ନିଜ ବୟଫ୍ରେଣ୍ଡ ବିଷୟରେ ଏପରି କହିଲେ ଇତି…

ଧାରା ବାହିକ କୁହନ୍ତୁ କିମ୍ୱା ମ୍ୟୁଜିକ୍ ଭିଡ଼ିଓ ସେ ସବୁଥିରେ ନଜର ଆସିଲେ ଲୋକମାନେ ତାଙ୍କୁ ଦେଖିବା ପାଇଁ ପାଗଳ ହେଇ ଯାଆନ୍ତି। କାହିଁକି ନା ଲୋକମାନେ ଅନେକ ଭଲ ପାଇବା ତାଙ୍କ ଅଭିନୟକୁ ଦିଅନ୍ତି। ଆଉ ଛୋଟ ଛୁଆଟେ ପରି ସେ ଦେଖା ତ ଯାଆନ୍ତି କିନ୍ତୁ ଛୁଆଳିଆମି ବୋଧ ହୁଏ ଏଯାଏଁ ଯାଇନି।ଲୋକମାନେ ସବୁବେଳେ ଯେତେବେଳେ ବି ଦେଖନ୍ତି ଏବେବି ଖୋଜୁଛନ୍ତି ଯେ ତାଙ୍କୁ ଆଣ ।

ଆପଣ ମାନେ ରାସ୍ତାଘାଟ ଯେଉଁଠି ବି ଦେଖିଲେ ଆପଣମାନେ ପଚାରୁଥିବେ ଯେ ଇତି ମ୍ୟାଡ଼ାମ୍ କେମିତି ଅଛନ୍ତି ଆପଣ ? ନିହାତି ଭାବରେ ଲୋକମାନେ ଏବେବି ତାଙ୍କୁ ମିସ୍ କରୁଛନ୍ତି କେଉଁଠି ନା କେଉଁଠି। ସେଥିପାଇଁ ମୁଁ ଆସି ପହଞ୍ଚିଗଲି ସେରିଏଲ୍ ପରେ ସିମ୍ରନ୍ କରୁଛନ୍ତି କଣ। ତାଙ୍କ ସହିତ କଥା ହେବା ଯେ ଅନେକ ଦିନର ଚେଷ୍ଟା ପରେ ସେ ଆଜି ମୋ ସହିତ ଭେଟ ହେଇଛନ୍ତି।ଯେତେବେଳେ ସେରିଏଲ୍ ନଥିଲା ସେବେ ଗୋଟେ ପରିବେଶ ଅଲଗା ପ୍ରକାର ଥିଲା। ଆଉ ଯେତେବେଳେ ସେରିଏଲକୁ ଆସିଲି ପ୍ରଥମରୁ ଟିକେ କଷ୍ଟ ଲାଗୁଥିଲା କିନ୍ତୁ ସେଇ ପରିବେଶ ଭିତରେ ଦୁଇ ବର୍ଷ ମୁଁ ଗୋଟେ ସେରିଏଲରେ କାମ କରିଛି। ଏଇଟା ସହଜ କଥା ନୁହଁ।

