ନିଜ ସ୍ତ୍ରୀକୁ ତା’ର ପୁରୁଣା ପ୍ରେମିକ ସହିତ ବାହା କରାଉଛି ସ୍ୱାମୀ । ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଏମିତି ଘଟଣା ଖୁବ କମ ଦେଖିବାକୁ ମିଳେ । କାରଣ ଏଭଳି ହୃଦୟବାନ ମଣିଷ ପ୍ରାୟ ଦୁନିଆରେ ଥିବେ ?? ନିଜ ସ୍ତ୍ରୀର ଖୁସି ପାଇଁ ତାକୁ ତାର ପୁରୁଣା ପ୍ରେମିକ ସହିତ ବିବାହ କରାଇ ଦେଇଛି ସ୍ୱାମୀ । ଯେଉଁ ଘଟଣା ପାଇଁ ଅନେକ ଲୋକେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ସ୍ତ୍ରୀ ନିଜର ପୁରୁଣା ପ୍ରେମକୁ ଭୁଲି ପାରୁ ନଥିଲା । ଯାହାକୁ ଦେଖି ସ୍ୱାମୀ କଷ୍ଟ ପାଉଥିଲା ସତ କିନ୍ତୁ ହୃଦୟକୁ ବଡ଼ କରି ଏଭଳି ନିଷ୍ପତ୍ତି ନେଇଗଲା । ନିଜ ସ୍ତ୍ରୀକୁ ତାଙ୍କ ପୁରୁଣା ପ୍ରେମିକକୁ ବିବାହ କରିବାକୁ କହିଲା । ଆଠ ବର୍ଷର ପୁରୁଣା ପ୍ରେମକୁ ପାଇବାକୁ ବିକଳ ହୋଇ ଦୌଡ଼ି ଆସିଥିଲା ପ୍ରେମିକ । ବିବାହ ପରେବି ସ୍ତ୍ରୀ ପ୍ରେମକୁ ଭୁଲି ପାରୁ ନଥିଲା ।

ଆଉ ଏପଟେ ସ୍ୱାମୀ ବି ସ୍ତ୍ରୀର ଇଚ୍ଛାକୁ ଗ୍ରହଣ କଲା ଏବଂ ତାର ପ୍ରେମିକ ସହିତ ବିବାହ କରାଇବାକୁ ରାଜି ହୋଇଗଲା । ମନରେ କେତେଯେ ଦୁଃଖ ଥିବ ତାହା କେବଳ ତାକୁ ହିଁ ଜଣା ଥିବ । ପଦେ କିଛି ନକହି ପ୍ରେମିକ ସହିତ ବିବାହ କରାଇ ଖୁସିରେ ରହିବାକୁ କହିଲା । ଏଭଳି କିଛି କହି ପ୍ରେମିକ ସହିତ ନିଜ ସ୍ତ୍ରୀର ବିବାହ କରାଇ ଦେଇଛି ସ୍ୱାମୀ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଗୋଦିଆ ଥାନା ଅନ୍ତର୍ଗତ ଜଙ୍ଗେଦତ୍ତ ବାରିକ ପିତା ବ୍ରଜବନ୍ତ ବାରିକ ଦୀର୍ଘ ତିନି ବର୍ଷ ପୂର୍ବରୁ କଣ୍ଟାବାଣିଆ ଅଞ୍ଚଳର ପ୍ରିୟଙ୍କା ବାରିକକୁ ବିବାହ କରିଥିଲେ । ୧୫ ଦିନ ପରଠାରୁ ପ୍ରିୟଙ୍କା ନିଜ ପୁରୁଣା ପ୍ରେମିକଙ୍କୁ ମନେ ପକାଉଥିଲେ । ଏପଟେ ନିଜ ପରିବାର ଲୋକଙ୍କୁବି ସେ ଅନେକ ଧମକ ପୂର୍ଣ୍ଣ ଚେତାବନୀ ଦେଉଥିଲେ ।

ଖାଲି ସେତିକି ନୁହେଁ ଏମିତିକି ଜୀବନ ହାରିବାକୁ ମଧ୍ୟ ଧମକ ଦେଉଥିଲେ । ଏପଟେ ସ୍ୱାମୀ ବିଚଳିତ ହୋଇ ପଡ଼ିଥିଲେ । ଶେଷରେ ସ୍ୱାମୀ ଜଣକ ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀକୁ ତାର ପୁରୁଣା ପ୍ରେମିକ ହାତରେ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ । ପୁରୁଣା ପ୍ରେମିକ ଶ୍ରୀତମ ନାୟକ ଥାନା ବୋନପାଳ ଅନୁଗୁଳର ବାସିନ୍ଦା ଯାହାଙ୍କର ବିବାହ ଗୋଦିଆ ଥାନା ପରୁଅଖୋଜ ରାମ ମନ୍ଦିରରେ ହୋଇଛି । ଯେଉଁଠି ସ୍ୱାମୀ ଯଜ୍ଞଦତ୍ତ ଏବଂ ଶ୍ୱଶୁର ବ୍ରଜବନ୍ଧୁ ଉପସ୍ଥିତ ଥିଲେ । ଏହାକୁ ନେଇ ସ୍ୱାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ସିଧାସଳଖ ତାଙ୍କ ସହିତ ରହି ପାରିବେ ନାହିଁ ବୋଲି କହିଥିଲେ । ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ସମସ୍ତେ ଶାନ୍ତିରେ ରହି ପାରିବେ ।

Leave a Reply

Your email address will not be published. Required fields are marked *