ଅନେକ ରୋଗରୁ ମୁକ୍ତ କରିଥାଏ ଏହି ଫଳ , ଗର୍ଭବତୀ ମହିଳା ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ପାଇଁ ଅନେକ ଲାଭକାରୀ , ଜାଣି ନିଅନ୍ତୁ :-

ବର୍ତ୍ତମାନ ସମୟରେ ବଦଳୁଥିବା ପାଣିପାଗ , ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ , ଦୂଷିତ ଜଳବାୟୁ କାରଣରୁ ଅନେକ ମାରାତ୍ମକ ରୋଗ ଆକ୍ରମଣ କରିଥାଏ । ଯାହାଦ୍ୱାରା ପ୍ରାୟତଃ ଅଧିକାଂଶ ଲୋକ ଆଜିକାଲି ମଧୁମେହ ରୋଗରେ ପୀଡ଼ିତ । ତେଣୁ ଏ କ୍ଷେତ୍ରରେ ଲୋକେ ନିଜକୁ ସୁସ୍ଥ ରଖିବା ପାଇଁ ଅନେକ ଔଷଧ , ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଛୋଟ ଫଳ ବିଷୟରେ କହିବୁ ଯାହାକି ଆମ ଶରୀରର ୧୦୦ ପ୍ରତିଶତ ରୋଗ କୁ ଠିକ କାରବାର କ୍ଷମତା ରଖିଥାଏ ।

କିଓ୍ବି ଫଳ ତ ଆପଣ ନିଶ୍ଚିତ ଖାଇଥିବେ । କିନ୍ତୁ କଣ ଆପଣ ଏହାର ଉପକାରିତା ବିଷୟରେ ଜାଣନ୍ତି କି ? ବାସ୍ତବରେ ଦୁନିଆର ସବୁ ଫଳ ଖାଇବା ସହିତ ଏହି ଗୋଟିଏ ଫଳ ଖାଇବା ସମାନ । କାରଣ ଏଥିରେ କେଉଁ ପଷୋକ ତତ୍ତ୍ୱ ନାହିଁ ବୋଲି ଆପଣ କହି ପାରିବେ ନାହିଁ । କିଓ୍ବି ରେ ସବୁ ପ୍ରକାରର ଭିଟାମିନ ଏବଂ ମିନେରଲ ରହିଥାଏ ଯଥା ଭିଟାମିନ – E , ଫାଇବର , ଭିଟାମିନ – C , ଫୋଲିକ ଏସିଡ଼ , ଆଣ୍ଟିଅକ୍ସିଡ଼ ଏବଂ ଅନେକ ପ୍ରକାରର ମିନେରଲ ଇତ୍ୟାଦି ରହିଥାଏ ।

କିଓ୍ବି କୁ ଅମୃତ ସମାନ ବୋଲି କୁହାଯାଏ କାରଣ ଏହା ମଧୁମେହ ଭଳି ଜଟିଳ ରୋଗକୁ ନିୟନ୍ତ୍ରଣ କରିଥାଏ ତାସହିତ ରକ୍ତ ହୀନତା , ହୃଦରୋଗ ଏବଂ ଡେଙ୍ଗୁ ଜ୍ୱରରୁ ମଧ୍ୟ ମୁକ୍ତ କରିଥାଏ । ଶରୀରର ଓଜନ କମାଇବା ପାଇଁ ମଧ୍ୟ ଏହା ଏକ ଜରୁରୀ ଉପାଦାନ ଅଟେ । ପୁଣି ଏହା ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ଜରୁରୀ ଅଟେ । ସାଧରଣତଃ ଗର୍ଭବତୀ ମହିଳା ମାନଙ୍କୁ ୪୦୦ ରୁ ୬୦୦ ମାଇକ୍ରୋଗ୍ରାମ ଫୋଲିକ ଏସିଡ଼ ର ଆବଶ୍ୟକତା ରହିଥାଏ ଯାହାକି କିଓ୍ବି ରେ ପ୍ରଚୁର ପରିମାଣରେ ଥାଏ । ତେଣୁ ଗର୍ଭବତୀ ମହିଳା ମାନେ କିଓ୍ବି ର ସେବନ କରିଲେ ଏହା ପିଲାର ମସ୍ତିଷ୍କ ର ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ ।

କିଓ୍ବି ରେ ଫାଇବର ର ମାତ୍ରା ଅଧିକ ଥାଏ ଯାହାକି ପାଚନ ତନ୍ତ୍ରର କ୍ଷମତା ବୃଦ୍ଧି ଦିଗରେ ସହାୟକ ହୋଇଥାଏ । ଏସବୁ ବ୍ୟତୀତ କିଓ୍ବି ର ସେବନ ଦ୍ୱାରା ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା , ମାଂସପେଶୀ ସମସ୍ୟା ଏବଂ ବୟସ ବୃଦ୍ଧି ସହିତ ବଢୁଥିବା ସମସ୍ୟା ରୁ ମୁକ୍ତି ଦେଇଥାଏ । ତେଣୁ କିଓ୍ବି ର ସେବନ କୁ ଆଜିଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନେବା ଉଚିତ ।

Leave a Reply

Your email address will not be published. Required fields are marked *