କେରଳ ପରେ ଏବେ ଗୁଜୁରାଟ… ୫ ବର୍ଷରେ ୪୦ ହଜାର ଯୁବତୀ ଗାଏବ

ବେଳେ ବେଳେ ଏପରି କିଛି କଥା ଶୁଣିବାକୁ ମିଳିଥାଏ , ଯାହା ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆଉ ସୋସିଆଲ ମିଡ଼ିଆ ଜଗତରେ ବର୍ତ୍ତମାନ ସମୟରେ ଏପରି ଅନେକ କଥା ଚାରିଆଡ଼େ ଘୁରୀ ବୁଲୁଛି , ଯାହା ଆପଣଙ୍କ ନିଦ ଉଡାଇ ଦେବ । ଏପରି କଥା ଆପଣ ଶୁଣିଥିବେ କି , ସାରା ଦୁନିଆଁରେ ଏପରି କିଛି ଲୋକ ରହିଥାନ୍ତି , ଯାହାଙ୍କ ବ୍ୟବସାୟ ହେଉଛି ଝିଅ ଚାଲାଣ କରିବା । ଝିଅ ମାନଙ୍କୁ ଚାଲାଣ କରି ସେମାନେ ନିଜ ବ୍ୟବସାୟ ବଢାଇ ଦେଇଥାନ୍ତି ।

ତେବେ ଏଥିରୁ ଅନେକ ଲୋକ ଅନେକ ଲାଭ ମଧ୍ୟ ପାଇଥାନ୍ତି । ସେଥିପାଇଁ ସବୁବେଳେ ସମସ୍ତଙ୍କୁ ସତର୍କ ହୋଇ ରହିବା ପାଇଁ ପରାମର୍ଶ ଦିଆ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆପଣଙ୍କ ଝିଅକୁ ଘରୁ ବାହାରକୁ ଛାଡ଼ିବାକୁ ଭୟ କରିବେ । ତେବେ ସେହି କଥାଟି ହେଉଛି ଗାଏବ ହୋଇ ଯାଉଛନ୍ତି ଝିଅ । ଆଉ ଏହି ଘଟଣା ସାମ୍ନାକୁ ଆସିଛି ଗୁଜୁରାଟରୁ , ଯାହା ଖୋଧ୍ ମୋଦୀଙ୍କ ରାଜ୍ୟ ।

ଏହି ରାଜ୍ୟରେ ଆଜି ମଧ୍ୟ ନାରୀ ମାନେ ସୁରକ୍ଷିତ ନାହାଁନ୍ତି। ଦେଶ ଏତେ ଆଗକୁ ଯାଇସାରିବା ପରେ ମଧ୍ୟ କିଛି ଏପରି ଘଟଣା ଆଖିରୁ ନିଦ ହଜାଇ ଦେଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଗୁଜୁରାଟରୁ ଜଣେ କି ଦୁଇ ଜଣ ନୁହେଁ ବିଗତ ୫ ବର୍ଷ ମଧ୍ୟରେ ଉର୍ଦ୍ଧ ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ଯାହାଙ୍କ ଖବର ଆଜି ଯାଏଁ ମିଳି ପାରି ନାହିଁ । ସେମାନେ କୁଆଡେ ଯାଉଛନ୍ତି କି ସେମାନଙ୍କୁ କିଏ ଗାଏବ କରି ନେଇ ଯାଉଛି ଆଜି ବି ସେହି କଥା ଅଛୁପା ହୋଇ ରହିଛି । ଆଉ ଏପରି କଥା କିଛି ନୂଆ ନୁହେଁ , ଆଗରୁ କେରଳରେ ମଧ୍ୟ ଏପରି ହୋଇଥିଲା । କେରଳରେ ଆଗରୁ ଲଭ୍ ଜିହାଦ ପାଇଁ ଏସବୁ ହୋଇଥିଲା ।

ଆଉ ତାହାର ପ୍ରଭାବ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ମାଟିରେ ପଡ଼ିଛି । ତେବେ କ୍ରାଇମ୍ ବ୍ୟୁରୋ ରିପୋର୍ଟ ଅନୁଯାୟୀ , ବର୍ଷ ୨୦୧୭ ରେ ୭୬୦୦ , ଏବଂ ସେହି ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବର୍ଷରେ ଅନେକ ଯୁବତୀ ଗାଏବ ହୋଇ ଯାଉଛନ୍ତି । ଯାହାଙ୍କ ଖବର ଆଜି ଯାଏଁ କାହା ପାଖରେ ନାହିଁ । ପୋଲିସ ଯେତେ ଚେଷ୍ଟା କରିବା ପରେ ମଧ୍ୟ ପ୍ରକୃତ ଘଟଣା ବିଷୟରେ ସନ୍ଧାନ କରି ପାରି ନାହିଁ ।

ତେବେ ଆଗକୁ ଆହୁରି କେତେ ଦିନ ଏମିତି କେତେ ପରିବାରର ଲୋକେ ନିଜ ଝିଅକୁ ହରାଇବେ , ତାହା କୁହା ଯାଇପାରିବ ନାହିଁ । କାହା ପାଖରେ ଏହାର ସଠିକ୍ ଆକଳନ ମଧ୍ୟ ନାହିଁ । ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ଏହି ପରିସ୍ଥିତି କେବେ ସୁଧୁରି ଯାଉଛି ।

Leave a Reply

Your email address will not be published. Required fields are marked *