ଆଗାମୀ ୨୦୩୦ ମଧ୍ୟରେ ଘଟିବାକୁ ଯାଉଛି ଏହିସବୁ ଘଟଣା , ଜାଣନ୍ତୁ କଣ କହୁଛି ମାଳିକା :-

ପୁରାଣ ଶାସ୍ତ୍ର ଅନୁଯାୟୀ ଆମେ ଏହା ଜାଣିଛୁ ଯେ ପୃଥିବୀରେ କେବଳ ୪ ଯୁଗର ଆରମ୍ଭ ହୋଇଛି ଯାହାକି ଚକ୍ର ଗତିରେ ଚାଲୁ ରହିଛି । ସତ୍ୟ ଯୁଗ , ତ୍ରେତୟା ଯୁଗ , ଦ୍ୱାପର ଯୁଗ ଏବଂ କଳି ଯୁଗ । ପ୍ରଥମ ତିନୋଟି ଯୁଗର ଶେଷ ସମୟରେ ପୃଥିବୀରେ ପ୍ରଳୟ ଆସିଥିବା କଥା ଆପଣ ମାନେ ଶୁଣିଥିବେ ।ସେହିପରି କଳିଯୁଗର ସମାପ୍ତି ସମୟରେ ମଧ୍ୟ ପ୍ରଳୟ ହେବା କଥା ଆମେ ଛୋଟ ବେଳୁ ଶୁଣି ଆସିଛୁ ।

ଆମ ପୂର୍ବ ପୁରୁଷ ଅର୍ଥାତ ଅନେକ ଜ୍ଞାନୀ ବ୍ୟକ୍ତି ନିଜ ଭବିଷ୍ୟ ବାଣୀ ରେ ପୃଥିବୀର ଆଗାମୀ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି । ସେଥିମଧ୍ୟରୁ ଆଶ୍ଚୟତନନ୍ଦ ଙ୍କର ମାଳିକା ବଚନ ଅନ୍ୟତମ ଅଟେ । ଆଶ୍ଚୟତନନ୍ଦ ଙ୍କ ଅନୁଯାୟୀ କଳିଯୁଗର ସମାପ୍ତି ମାତ୍ର ଆଉ କେତୋଟି ବର୍ଷ ମଧ୍ୟରେ ଶେଷ ହୋଇଯିବ । ପୁଣି ଏହି ମାଳିକା ବଚନ ସତ ହେଉଥିବା କଥା ଆପଣ ମାନେ ଅତି ଭଲ ଭାବରେ ଜାଣିଥିବେ ।

ମାଳିକା ବଚନ ରେ ଏହା ବର୍ଣ୍ଣନା କରାଯାଇଛି ଯେ କଳି ଯୁଗର ଶେଷ ସମୟ ବେଳକୁ କୋଲକାତା ଏବଂ ମୁମ୍ବାଇ ଭଳି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ସାତ ଦିନ ଏବଂ ସାତ ରାତି ଅନ୍ଧାର ହେବ । କଳି ଯୁଗର ପାପୀଙ୍କୁ ନାଶ କରିବା ପାଇଁ ଭଗବାନ କଳ୍କୀ ଅବତାର ନେଇ ପୃଥିବୀ ପୃଷ୍ଠରେ ଜନ୍ମ ନେବେ । ଆଗରୁ ଏହି ସବୁ ଘଟଣା ସତ ହେବା କଥା ମଧ୍ୟ ଶୁଣା ଯାଇଛି ।

ଯେପରିକି ବାଇଶି ପାହାଚେ ମୀନ ଖେଳିବ ଏବଂ ବଡ଼ ଦେଉଳରୁ ପଥର ଖସିବ ଇତ୍ୟାଦି ଘଟଣା ସତ ହୋଇଛି । ତେଣୁ ମାଳିକା ବର୍ଣ୍ଣିତ ଏହି ସମସ୍ତ ଘଟଣା ଘଟିବାର ପୂର୍ବରୁ ହିଁ ରଚନା କରାଯାଇଥିଲା । ପୁଣି ଆଗାମୀ ସମୟରେ କଣ ଘଟିବାକୁ ଯାଉଛି ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ମାଳିକା ରେ ପୂର୍ବରୁ ମଧ୍ୟ କରୋନା ଏବଂ ଅନ୍ୟାନ୍ୟ ମହାମାରୀ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଥିଲା । ଏହିପରି ଯେ ଆଗାମୀ ସମୟରେ ଏକ ବଡ଼ ମହାମାରୀ କାରଣରୁ ଅନେକ ଲୋକ ମୃତ୍ୟୁବରଣ କରିବେ । କେବଳ କରୋନା ନୁହେଁ ବରଂ ଆହୁରି ୬୪ ଟି ମହାମାରୀ କାରଣରୁ ଲୋକେ ପୋକ ମାଛି ଭଳି ମୃତ୍ୟୁବରଣ କରିବେ । ଭଗବାନ ଶ୍ରୀ ଜଗନ୍ନାଥ ବଡ଼ ଦେଉଳ ଛାଡ଼ି ଯାଇ ଛତିଆମଠ ରେ ରହିବେ ।

ତେବେ ଏହିସବୁ ଘଟଣା ଧୀରେ ଧୀରେ ସତ୍ୟ ହେବାରେ ଲାଗିଛି । ଏବଂ ଭବିଷ୍ୟ ବାଣୀ ଅନୁଯାୟୀ ଆସନ୍ତା ୨୦୩୦ ସୁଦ୍ଧା ଲୋକେ ଆହୁରି ବଦଳି ଯିବେ । କେହି କାହାକୁ ମଣିବେ ନାହିଁ ଏବଂ ନିଜେ ନିଜର କ୍ଷତି କରିବେ । ଯାହାଦ୍ୱାରା ମନୁଷ୍ୟ ହାତରେ ମନୁଷ୍ୟର ଜୀବନ ଯିବ ।

Leave a Reply

Your email address will not be published. Required fields are marked *