ଚତୁର୍ଥୀ ରାତିରେ ଗୋଲାପ ଫୁଲ ଦ୍ଵାରା କୋଠରୀକୁ କାହିଁକି ସଜାଯାଏ, ଜାଣନ୍ତୁ ଏହାର କାରଣ।

ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ ବିବାହରେ ସବୁ ସ୍ଥାନରେ ଗୋଲାପ ଫୁଲ ଦେଖାଯାଏ। କେବଳ ଏତିକି ନୁହେଁ, ଚତୁର୍ଥୀ ରାତିରେ ଦମ୍ପତିଙ୍କ କୋଠରୀ ଗୋଲାପ ଫୁଲରେ ସଜାଯାଏ। ଏହା ପଛରେ ଅନେକ କାରଣ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ସୁଗନ୍ଧର ମନୋବଳ ସହିତ ଅନେକ ସଂଯୋଗ ଅଛି। ବାସ୍ତବରେ, ଗୋଲାପ ଫୁଲକୁ ସମଗ୍ର ବିଶ୍ୱରେ ପ୍ରେମର ପ୍ରତୀକ ବୋଲି ମାନାଯାଏ। ତେବେ ଆସନ୍ତୁ ଆଜି ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭରେ ଏହି ବିଷୟରେ ଜାଣିବା।

ଆୟୁର୍ବେଦ ଅନୁଯାୟୀ ଗୋଲାପ ଫୁଲ ଏକ ପ୍ରାକୃତିକ ଆପ୍ରୋଡିସିଆକ୍। ଏହାର ପତ୍ର ଶରୀରର ଦୋଷ ଦୂର କରିଥାଏ । ଏହି କାରଣରୁ, ଜଣେ ବ୍ୟକ୍ତି ତାର ଯୌନ ରେ ସକ୍ରିୟତା ଅନୁଭବ କରେ। ଯୌନିକ ସମ୍ପର୍କ ରେ ଉନ୍ନତି ଆଣିବା ପାଇଁ ଗାଧୋଇବା ପରେ କିଛି ଗୋଲାପ ପତ୍ର ଖାଇବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ଏହାର ବାସ୍ନା ଆପଣଙ୍କ ମନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ଯାହା ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୋଲାପ ଜଳକୁ ଏକ ଆଣ୍ଟି ଡିପ୍ରେସନ୍ ବୋଲି କୁହାଯାଏ। ୨୦୧୧ ମସିହାରେ ହୋଇଥିବା ଏକ ସମ୍ମିଳନୀ ଏହା ପ୍ରକାଶ ପାଇଥିଲା ଯେ ଗୋଲାପ ପତ୍ର କେନ୍ଦ୍ରୀୟ ସ୍ନାୟୁ ଗୁଡିକୁ ଆରାମ ଦେଇଥାଏ। ଏହା ମଧ୍ୟ ଶରୀର ର ଚାପକୁ ହ୍ରାସ କରିଥାଏ। ଯଦି ଆପଣଙ୍କର ମନ ଭଲ ନଥାଏ, କୌଣସି ପ୍ରକାରର ଚିନ୍ତା ଥାଏ, ତେବେ ଆପଣ ଆପଣଙ୍କ ନିକଟରେ ଗୋଲାପ ରଖି ତାର ବାସ୍ନା କୁ ଶୁଙ୍ଘି ପାରିବେ। ଏହା ଶୀଘ୍ର ତମ ମନକୁ ଶାନ୍ତ କରିଦେବ।

ଏହା ବ୍ୟତୀତ ଗୋଲାପ ଫୁଲ କୁ ଅନେକ କାମରେ ବ୍ୟବହାର କରାଯାଏ। ଗୋଲାପ ଜଳକୁ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଛି।ଚନ୍ଦନ ସହ ଗୋଲାପ ଜଳ ମିଶାଇ ଲଗାଇଲେ ଚର୍ମକୁ ସୂର୍ଯ୍ୟକିରଣ ଠାରୁ ବଞ୍ଚାଇବାରେ ସାହାର୍ଯ୍ୟ କାରେ। ଅନେକ କ୍ଷେତ୍ରରେ ଗୋଲାପ ଜଳକୁ ଖାଦ୍ୟ ପଦାର୍ଥ ରେ ମଧ୍ୟ୍ୟ ବ୍ୟବହାର କରାଯାଏ।

Leave a Reply

Your email address will not be published. Required fields are marked *