ମଧୁମେହ ରୋଗର ନିବାରକ ସାଜିଛି କଦଳୀ ଫୁଲ , ଥରେ ଆପଣ ବି ଖାଇ ଦେଖନ୍ତୁ

ବର୍ତ୍ତମାନର ଆଧୁନିକ ସମାଜରେ ଲୋକ ସ୍ବାସ୍ଥ୍ୟକୁ ଅବହେଳିତ କରିବା ଫଳରେ ଅନେକ ରୋଗର ସମ୍ମୁଖୀନ ହୋଇଥାନ୍ତି । ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଯାହା ପାଖରେ ଯେତେ ଟଙ୍କା , ସେ ସେତେ ରୋଗରେ ପୀଡିତ ହେଉଛି । ତେବେ ଏହା ମଧ୍ୟରେ ବିଶେଷ ଭାବରେ ମଧୁମେହ ଆଉ ହୃଦ ରୋଗ ବିଶେଷ ଭାବରେ ଅନ୍ତର୍ଭୁକ୍ତ । ଯଦି ଗୋଟିଏ ଗବେଷଣା କରାଯାଏ , ତେବେ ଦେଖାଯିବ ଯେ ଲୋକେ ଏହି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି ।

ତେବେ ଏହାରି ମଧ୍ୟରେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରିଥାନ୍ତି । କିନ୍ତୁ ଏହାକୁ କେବଳ ନିୟନ୍ତ୍ରଣରେ ରଖା ଯାଇ ପାରିବ । ଏଥିରୁ ସମ୍ପୂର୍ଣ୍ଣ ଭାବରେ ରକ୍ଷା ମିଳିବ ନାହିଁ । ତେଣୁ ସଠିକ୍ ଭାବରେ ଖାଦ୍ୟ ଖାଇବା ଦ୍ବାରା ଆଉ ଏକ ସୁସ୍ଥ ଖାଦ୍ୟପେୟ ବଜାୟ ରଖିବା ଦ୍ଵାରା ହିଁ ଲୋକେ ଏହି ରୋଗରୁ ରକ୍ଷା ପାଇ ପାରିବେ । କିନ୍ତୁ ଲୋକ ମାନେ ଏହି ରୋଗର ହାନି ବିଷୟରେ ଜାଣି ମଧ୍ୟ ଏହାକୁ ଅନେକ ସମୟରେ ଅଣଦେଖା କରିଥାନ୍ତି ।

ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ କାରକ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରିବ । ତେବେ ସେହି ଜିନିଷଟି ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଜିନିଷଟି ପ୍ରକୃତିରୁ ହିଁ ମିଳିଥାଏ । ତାହା ହେଉଛି କଦଳୀ ଫୁଲ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଥାଏ , ଯାହା କର୍କଟ ପରି ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ।

ଏହା ବ୍ୟତୀତ ଏଥିରେ ଫାଇବର୍‌ ଓ ଆଇରନ୍‌ ମାତ୍ରା ଅତ୍ୟନ୍ତ ରହିଥାଏ । କଦଳୀଫୁଲକୁ ମଧୁମେହ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୋଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିଥାଏ । ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ଫଳରେ ଆପଣ ମଧୁମେହର ପ୍ରଭାବକୁ କମ୍ କରିପାରିବେ । ତେଣୁ ଏହାକୁ ପ୍ରତିଦିନ ନିଜ ଖାଦ୍ୟ ସାମଗ୍ରୀରେ ନିୟମିତ ଭାବରେ ଅନ୍ତର୍ଭୁକ୍ତ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଲାଭ ଦେଖିପାରିବେ ।

Leave a Reply

Your email address will not be published. Required fields are marked *