ନିଦରେ ଜୋରଜବରଦସ୍ତ ସେ-କ୍ସ କରୁଥିଲେ ସ୍ୱାମୀ , ଲୋକଙ୍କ ଆଗରେ ନିଜ ଦୁଃଖ ବଖାଣିଲେ ସ୍ତ୍ରୀ

ଦୁନିଆରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାଧରଣତଃ ସେକ୍ସାମେନିଆ ରେ ପୀଡ଼ିତ ହୋଇଥାନ୍ତି । ଏହା ଖୁବ ଭୟଙ୍କର ରୋଗ ହୋଇଥାଏ । ଯେଉଁ ରୋଗ ଦ୍ୱାରା ବ୍ୟକ୍ତି ନିଦରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥାଏ । ତେବେ ବର୍ତ୍ତମାନ ସମୟରେ ଜଣେ ସ୍ତ୍ରୀ ଙ୍କ ମୁଁହରୁ ନିଜ ସ୍ୱାମୀ ଠାରେ ଥିବା ଏପରି ଏକ ଦୁର୍ଲଭ ରୋଗ ସମ୍ବନ୍ଧରେ ଜଣା ପଡ଼ିଛି । ମହିଳା ଜଣକ ନିଜର ଏହି ସମସ୍ୟା କୁ ପେରେନଟିଙ୍ଗ ଫୋରମ ଦ୍ୱାରା ସମଗ୍ର ଦୁନିଆ ସାମ୍ନାକୁ ଆଣିଛନ୍ତି ।

ମହିଳା ଜଣକ ନିଜ ସମସ୍ୟା କୁ ସର୍ବସାଧାରଣଙ୍କ ସାମ୍ନାକୁ ଆଣିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସ୍ୱାମୀ ଦୁର୍ଲଭ ସ୍ଲିପ ଡିଜଅର୍ଡର ରେ ପୀଡ଼ିତ । ଯେଉଁ ରୋଗ କାରଣରୁ ତାଙ୍କ ସ୍ୱାମୀ ରାତିରେ ଶୋଇବା ସମୟରେ ମଧ୍ୟ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି । ମହିଳା ଜଣକ ଅନୁଯାୟୀ ସେ ଏପରି ସମସ୍ୟା ପ୍ରାୟ ୧୦ ବର୍ଷ ହେବ ଭୋଗୁଛନ୍ତି ।

ସାଧରଣତଃ ମହିଳାଙ୍କର ରାତିରେ ଯେତେବେଳେ ନିଦ ଭାଙ୍ଗି ଥାଏ ସେତେବେଳେ ସେ ତାଙ୍କ ସ୍ୱାମୀ ତାଙ୍କ ଉପରେ ହାତ ପକାଇଥିବାର ଦେଖିଲେ ସଙ୍ଗେ ସଙ୍ଗେ ତାଙ୍କୁ ପେଲି ଦିଅନ୍ତି । ଏମିତି ଭାବରେ ସେ ଗତ ୧୦ ବର୍ଷ ହେବ ସମସ୍ୟାରେ ପୀଡ଼ିତ ହୋଇ ଆସୁଛନ୍ତି । ଅନେକଥର ତାଙ୍କ ସ୍ୱାମୀ କିଛି ଏପରି କାମ ବି କରନ୍ତି ଯାହାକି ମହିଳାଙ୍କୁ ସମସ୍ୟା ରେ ପକାଇ ଥାଏ । ସେ ଖୁବ କଷ୍ଟରେ ଏସବୁ କୁ ବାରଣ କରିବାକୁ ଚେଷ୍ଟା କରନ୍ତି ।

ଏମିତିରେ ତାଙ୍କୁ ରାତିରେ ଭଲ ଭାବରେ ନିଦ ମଧ୍ୟ ହୋଇ ନଥାଏ । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଏହି ସମସ୍ୟା କାରଣରୁ ଅନେକ ଦିନ ନିଦରୁ ଉଠିବା ପରେ ଆପତ୍ତିଜନକ ସ୍ଥିତିରେ ରହନ୍ତି ଯାହାଦ୍ୱାରା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ବର୍ଷ ହେବ ଏପରି ସମସ୍ୟା ଚାଲି ଆସୁଥିବାରୁ ମହିଳା ଜଣକ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି । ତେବେ ସେ ନିଜର ଏହି ସମସ୍ୟା ସମସ୍ତଙ୍କ ସହ ସେୟାର କରିଛନ୍ତି ଯାହାକି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରଲ ହେଉଛି ।

ସାଧରଣତଃ ସେକ୍ସାମେନିଆ ଏପରି ଏକ ରୋଗ ଅଟେ ଯେଉଁଥିରେ ପୀଡ଼ିତ ଲୋକେ ନିଦରେ ବି ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥାନ୍ତି । ତେବେ ମହିଳାଙ୍କର ଏପରି ଏପରି ଦୁଃଖଦ କାହାଣୀ ରେ ଅନେକ ସୋସିଆଲ ମିଡିଆ ୟୁଜର ପରାମର୍ଶ ଦେଇଛନ୍ତି । କିଛି ଲୋକ କହିଛନ୍ତି ଯେ ରାତିରେ ନିଜ ସ୍ୱାମୀକୁ ଛାଡ଼ି ରୁମ ବାହାରକୁ ପଳାଇ ଯିବାକୁ । ମହିଳା ମଧ୍ୟ ନିଜ ସ୍ୱାମୀଙ୍କ ପାଖରେ ନିଜେ ଅସୁରକ୍ଷିତ ବୋଲି ମନେ କରିଛନ୍ତି ।

Leave a Reply

Your email address will not be published. Required fields are marked *