ଘରୁ ଖୁସିରେ ବାହାରି ଯାଇଥିଲେ ବାପା ପୁଅ , ଟ୍ରକ୍ ଧକ୍କାରେ ବସ୍ତା ତଳେ ଚାପି ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ

ଖୁସିରେ ଘରୁ ବାହାରି ଯାଇଥିଲେ ବାପା ପୁଅ । ବାଟରେ ଯାଉ ଯାଉ ଦୁଇ ଝିଅଙ୍କର କିପରି ବିବାହ କରିବେ , ସେ ବିଷୟରେ ଆଲୋଚନା କରୁଥିଲେ । ମୁଣ୍ଡରେ ରହିଥିଲା ଅନେକ ଚିନ୍ତା । ଦୁଇ ଝିଅଙ୍କୁ ବିବାହ କରାଇ ଦେଲେ ଶାନ୍ତି ଲାଗିବ ବୋଲି ସେମାନେ କଥା ହେଉଥିଲେ । କିନ୍ତୁ ହଠାତ୍ କେଇ ମୁହୂର୍ତ୍ତରେ ସବୁକିଛି ଓଲଟା ପାଲଟା ହୋଇ ଗଲା । ଟ୍ରକ ଧ-କ୍କାରେ ସବୁଦିନ ପାଇଁ ଏ ଦୁନିଆଁକୁ ଅଲବିଦା କହି ଚାଲିଗଲେ ବାପା ପୁଅ । ହସ ଖୁସିର ସଂସାରକୁ ଗୋଟିଏ ଟ୍ରକ୍ ଚୁରମାର କରି ଦେଇ ଚାଲିଗଲା । ବର୍ତ୍ତମାନ ଖାଲି ସମସ୍ତଙ୍କ ଆଖିରେ ଲୁ-ହର ସୁଅ ଛୁଟିଛି । ସମସ୍ତେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ।

ହଠାତ୍ ଏପରି କଣ ହୋଇଗଲା , କେହି ବିଶ୍ବାସ କରି ପାରୁ ନାହାଁନ୍ତି । ତେବେ ଏପରି ଏକ ଘ-ଟଣା ଘ-ଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ । ଖଲ୍ଲିକୋଟ ଠାରୁ କିଛି ଦୂରରେ ବାପା ପୁଅ ବାଇକ ସାହାଯ୍ୟରେ ନିକଟସ୍ଥ ଗ୍ରାମକୁ କାମ କରିବାକୁ ଯାଉଥିଲେ । ଆଉ ସେଥିରୁ ଯାହା ଟଙ୍କା ପାଇଥାନ୍ତେ , ସେଥିରେ ନିଜ ପରିବାର ଚଳାଇବା ସହିତ ଦୁଇ ଝିଅଙ୍କ ବିବାହର ଖର୍ଚ୍ଚ ଉଠାଇଥାନ୍ତେ । କିନ୍ତୁ ସବୁକିଛି ସରିଗଲା । ବାଟରେ ଚାହିଁ ବସିଥିଲା ଯମ । ଆଉ ନେଇଗଲା ବାପା ପୁଅଙ୍କ ଜୀ-ବନ । ପ୍ରା-ଣ ହରାଇଥିବା ବାପା ପୁଅ ହେଉଛନ୍ତି କଦୋଲା ଥା-ନା ଅନ୍ତର୍ଗତ ସମା ଗ୍ରାମର ବାବୁଲା ପ୍ରଧାନ ଏବଂ ତାଙ୍କ ପୁଅ ରାକେଶ ପ୍ରଧାନ ।

ତେବେ ସୂଚନା ଅନୁଯାୟୀ ଏକ ତମ୍ବାକୁ ବୋଝେଇ ଟ୍ରକ କର୍ଣ୍ଣାଟକ ଠାରୁ ତମ୍ବାକୁ ଧରି ପଶ୍ଚିମବଙ୍ଗ ସେହି ବାଟ ଦେଇ ଯାଉଥିଲା । ତେବେ ଘନ କୁହୁଡି ହୋଇ ଥିବାରୁ ଟ୍ରକ୍ ବାପା ପୁଅଙ୍କ ବାଇକକୁ ଧ-କ୍କା ଦେଇ ଦେଇଥିଲା । ଆଉ ଧ-କ୍କା ହେବାରୁ ବାପା ପୁଅଙ୍କ ଉପରେ ସେହି ଟ୍ରକ୍ ଓଲଟି ପଡ଼ିଥିଲା ଆଉ ଟ୍ରକରେ ରହିଥିବା ତମ୍ବାକୁ ବସ୍ତା ତଳେ ଚାପି ହୋଇ ରହି ଯାଇଥିଲେ ବାପା ପୁଅ । ତେବେ ଏହି କଥା କେହି ବି ଜାଣି ପାରି ନଥିଲେ । ଏହାପରେ ନିକଟସ୍ଥ ଲୋକ ଟ୍ରକ୍ ଓଲଟି ପଡିଥିବା ଦେଖି ପୋଲି-ସକୁ ଫୋନ୍ କରିଥିଲେ । ଆଉ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ ।

କିନ୍ତୁ ଯେତେବେଳେ ପୋ-ଲିସ ଆସି ଦେଖିଲା , ସେତେବେଳକୁ ସେ ଜାଣି ନଥିଲା କି , ଟ୍ରକ୍ ତଳେ ବାପା ପୁଅ ଚାପି ହୋଇ ଯାଇଛନ୍ତି । ତେଣୁ ସେ କିଛି ତମ୍ବାକୁ ବସ୍ତା ଉଠାଇ ଥିଲା , ଆଉ ଦେଖିବାକୁ ପାଇଥିଲା ରାକେଶ ପ୍ରଧାନଙ୍କ ମୃ-ତ ଶରୀର । ଏହାପରେ ଶରୀରକୁ ଖଲ୍ଲିକୋଟ ଡାକ୍ତରଖାନାକୁ । ତେବେ ଏହାପରେ ୪ଟା ସମୟରେ ଯେତେବେଳେ ଆଉ କିଛି ବସ୍ତା ଉଠା ଯାଇଥିଲା , ସେତେବେଳେ ବାବୁଲା ପ୍ରଧାନଙ୍କ ମୃ-ତ ଦେହ ଉ-ଦ୍ଧାର କରା ଯାଇଥିଲା । ଆଉ ତାଙ୍କୁ ଡାକ୍ତରଖାନା ପଠାଇ ଦିଆ ଯାଇଥିଲା । ତେବେ ସେଠାରେ ପରିବାର ଲୋକ ପହଞ୍ଚି ଶ-ବ ଦେଖିବା ପରେ ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଥିଲା ପୋ-ଲିସ ।

Leave a Reply

Your email address will not be published. Required fields are marked *