ରାତି ଅଧରେ ମଣ୍ଡପରେ ସରିଲା ପ୍ରକୃତି ମିଶ୍ରଙ୍କ ବାହା ଘର ।

କଟକର ମୋନାଲିସା ମଣ୍ଡପରେ ଶେଷ ହେଲା ଅଭିନେତ୍ରୀ ପକୃତି ମିଶ୍ରଙ୍କ ବିବାହ । ମଥାରେ ସିନ୍ଦୁର ପିନ୍ଧି ବେକରେ ବରମାଳା ପକାଇ ପ୍ରକୃତି ଓ ତାଙ୍କ ହେବାକୁ ଯାଉଥିବା ପତି ବିବାହ କରୁଥିବା ଦେଖିବାକୁ ମିଳିଛି । ବନ୍ଧୁଗଣ ବେଦୀ ସଜା ହୋଇଛି । ଅତିଥି ମାନେ ମଧ୍ୟ ଆସିଛନ୍ତି ହେଲେ ସମସ୍ତେ ବି ବେଶ ଖୁସୀ ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ତେବେ କେବଳ ଏତିକି ନୁହେଁ ବ୍ରାହ୍ମଣ ମନ୍ତ୍ର ପାଠ କରୁଛନ୍ତି ।

ଆଉ ରାତି ଅଧରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଭାବୁଛନ୍ତି କି ହଟାତ ପ୍ରକୃତି ମିଶ୍ର ଲୁଚିକି ବିବାହ କରିନେଲେ କି । ହେଲେ ପ୍ରକୃତି ମିଶ୍ର ଲୁଚିକି ବିବାହ କରି ନାହାଁନ୍ତି ସମସ୍ତଙ୍କ ଉପସ୍ଥିତ ରେ ପ୍ରକୃତି ମିଶ୍ରଙ୍କ ବିବାହ ଚାଲିଥିବା ଦେଖିବାକୁ ମିଳିଛି । ଆଉ ଏହି ବିବାହରେ ପ୍ରକୃତି ମିଶ୍ର ଖୁସି ନଥିବା ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ ଏହି ବିବାହ ପଛରେ ନାଇଁ ତ ଆଉ କିଛି ରହସ୍ୟ ଆସନ୍ତୁ ତାହା ଉପରେ ନଜର ପକାଇବା ।

ନିକଟରେ ପ୍ରକୃତି ମୁମ୍ବାଇରେ ରହି ନିଜର କ୍ୟାରିଅର ଉପରେ ଫୋକସ କରୁଥିବା ସାରା ଓଡିଶା ବାସୀ ଜାଣିଛନ୍ତି । ଯେତେବେଳେ ପ୍ରକୃତି ଓ ଅଭିନେତା ବାବୁସାନଙ୍କୁ ନେଇ ଏକ ବିବାଦ ସୃଷ୍ଟିହେଲା । ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ଯେତେବେଳେ ଜୋର ସୋରରେ ଚର୍ଚ୍ଚା ଚାଲିଲା ।

ବାବୁସାନଙ୍କ ପତ୍ନୀ ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ସନ୍ଧେହ କରି ରାସ୍ତା ମଝିରେ ତୁମୁଳ କାଣ୍ଡ ଘଟାଇଲେ ସେତେବେଳେ ସମସ୍ତଙ୍କ ନଜର ରହିଥିଲା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଉପରେ । କାରଣ ଯେତେବେଳେ ରାସ୍ତା ଉପରେ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଏଭଳି ଏକ ତୁମୁଳ କାଣ୍ଡ ହେଲା ତାର ଭିଡିଓ ସାରା ଓଡ଼ିଶାରେ ବେଶ ଦ୍ରୁତ ଗତିରେ ଭାଇରାଲ ହେଲା । ଆଉ ଲୋକଙ୍କ ମନରେ ମଧ୍ୟ ଏହି ଘଟଣାକୁ ନେଇ ଅସମାହିତ ପ୍ରଶ୍ନ ସୃଷ୍ଟି ହେଲା ।

ହେଲେ ଘଟଣାର କିଛି ଦିନ ପରେ ଏହି ଘଟଣା ଧୀରେ ଧୀରେ ଲୋକଙ୍କ ମନରୁ ଲିଭି ଯାଇଥିବା ବେଳେ। ପ୍ରକୃତି ମିଶ୍ର ମଧ୍ୟ ଗଣମାଧ୍ୟମରେ କହିଥିଲେ କି ବାବୁସାନ କିଏ ସେ ଭୁଲି ଜାଇଛନ୍ତି। ତେବେ ଲୋକେ କହିଲେ କି ପ୍ରକୃତି ମିଶ୍ର ବୋଧେ ଅଭିମାନ କରିଛନ୍ତି ବାବୁସାନଙ୍କ ଉପରେ । ମାତ୍ର ସେ ଯାହା ବି କିଛି ହେଉ।

ଏହି ଘଟଣା ପରେ ବାବୁସାନ ମଧ୍ୟ ତାଙ୍କ ଚଳଚିତ୍ର ଦମନରେ ଅଦ୍ଭୁତ ସଫଳତା ହାସଲ କଲେ । ଏହି ଚଳଚ୍ଚିତ୍ରକୁ ନେଇ ସାରା ଓଡିଶା ସମେତ ଭାରତରେ ମଧ୍ୟ ଚର୍ଚ୍ଚା ଜୋର ଧରିଲା । ସେପଟେ ପ୍ରକୃତି ମଧ୍ୟ ଏହାରି ଭିତରେ ଅନେକ କାମ କରିଛନ୍ତି ଆଉ ନିକଟରେ ତାଙ୍କର ଏକ ଚଳଚ୍ଚିତ୍ରର ମଧ୍ୟ ଜୋରଦାର ସୁଟିଙ୍ଗ ଚାଲିଛି ।

ତେବେ ବନ୍ଧୁଗଣ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଚଳଚିତ୍ରର ସୁଟିଙ୍ଗ ଚାଲିଥିବା ବେଳେ ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକେ ଭାବୁଛନ୍ତି କି ବୋଧେ ହୁଏ ପ୍ରକୃତି କାହାକୁ କିଛି ନ କହି ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ହେଲେ ବାସ୍ତବରେ ଏହା ସତ୍ୟ ନୁହେଁ । ଏହି ଭିଡିଓ ଟି ପ୍ରକୃତିଙ୍କ ଏକ ସୁଟିଙ୍ଗର ଯେଉଁଥିରେ ଏକ ସିନ ଚାଲିଛି ବିବାହର ।

ତେବେ ନିକଟରେ ଅନୁଭବ ମହାନ୍ତିଙ୍କ ବିବାହ ସିନ ଶୁଟିଙ୍ଗକୁ ନେଇ ଏକ ଫଟୋ ଭାଇରାଲ ହେଇଥିବା ବେଳେ ଲୋକେ ଭାବୁଥିଲେ କି ଅନୁଭବ ବିବାହ କରି ନେଲେ କି ? ହେଲେ ନା ଅନୁଭବ ବିବାହ କରିଛନ୍ତି ନା ପ୍ରକୃତି ମିଶ୍ର ବି ବିବାହ କରିଛନ୍ତି । ବେଦୀ ସତ ବ୍ରହ୍ମାଣ ସତ ହେଲେ କିନ୍ତୁ ବିବାହ ମିଛ ।

Leave a Reply

Your email address will not be published. Required fields are marked *