ଦୁଇ ବର୍ଷ ଗୋଟେ ଲିଡ଼୍ ଆକ୍ଟ୍ରେସ୍ ହିସାବରେ ହ୍ୟାଣ୍ଡେଲ୍ କରିବା ଲାଗିଲା କି ସତରେ ମୋର ଗୋଟେ ସେକେଣ୍ଡ ଫ୍ୟାମିଲି ସେଇଠି ଅଛି ,ଯାହାକୁ ମୁଁ ହ୍ୟାଣ୍ଡେଲ୍ କରୁଛି। ବହୁତ୍ ବହୁତ୍ ଧନ୍ୟବାଦ ଦେବି ଯାହା ହଉ ସେମାନେ ମୋ ଟ୍ୟାଲେଣ୍ଟକୁ ଜାଣି ପାରିଲେ। ଗୋଟେ ସୁଟିଂ କରିବାର ପ୍ଲାଟଫର୍ମ ଦେଲେ।ଲୋକମାନେ ଏଠି ହେଉଛନ୍ତି ଆମର ଭଗବାନ । ଏଠି ତାଳି, ଗାଳି ସବୁ ଗ୍ରହଣ ହେବ। ଏକ୍ଚୁଆଲି ମୋ ଫ୍ୟାମିଲିରେ ସମସ୍ତେ ଏଜୁକେଟେଡ୍। ସମସ୍ତେ ଭଲ ପାଠ ପଢ଼ନ୍ତି। ମୋ ମାମା ଏବଂ ମୋ ଫ୍ୟାମିଲି ସବୁବେଳେ ଗୋଟିଏ କଥା କୁହନ୍ତି କି ଦେଖ୍ ଧନ ତୁ ଜୀବନରେ କିଛି କର କି ନକର ସବୁବେଳେ ଗୋଟିଏ କଥା ମନେ ରଖିଥିବୁ ଗୋଟେ ଭଲ ମଣିଷଟିଏ ହବୁ ଆଉ ପାଠଟା କେବେ ଛାଡିବୁନି।

ପାଠଟା ପଢ଼ିବୁ କାହିଁକି ନା ଯେବେତୁ ପାଠଟା କମ୍ପ୍ଲିଟ କରିଥିବୁ ଆଗକୁ ଏ ଲାଇନଟା ମୁଁ ମୋ ପସନ୍ଦ ପାଇଁ କରୁଛି। ମୋତେ ଭଲ ଲାଗେ, ମୋତେ ଖୁସି ଲାଗେ ସେଥିପାଇଁ କରୁଛି। କିନ୍ତୁ ପାଠ ଯଦି ଛାଡ଼ିଦେବି ଭବିଷ୍ୟତରେ ମୋତେ ପସ୍ତେଇବାକୁ ପଡ଼ିବ।ପାଠ ଆମର ବହୁତ୍ ଦରକାରୀ। ପାଠ ପଢ଼ିଲେ ଆମର କହିବା ଶୈଳୀ ଠିକ୍ ହେବ। ଆମେ ଜାଣି ପାରିବା ଆମର କେଉଁଟା ଠିକ୍ କେଉଁଟା ଭୁଲ୍। ପ୍ରଥମେ ଯେତେବେଳେ ସୁଟିଂ ସେଟକୁ ଯାଇଥିଲି ମୁଁ ବହୁତ୍ ନର୍ଭସ୍ ଥିଲି। କାହିଁକି ନା ଆମେ ଫୋନରେ ଆକ୍ଟିଂ କରିବା ଆଉ କ୍ୟାମେରା ଆଗରେ ଯେତେବେଳେ ଆକ୍ଟିଂ କରୁ ବହୁତ୍ ଆକାଶ ପାତାଳ ଫରକ୍ ଥାଏ।

ମୁଁ ଯେତେବେଳେ ଛୋଟ ଥିଲି ଘରେ ବସିକି ଟିଭି ଦେଖେ । ଆଉ ବିଶ୍ବାସ କରିବେନି ସେରିଏଲରେ ମୋର ସାତ ପେଜ୍ ଡାଇଲଗ୍ ଆସେ। ତାକୁ ଘୋଷି ଘୋଷି ମନେ ରଖିବା ଯେତେବେଳେ ମୁଁ ନୂଆ ନୂଆ ଯାଇଥିଲି । ଏବେ ତ ଘୋଷିବାକୁ ପଡୁନି ଷ୍ଟୋରୀ ବୁଝେଇ ଦେଲେ ମନେ ରହି ଯାଉଛି, କହି ଦେଉଛି।ସେତେବେଳେ ବହୁତ୍ କଷ୍ଟ ଲାଗୁଥିଲା। କିନ୍ତୁ ଧୀରେ ଧୀରେ ଯେତେବେଳେ ଘୋଷି ହେଇଗଲା ସେତେବେଳେ ବହୁତ୍ ସହଜ ଲାଗିଲା।

Leave a Reply

Your email address will not be published. Required fields are marked *