ମହିଳା ହାଣିଲେ ପୁରୁଷଙ୍କୁ ପଚାରିଲେ କହୁଛନ୍ତି ଇଚ୍ଛା ହେଲା ମାରି ଦେଲି: ଲେଡି ଡ଼ନ।

ମୋ ଇଚ୍ଛା ହେଲା ମୁଁ ମାରି-ଦେଲି। ଏ କଥା ଆମେ କହୁନୁ ଏହି ଲେଡି ଡନ କହୁଛନ୍ତି। ମହିଳା ଜଣଙ୍କ କହିବା ଅନୁଯାୟୀ ତାଙ୍କର ଇଚ୍ଛା ଆଉ ସେ ଯୁବକଙ୍କୁ ମାରି ଦେଲେ। ହେଲେ ଲୋକେ ପ୍ରଶ୍ନ କରୁଛନ୍ତି ଲୋକେ ଭୟ କରୁଛନ୍ତି ମହିଳାଙ୍କର ଏମିତି ଯଦି ଅନେକ ଜଣଙ୍କୁ ମାରିବାକୁ ଇଚ୍ଛା ହୁଏ ତାହାଲେ ତ ମହିଳା ଜଣଙ୍କ ମାରିବାକୁ କେବେ ହେଲେ ପଛ ଘୁଞ୍ଚା ଦେବେ ନାହିଁ କି ଏକ ମିନିଟ ପାଇଁ ମଧ୍ୟ ଭାବିବେ ନାହିଁ। ମହିଳା ଜଣଙ୍କ ଏକ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ବେଳେ ସେ ନିଯେ ହତ୍ୟାକାରୀ ବୋଲି ମଧ୍ୟ ସ୍ୱୀକାର କରୁଛି। ହେଲେ ନା ଅଛି ମନରେ ଟିକିଏ ଭୟ ନା ଅଛି ପୋଲିସକୁ ଡର ।

ମହିଳା ଜଣଙ୍କ ଯୁବକଙ୍କ ହତ୍ୟା-କାରୀ ବୋଲି ବଡ଼ ଦମ୍ଭରେ କହୁଥିବା ମଧ୍ୟ ଦେଖିବାକୁ ମିଳିଛି।ମୁଁ ଲେଡି ଡନ ମୋ ଇଚ୍ଛା ଯେତେବେଳେ ଯାହା ହେବ ମୁଁ ସେଇଆ କରିବି। ମହିଳା ଜଣଙ୍କ ନିଜେ ହିଁ ସ୍ୱୀକାର କରୁଛନ୍ତି କି ସେ ମଣିଷ ମାରିଛନ୍ତି ବୋଲି। ଏଇ କିଛି ଦିନ ତଳେ ବସ୍ତିର ପି ସୁବ୍ରତ ରାଉତ ଓରଫ ଚନ୍ଦୁଙ୍କୁ ଗୋଡ଼ାଇ ଗୋଡ଼ାଇ ରାତିରେ ହାଣିଥିଲେ ମହିଳା ହତ୍ୟା-କାରୀ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା। ଆଉ ବର୍ତ୍ତମାନ ହତ୍ୟା-କାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ହତ୍ୟା-କାରୀ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା। ଆଜି କ୍ୟାପିଟାଲ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ହତ୍ୟାକାଣ୍ଡ ଘଟାଇ ବାହାର ଜିଲ୍ଲାରେ ଯାଇଁ ଲୁଚିଥିଲେ ମହିଳା ହତ୍ୟା-କାରୀ ଓ ତାଙ୍କ ସହଯୋଗୀ।

ଦୁଇ ଅଭିଯୁକ୍ତ ଯେତେବେଳେ ହତ୍ୟା-କାଣ୍ଡ ଘଟାଇଥିଲେ ଏହା ପରେ ପୋଲିସ ଭୟରେ ଦୁହେଁ ଫେରାର ହୋଇଯାଇଥିଲେ। ଦୁହେଁ ଚମ୍ପଟ ମାରି ବାହାର ରାଜ୍ୟରେ ଯାଇ ଘୁରି ବୁଲୁଥିଲେ। ତେବେ କଥାରେ ଅଛି ଚୋର ଡାଲେ ଡାଲେ ଗଲେ ପୋଲିସ ପତ୍ରେ ପତ୍ରେ ଯିବ। ତେଣୁ ବିଶେଷ ସୂତ୍ରରୁ ଖବର ପାଇ ଦୁଇ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଥିଲା। ସୂଚନା ଅନୁଯାୟୀ ଗତ 9 ତାରିଖ ରାତିରେ ମୃତ ଚନ୍ଦନ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା। ସେପଟେ ରଞ୍ଜୁ ଓ କାହ୍ନାଙ୍କ ଆକ୍ରମଣରେ ଚନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଚନ୍ଦୁଙ୍କ ଦୁଇ ସହଯୋଗୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣା ପରଠାରୁ ଲେଡି ଡ଼ନ ରଞ୍ଜୁ ଓ ତାଙ୍କ ସହଯୋଗୀ ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଥିଲେ। ହେଲେ କମିଶନରେଟ ପୋଲିସ ଘଟଣାର ତଦନ୍ତ କରିବା ସହ ଛାନ ଭିନ ଆରମ୍ଭ କରି ଦୁଇ ଜଣଙ୍କୁ ଗିରଫ କରି ଥାନାକୁ ଆଣିଛି। ହେଲେ ଏହି ସମୟରେ ଗଣ ମାଧ୍ୟମ ପ୍ରତିନିଧି ରଞ୍ଜଜୁ ପ୍ରଶ୍ନ କରିଥିଲେ କି ଚନ୍ଦୁଙ୍କୁ କାହିଁକି ହ-ତ୍ୟା କଲ ବୋଲି ? ଏହାର ଉତ୍ତରରେ ବଡ଼ ଜବାବ ଦେଉଛି ରଞ୍ଜୁ। ଆଉ ରଞ୍ଜୁ କହୁଛି ମୋର ଇଚ୍ଛା ହେଲା ମୁଁ ହତ୍ୟା-କଲି। ତେବେ ହତ୍ୟା-କାରୀ ମୁହଁରୁ ଏହିଭଳି ନିର୍ଭୟ କଥା ଶୁଣି ଲୋକେ କହୁଛନ୍ତି ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମଣିଷର ଜୀବନ ନେଇ ସାରିଲା ପରେ ବି ନା ଅଛି ଭୟ ନା ହିଁ ଅଛି ମନରେ ଡର।

Leave a Reply

Your email address will not be published. Required fields are marked *