍ତି ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜର କିଛି ଖରାପ ଅଭ୍ୟାସ କାରଣରୁ ସାତ୍ୱକି ମିଶ୍ରଙ୍କର ସ୍ୱାସ୍ଥ୍ୟ ଖୁବ ଖରାପ ହୋଇ ଯାଇଥିଲା ।

କିନ୍ତୁ ତାଙ୍କ ପରିବାର ଏବଂ ସହଯୋଗୀ ଏବଂ ଭଗବାନଙ୍କ ଦୟାରୁ ସେ ପୁଣିଥରେ ନିଜର ଜୀବନ ଫେରି ପାଇଛନ୍ତି ବୋଲି କହନ୍ତି । ତାଙ୍କ ସ୍ତ୍ରୀ ନିଜେ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି ଶେଷ ଜାନୁଆରୀରେ ତାଙ୍କର ଏକ ସର୍ଜରି ଥିଲା ଯାହାକି ୧୮-୧୯ ଘଣ୍ଟା ଧରି ଚାଲିଥିଲା ।

ସେତେବେଳେ ପୁରା ପରିବାର ଧୌର୍ଯ୍ୟହରା ହୋଇ ଯାଇଥିଲେ । କିନ୍ତୁ ଭଲ କଥା ଏହା ଯେ ଶାଶୁ ଘର ଲୋକେ ଏବଂ ବାପ ଘର ଲୋକେ ସମସ୍ତେ ଖୁବ ସହଯୋଗ କରିଥିଲେ । ଯେତେବେଳେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ଏବଂ ସେହିଠାରେ ହିଁ ତାଙ୍କର ସର୍ଜରି କରାଯାଇଥିଲା ସେତେବେଳେ ସେ ନିଜ ସ୍ତ୍ରୀ ଏବଂ ପୁଅ ଝିଅଙ୍କୁ ଚିହ୍ନି ପାରୁ ନଥିଲେ ।

ଗୋଡ଼ରୁ ହାଡ଼ ନେଇ ତାଙ୍କ ମୁହଁରେ ସର୍ଜରି କରାଯାଇଥିଲା । ଆଉ ସର୍ଜରି ମଧ୍ୟ ସଫଳ ହେଲା । ମୁହଁରେ ତାଙ୍କର କୌଣସି ଦାଗ ନାହିଁ । ବାସ ବଙ୍କା ହୋଇ ଯାଇଥିବା ମୁହଁ ଧୀରେ ଧୀରେ ଠିକ ହୋଇଯିବ ବୋଲି ଡାକ୍ତର କହିଛନ୍ତି । ସର୍ବପରେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ ମୁହଁ ଯେମିତିବି ହେଉ ଜୀବନ ବଞ୍ଚି ଯାଇଛି , ତାଠାରୁ ଆଉ ବଡ଼ କଥା କିଛି ନାହିଁ ।

ଆଉ ଏଥିପାଇଁ ସେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ଧନ୍ୟବାଦ ଜଣାଇଛନ୍ତି । ସେହି ସମୟରେ ସାତ୍ୱକି ଭଗବାନ ଶ୍ରୀ ଜଗନ୍ନାଥଙ୍କର କେବଳ ଗୋଟିଏ ଆଖି ଦେଖି ପାରୁଥିଲେ । ଯେଉଁ କାରଣରୁ ସେ ଖୁବ ଦୁଃଖ କରୁଥିଲେ । କିନ୍ତୁ ଜଗନ୍ନାଥଙ୍କୁ ଦେଖିବା ମାତ୍ରେ ତାଙ୍କୁ ଯେମିତି ଶକ୍ତି ମିଳି ଯାଉଥିଲା ।

ନିଜର ଜୀବନ ଫେରି ପାଇବା ପାଇଁ ସାତ୍ୱକି ନିଜର ପରିବାର , ସାଙ୍ଗସାଥୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କାରଣ ତାଙ୍କର ସମସ୍ୟା ସମୟରେ ତାଙ୍କ ସାଙ୍ଗ ମାନେ ତାଙ୍କ ପାଖରେ ଥିଲେ । ଏସବୁ ପରେ ସାତ୍ୱକି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସବୁଦିନ ଭଲ ଖରାପ ଚିନ୍ତା କରି କାମ ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *