ଫିଟ ରହିବା ପାଇଁ ଅଧିକ ପାଣି ପିଉଥିଲେ ସାବଧାନ । ହୋଇପାରେ ହୃଦଘାତ ସମସ୍ୟା ।

ପ୍ରାୟତଃ ଅନେକ ଲୋକ ଫିଟ ରହିବା ପାଇଁ ଖୁବ ଅଧିକ ପାଣି ପିଇଥାନ୍ତି ଏବଂ ଏକାସହିତ ଏକାଧିକ ବୋତଲ ପାଣି ମଧ୍ୟ ପିଇ ଯାଆନ୍ତି । ମାତ୍ର ଏହା ମଣିଷ ପାଇଁ କ୍ଷ-ତିକାରକ ହୋଇପାରେ । ତେବେ ଲୋକଙ୍କ ମନରେ ପିଲାବେଳୁ ମଧ୍ୟ ଏହି ଚିନ୍ତାଧାରା ରହି ଆସିଛି ଯେ ଯେତେ ଅଧିକ ପାଣି ପିଇବୁ ସେତେ ଅଧିକ ସୁସ୍ଥ ରହିବୁ ।

କିନ୍ତୁ ବାସ୍ତବରେ ଅଧିକ ପାଣି ପିଇବା କ୍ଷତିକାରକ ଅଟେ । ହୁଏତ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅତ୍ୟଧିକ ପାଣି ପିଇବା ଦ୍ୱାରା ଅଧିକ ହାଇଡ୍ରେସନ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

ଏହାକୁ ଜଳ ନି-ଶା ମଧ୍ୟ କୁହାଯାଏ । ତେବେ ମୋଟ ଉପରେ କହିବାକୁ ଗଲେ ଅତ୍ୟଧିକ ପାଣି ପିଇବା ଶରୀର ପାଇଁ କ୍ଷ-ତିକାରକ ପ୍ରମାଣିତ ହୋଇଥାଏ । ଅଭର ହାଇଡ୍ରେସନ ହେତୁ କିଡ଼ନୀ ମଧ୍ୟ ନ-ଷ୍ଟ ହୋଇଯାଏ । ଅତ୍ୟଧିକ ପାଣି ପିଇବା ଦ୍ୱାରା ଆରଜିନାଇନ ଏବଂ ଭେସପ୍ରେସିନର ସ୍ତର କମିଯାଏ ।

ଯାହାକି କିଡ଼ନୀର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ । ଏଭଳି ପରିସ୍ଥିତିରେ ଅଧିକ ପାଣି ପିଇବା ଉଚିତ ନୁହେଁ । ପୁଣି ଅନେକ ରିସର୍ଚ୍ଚରୁ ଏହା ଜାଣିବାକୁ ମିଳିଛି ଯେ ଅଭର ହାଇଡ୍ରେସନ ଯେ କେବଳ ସାଧା ଜଳ ଅଧିକ ପିଇଲେ ହୁଏ ତାହା ନୁହେଁ । ଆଇରନ ଥିବା ଜଳ ଅଧିକ ପିଇଲେ ମଧ୍ୟ ଅଭର ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ ।

ଯେଉଁ କାରଣରୁ ଯକୃତ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଅବଶ୍ୟକତା ଠାରୁ ଅଧିକ ପାଣି ପିଇବା ଉଚିତ ନୁହେଁ । ଏହାବ୍ୟତୀତ ଯଦି ଆପଣ ଆବଶ୍ୟକତା ଠାରୁ ଅତ୍ୟଧିକ ପାଣି ପିଅନ୍ତି ତେବେ ଆପଣ ମଧ୍ୟ ହୃଦ-ଘାତର ଶି-କାର ହୋଇ ପାରନ୍ତି ।

ଅର୍ଥାତ ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି ସେତେବେଳେ ଏହା ଶରୀରରେ ର-କ୍ତର ପରିମାଣକୁ ବଢ଼ାଇ ଥାଏ । ଯାହାକି ହୃଦୟର ର-କ୍ତବାହି ଉପରେ ସିଧାସଳଖ ଚାପ ପକାଇ ଥାଏ । ତେବେ ଅତ୍ୟଧିକ ଚାପ କାରଣରୁ ହୃଦ-ଘାତ ଆ-ଶଙ୍କା ବଢ଼ିଯାଏ । ତେଣୁ ଅତ୍ୟଧିକ ପାଣି ପିଇବା ଠାରୁ ନିବୃତ ରହିବା ଉଚିତ ।

ଯେତେବେଳେ ମଣିଷ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଆରମ୍ଭ କରେ , ସେତେବେଳେ ଶରୀରରେ ସୋଡିୟମର ମାତ୍ରା କମିବା ମଧ୍ୟ ଆରମ୍ଭ ହୋଇଥାଏ । ଏହି କାରଣରୁ ଜଳ ଅସମୋସିସ ପ୍ରକ୍ରିୟା ମାଧ୍ୟମରେ ଶରୀରରେ ଥିବା ସେଲ ମଧ୍ୟକୁ ପ୍ରବେଶ କରିଥାଏ । ଯାହାଦ୍ୱାରା ସେଲ ଫୁଲିଯାଏ ।

ଯାହା ଶରୀରରେ ଅତ୍ୟନ୍ତ ସାଙ୍ଘା-ତିକ ସମସ୍ୟା ସୃଷ୍ଟି କରିଥାଏ । ଯାହାଦ୍ୱାରା ମାଂସପେଶୀ , ଟିସୁ ଏବଂ ମସ୍ତିଷ୍କ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଶରୀରକୁ ଆବଶ୍ୟକତା ଅନୁଯାୟୀ ଜଳ ଯୋଗାଇ ଦେବା ଉଚିତ । ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ଦିନ ୩-୪ ଲିଟର ପାଣି ଶରୀର ପାଇଁ ସର୍ବୋତ୍ତମ ଅଟେ ।

Leave a Reply

Your email address will not be published. Required fields are marked *