ଛୋଟ ମୁଣ୍ଡରେ ବଡ଼ କଥା , ପିଲାଟିର କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଛୋଟ ମୁହଁରେ ବଡ଼ କଥା । ଆଜିକାର ଛୋଟ ପିଲାମାନେ ଯେପରି କଥାବାର୍ତ୍ତା କରୁଛନ୍ତି , ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଜନ୍ମ ହେଉ ହେଉ ସେମାନଙ୍କ ପାଖରେ ଏତେ ବୁଦ୍ଧି ଆସିଯାଉଛି କି , ସେମାନଙ୍କ କଥା ଶୁଣି ଅବାକ ଲାଗୁଛି । ଅନ୍ୟପକ୍ଷରେ ସେମାନଙ୍କ ମନ ଆଉ ପାଠ ପଢ଼ାରେ ଲାଗୁନାହିଁ । ସେମାନଙ୍କ ମନ ଖାଲି ଖେଳିବା ବୁଲିବାରେ ବ୍ୟସ୍ତ । ଆଉ ତା ବ୍ୟତୀତ ଆଉ କେଉଁଥିରେ ଲାଗୁନାହିଁ ।

ତେବେ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଭିଡ଼ିଓରେ ଆପଣ ଗୋଟିଏ ପିଲାକୁ ପାଠ ପଢୁଥିବାର ଦେଖିପାରିବେ । କିନ୍ତୁ ବାସ୍ତବରେ ପିଲାଟିର ମନ ପାଠପଢାରେ ନାହିଁ । ପିଲାଟି ପାଠ ପଢିପାରିବ ନାହିଁ ଆଉ ଏଭଳି କଷ୍ଟ ସହିପାରିବ ନାହିଁ ବୋଲି କହୁଛି । ଆଉ ଶେଷରେ କହୁଛି ମୁଁ ଦୁନିଆଁ ଛାଡିଦେବି ।

 

View this post on Instagram

 

A post shared by Bunny (@daiviksharma28)

ଭିଡ଼ିଓଟିକୁ ଦଭିକ ଶର୍ମା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ତେବେ ଭିଡ଼ିଓରେ ପିଲାଟି ନିଜ ମାଆ ସହିତ ବସି ପଢୁଥିବାର ଦେଖାଯାଇଛି । କିନ୍ତୁ ପିଲାଟିର ମନ ଆଦୌ ପାଠପଢାରେ ନାହିଁ । ସେ ମନ ଶୁଖାଇ ଦେଉଛି । ଆଉ ମଝିରେ ମଝିରେ ନିଜ ମାଆଙ୍କ ସହ କଥାବାର୍ତ୍ତା ମଧ୍ୟ କରୁନାହିଁ । ତେବେ ପିଲାଟି ଆହୁରି ମଧ୍ୟ କହୁଛି କି , ମାଆ ମୋତେ କଣ ପାଇଁ ଏ ଦୁନିଆଁକୁ ଆଣିଛ । ମୋତେ ଏଠାରେ ରହିବାକୁ ଭଲ ଲାଗୁନାହିଁ ।

ମାଆ ତାକୁ ଭଲ ନ ଲାଗିବାର କାରଣ ପଚାରିବାରୁ ପିଲାଟି କହୁଛି କି , ତାକୁ ପାଠ ପଢିବାକୁ ଆଦୌ ଭଲ ଲାଗୁନାହିଁ । ତେଣୁ ସେ ଏ ଦୁନିଆଁକୁ ଛାଡି ଚାଲିଯିବାକୁ ଚାହୁଁଛି । ଲୋକମାନେ ପିଲାର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି ଛୋଟ ମୁଣ୍ଡରେ ଏତେ ବଡ଼ କଥା ଆସିଲା କେଉଁଠୁ । ତେବେ ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୪୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଭିଡ଼ିଓରେ ଲୋକମାନଙ୍କର ଅନେକ ମଜାଳିଆ କମେଣ୍ଟ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *