ଇଏ କେମିତି ସମ୍ଭବ ? ମୃତ୍ୟୁ ପରେ ଯୁବକ ପାଲଟିଗଲେ ଝିଅ ! ଏହାକୁ ଦେଖି ଦ୍ୱନ୍ଦ୍ୱରେ ପରିବାର ଲୋକେ

ଯୁବକଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶରୀର ଝିଅର କେମିତି ପରିଣତ ହେଲା ? ଏମିତି କିଛି କହି କାନ୍ଦୁଛନ୍ତି ପରିବାର ଲୋକେ । ଭେଣ୍ଡିଆ ପୁଅ କେଶବର ମୃତ୍ୟୁ ହୋଇଛି କିନ୍ତୁ ଶବ ଏକ ଝିଅର ମିଳିଛି । ଯାହାକୁ ନେଇ ତାଙ୍କ ଜେଜେବାପା କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ନାତି ଘରୁ ବାହାରି ଯାଇଥିଲା । କିନ୍ତୁ ମୃତ୍ୟୁ ପରେ ସେ ଝିଅ କେମିତି ହେଲା ତାହାର ସମାଧାନ ବାହାର କରିବାକୁ ଜେଜେବାପା ଜଣକ କାନ୍ଦି କାନ୍ଦି କହିଛନ୍ତି । ଏହାକୁ ନେଇ ପୁରା ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଚେହେରା ଏବଂ ହାତ ଗୋଡ଼ ପୁଅର ବୋଲି ପରିବାର ଲୋକେ ଚିହ୍ନି ପାରୁଛନ୍ତି ।

କିନ୍ତୁ ବେଶଭୂଷା ପୁରା ଅଲଗା । ଶବ ଦେହରେ ଏକ ନାଲି ରଙ୍ଗର ଶାଢ଼ୀ ଥିବାବେଳେ ମଥାରେ ସିନ୍ଦୁର ଏବଂ ହାତରେ ଶଙ୍ଖା ରହିଥିଲା । ତେବେ ଯଦି ଶବ ପୁଅ କେଶବର ତେବେ ସେ ଏଭଳି ସଜେଇ ହୋଇଥିଲେ କାହିଁକି ଏବଂ ତାଙ୍କର ମୃତ୍ୟୁ କିଭଳି ହେଲା ଏହିସବୁ ସନ୍ଦେହ ଦେଖା ଦେଇଛି ।

ପାରିପାର୍ଶ୍ୱକ ସ୍ଥିତିକୁ ଦେଖି ପରିବାର ଲୋକେ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ତାଙ୍କ ପୁଅ ଜୀବନ ହାରି ନାହିଁ ବରଂ ତାର ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭଳିଆ ଗାଁରେ ।

ଘଟଣାଟି ଯେତେ ଅଧିକ ବିଚିତ୍ର ସେତେ ଆଶ୍ଚର୍ଯ୍ୟ ଜନକ ଅଟେ । ଘଟଣା ଅନୁଯାୟୀ ଭାଲିଆ ଗ୍ରାମର ସ୍ବର୍ଗତ କମଳାକାନ୍ତ ମହାନ୍ତଙ୍କ ପୁଅ କେଶବ ଚନ୍ଦ୍ର ମହାନ୍ତ ଯାହାଙ୍କ ବୟସ ପ୍ରାୟ ୪୦ ହେବ । ପୁଅ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ପରିବାର ବେଶ ଭଲରେ ଚଳି ଯାଉଥିଲା । କିନ୍ତୁ କଣ ହେଲା କେଜାଣି କେଶବଙ୍କର ଏଭଳି ଏକ ରହସ୍ୟମୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ସକାଳୁ ଗ୍ରାମବାସୀ ମାନେ ପାଖ ଜଙ୍ଗଲକୁ ଯାଇଥିଲେ ସେଠାରେ ଏକ ମହୁଲ ଗଛ ପାଖରେ କେଶବଙ୍କ ମୃତ ଦେହ ପଡ଼ି ରହିଥିଲା । ତାଙ୍କୁ ଦେଖି ପରିବାର ଲୋକେ ଜାଣି ପାରୁଥିଲେ କିନ୍ତୁ ସେ ମହିଳା ବେଶରେ ଶାଢ଼ୀ ଶଙ୍ଖା ସିନ୍ଦୁର ପିନ୍ଧିଥିବା ଦେଖି ପୁରା ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରି କଠୋର ତଦନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *