ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥା ଦେଖିଲେ ଆଖିରେ ରହିବନି ଲୁହ, ଦେଖନ୍ତୁ କିପରି ବର୍ଷାରେ ବସି ସ୍କୁଟି ତଳେ ଖାଉଛନ୍ତି।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଭିଡ଼ିଓ ଦେଖିଲେ ଜାଣି ପାରିବ ଯେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟତା ଚରମ ସୀମାରେ ରୁହନ୍ତି। ଭାଇରାଲ ଭିଡ଼ିଓରେ ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥା ଓ ପରିସ୍ଥିତି ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ।

ଖାଦ୍ୟ ବିନା ମଣିଷ ହେଉ ଅବା ଜୀବଜନ୍ତୁ ବଞ୍ଚିବା ପାରିବ ନାହିଁ। ଖାଦ୍ୟ ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥାଏ। ତେବେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା କିଛି ଲୋକଙ୍କ ପାଇଁ ଏହା ଅତି ସହଜ ହୋଇଥିଲେ ଆଉ କିଛି ଲୋକଙ୍କ ପାଇଁ ଏହା ଅତ୍ୟନ୍ତ କଠିନ ଓ କଷ୍ଟକର ହୋଇଥାଏ। ଧନୀ ଲୋକମାନେ ଅନେକ ସମୟରେ ଖାଦ୍ୟ ନଷ୍ଟ କରୁଥିବାର ଆପଣ ଦେଖିଥିବେ ଅନ୍ୟପଟେ ଗରିବ ଲୋକଟିଏ ସେହି ଖାଦ୍ୟ ପାଇଁ ଅନେକ କଷ୍ଟ କରିଥାଏ। ଯାହାକି ଆପଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଇବ।

ସୋସିଆଲ ମିଡିଆରେ ଏକ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ନିଜ ନିଜର ଦୁଃଖ ମଧ୍ୟ ପ୍ରକାଶ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସୋସିଆଲ ମିଡିଆରେ କେଉଁ ଭିଡ଼ିଓ ଭାଇରାଲ ହେଉଛି ଓ ଭାଇରାଲ ଭିଡ଼ିଓରେ କଣ ଅଛି।

ତେବେ ଭାଇରାଲ ଭିଡ଼ିଓରେ ଆପଣ ଜୋରରେ ବର୍ଷା ହେବାର ଦେଖିବାକୁ ପାଇବେ। ତେବେ ଭାରି ବର୍ଷାରେ ଲୋକ ମାନଙ୍କୁ ଛାତ ତଳେ ଛିଡା ହୋଇଥିବାର ଦେଖିବାକୁ ପାଇବେ। କିନ୍ତୁ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ବର୍ଷାରେ ଓଦା ହୋଇ ଏକ ସ୍କୁଟି ତଳେ ପତରରେ ଖାଦ୍ୟ ଖାଉଥିବାର ଦେଖିବାକୁ ପାଇବେ। ବର୍ଷା ଜୋରରେ ହେଉଥିଲେ ମଧ୍ୟ ବୃଦ୍ଧ ବ୍ୟକ୍ତି ଜଣକ ବର୍ଷାକୁ ଖାତିର ନ କରି ଓଦା ହୋଇ ଖାଉଥିବାର ଦେଖିବାକୁ ପାଇବେ। ବର୍ଷା ପାଣି କାଳେ ଖାଦ୍ୟରେ ପଶି ଯିବ ତେଣୁ ସେ ସ୍କୁଟି ତଳେ ଖାଦ୍ୟ ପତରକୁ ରଖି ଖାଉଛନ୍ତି।

https://twitter.com/Gulzar_sahab/status/1568881316166520839?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1568881316166520839%7Ctwgr%5E6dfecfc8702093d060036545e491ff1737fda852%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fdharitri-epaper-dharitri%2Fbarshareskutitalekhauchantibyaktibhidiodekhileaakhireaasiyibaluha-newsid-n422278134%3Fs%3Dauu%3D0xac5a8664565e0686ss%3Dpd

ତେବେ ଏହି ହୃଦୟ ବିଦରକ ଦୃଶ୍ୟ କେହି ଜଣେ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ। ଯାହାଫଳରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓକୁ ୩ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି। କେବଳ ସେତିକି ନୁହେଁ ୟୁଜର ମାନେ ନିଜ ନିଜର ମତାମତ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *