CRPF ଜବାନ ଏବଂ ତାଙ୍କ ସ୍ତ୍ରୀ ଫୋନରେ କଥା ହେବା ସମୟରେ ୨ମିନିଟର ବ୍ୟବଧାନରେ ଜଣ ଜଣ କରି ହେଲା ମୃତ୍ୟୁ…

କେବେକେବେ ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ସାଧାରଣ ବ୍ୟକ୍ତିଙ୍କ ପକ୍ଷେ ବୁଝିବା ବହୁତ ମୁସ୍କିଲ ହୋଇ ଯାଇଥାଏ। ତିନିମାସ ପୂର୍ବରୁ ହିଁ ବଡ଼ ଧୁମଧାମରେ ସିଆରପିଏଫ ଯବାନଙ୍କ ବାହାଘର ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଭଲ ଥିଲା।ପୂରା ପରିବାରରେ ବାହାଘର ପରେ ବହୁତ ଖୁସିର ବାତାବରଣ ଥିଲା। କିନ୍ତୁ ହଠାତ କିଛି ଏମିତି ହୋଇ ଯାଇଥିଲା କି ଖୁସି ଦୁଃଖରେ ପରିଣତ ହୋଇ ଯାଇଥିଲା।

ଏହି ଯନ୍ତ୍ରଣା ଦାୟକ ଘଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାର ଅଟେ। ବିଳାସପୁରରେ ରହୁଥିବା ଜଣେ ସିଆରପିଏଫ ଯବାନ ମହାରାଷ୍ଟ୍ରର ଗଢଚିରୌଲୀରେ ନିଜକୁ ଗୁଳି ମାରି ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।

ଫୋନରେ କଥା ହେବା ସମୟରେ ମୃତ୍ୟୁ

ଜଣା ଯାଉଛି କି ଘଟଣା ସମୟରେ ସିଆରପିଏଫ ଯବାନ ନିଜ ସ୍ତ୍ରୀଙ୍କ ସହିତ ଫୋନରେ କଥା ହେଉଥିଲେ। ସେହି ସମୟରେ ସେ ନିଜକୁ ଗୁଳି ମାରି ଦେଇଥିଲେ। ସେଠାରେ,ଗୁଳିର ଆବାଜ ଶୁଣି ସ୍ତ୍ରୀ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ଘଟଣା ଜିଲ୍ଲାର ପଚପେଡୀ ଥାନା କ୍ଷେତ୍ରର ଅଟେ। ପୋଲିସଙ୍କ ମୁତାବକ କୁକୁର୍ଦୀକେରା ନିବାସୀ ଚନ୍ଦ୍ରଭୂଷଣ ଜଗତ ସିଆରପିଏଫ ୧୧୩ ନମ୍ବର ବାଟାଲିୟନ ଗଢଚିରୌଲୀରେ କନଷ୍ଟେବଳ ରୂପରେ ନିଯୁକ୍ତ ଥିଲେ।ତିନି ମାସ ପୂର୍ବରୁ ହିଁ ତାଙ୍କର ସରକଣ୍ଡାର ଲୋଧିପାରା ନିବାସୀ ଯାମିନୀ ଜଗତଙ୍କ ସହିତ ବାହାଘର ହୋଇଥିଲା। ବାହାଘର ପରେ କିଛି ଦିନ ପର୍ଯ୍ୟନ୍ତ ଦୁଇଜଣ ସାଥିହୋଇ ରହିଥିଲେ। ପୁଣି ଚନ୍ଦ୍ରଭୂଷଣ ନିଜ ଡ୍ୟୁଟିରେ ଗଢଚିରୌଲୀକୁ ଫେରି ଯାଇଥିଲେ।

୨ ରୁ ୫ମିନିଟର ବ୍ୟବଧାନରେ ମୃତ୍ୟୁ

ପଚପେଡୀ ଥାନା ପ୍ରଭାରୀ ପ୍ରବୀଣ ସିଂହ ରାଜପୁତଙ୍କର କହିବା କଥା ହେଉଛି କି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମୃତ୍ୟୁର ବ୍ୟବଧାନ ୨ ରୁ ୫ମିନିଟ ମଧ୍ୟର ଅଟେ।ସେ କହିଛନ୍ତି କି ଆମେ ଗଢଚିରୌଲୀର ସିଆରପିଏଫ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଛୁ। ଅଧିକାରୀମାନେ କହିଛନ୍ତି କି ଜବାନଙ୍କ ମୃତ୍ୟୁ ସକାଳ ୮ଟା ବାଜି ୫ ରୁ ୮ ମିନିଟ ମଧ୍ୟରେ ହୋଇଛି। ଯେତେବେଳେ କି ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ୮ଟା ବାଜି ୧୦ ମିନିଟରୁ ନେଇ ୧୫ ମିନିଟ ମଧ୍ୟରେ ହୋଇଛି। ଏଥିପାଇଁ ଆଶଙ୍କା କରାଯାଉଛି କି ଦୁଇଜଣ ସ୍ବାମୀ-ସ୍ତ୍ରୀ ଫୋନରେ କଥା ହେଉଥିଲେ ଏବଂ ସେହି ସମୟରେ ଦୁଇଜଣ ଆତ୍ମହତ୍ୟା କରି ଦେଇଛନ୍ତି।

ଜଣା ଯାଉଛି କି ଗତ ଗୁରୁବାର ସକାଳୁ ଦୁଇଜଣ ଫୋନରେ କଥା ହେଉଥିଲେ। କିଛି ସମୟ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଏହାପରେ ଚନ୍ଦ୍ରଭୂଷଣ ଜଗତ ନିଜକୁ ଗୁଳି ମାରି ଦେଇଥିଲେ। ଗୁଳି ବାଜିବା ମାତ୍ରେ ହିଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ସ୍ବାମୀଙ୍କର ଫୋନ କଟି ଯାଇଥିଲା। ସେହି ସମୟରେ ତାଙ୍କ ସ୍ତ୍ରୀ ଯାମିନୀ ମଧ୍ୟ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି।

ଘରେ ଏକୁଟିଆ ଥିଲେ ଯାମିନୀ

ଜଣା ଯାଉଛି କି ଘଟଣା ସମୟରେ ଘରେ କେହି ନଥିଲେ। ଜବାନଙ୍କ ବାପା-ମାଆ ଜମିରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ଭାଇ ପ୍ରବୀଣ ଛୋଟ ଭଉଣୀଙ୍କୁ ସ୍କୁଲ ଛାଡ଼ିବା ପାଇଁ ଯାଇଥିଲେ। ଯେତେବେଳେ ପ୍ରବୀଣ ଘରକୁ ଫେରିଥିଲେ ତ ଯାମିନୀ ଫାଶିରେ ଓହଳି ଥିଲେ।ସେ ନିଜ ବାପା-ମାଆଙ୍କୁ ଏହି କଥାର ସୂଚନା ଦେଇଥିଲେ।ସେ ନିଜ ଭାଇଙ୍କୁ ଫୋନ ଲଗାଇଥିଲେ ତ କେହିବି ଉତ୍ତର ଦେଇ ନଥିଲେ। କିଛି ସମୟ ପରେ ସିଆରପିଏଫ ଅଧିକାରୀ ପ୍ରବୀଣଙ୍କୁ ତାଙ୍କ ଭାଇ ଆତ୍ମ-ହତ୍ୟା କରିବାର ସୂଚନା ଦେଇଥିଲେ।

କାହିଁକି କଲେ ଆତ୍ମ-ହତ୍ୟା?

ପୋଲିସଙ୍କ କହିବା କଥା ହେଉଛି କି ସ୍ବାମୀ-ସ୍ତ୍ରୀ ଆତ୍ମ-ହତ୍ୟା କାହିଁକି କରିଛନ୍ତି,ଏହି କଥା ବିଷୟରେ କିଛି ଜଣା ପଡି ପାରିନାହିଁ। ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। କଲ ଡିଟେଲ୍ସ ମଧ୍ୟ ଚେକ କରାଯାଉଛି। ପରିଶେଷରେ ଘଟଣାର ତଦନ୍ତ ଜାରି ରହିଛି। ପୂରା ଅଞ୍ଚଳରେ ଚର୍ଚ୍ଚା ହେଉଛି କି ବାସ୍ତବରେ କ’ଣ କାରଣ ଥିଲା କିଛିଦିନ ପୂର୍ବରୁ ହିଁ ନୂଆ ଜୀବନ ଆରମ୍ଭ କରିଥିବା ଦମ୍ପତି ମୃତ୍ୟୁକୁ ଆଲିଙ୍ଗନ କରି ନେଇଥିଲେ।

Leave a Reply

Your email address will not be published. Required fields are marked *