ଜଗବନ୍ଧୁ ଗାଲରେ ଚାପୁଡ଼ା ମାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା , ଯେମିତି କହିବି ତୁ ସେମିତି କହିବୁ ……

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରାୟତଃ ଅଧିକାଂଶ ସମୟରେ ଗଣମାଧ୍ୟମରେ ଅନେକ କିଛି ପ୍ରକାଶ ପାଇଥାଏ । କେଉଁଠି ଇଡି ଅନ୍ୟ କାହାକୁ ଉଠାଇ ନେଇ ପଚରା ଉଚୁରା କରୁଥିବା ଶୁଣିବାକୁ ମିଳିଥାଏ , ତ କେତେବେଳେ ଅର୍ଚ୍ଚନାଙ୍କ ବୟାନ ସାମ୍ନାକୁ ଆସିଥାଏ ।

ତେବେ ବର୍ତ୍ତମାନର ସୂଚନା ଏହା ଯେ ନାଗ ଦମ୍ପତ୍ତି ଅର୍ଥାତ ଅର୍ଚ୍ଚନା ଏବଂ ଜଗା ମଧ୍ୟରେ ପ୍ରବଳ ଝଗଡ଼ା । ସୁନ୍ଦରୀ ଅର୍ଚ୍ଚନାର କହିବା କଥା ଯେ ସେ ନିଜ ସ୍ୱାମୀ ଜଗବନ୍ଧୁକୁ ଯେତିକି କହିବେ , ସେ ସେତିକି ହିଁ ଉତ୍ତର ଦେବ । ଆଉ ଯଦି ଜଗା ଅଧିକ ଉତ୍ତର ରଖନ୍ତି ତେବେ ନିଜ ସ୍ତ୍ରୀ ର ଅସଲ ରୂପ ଦେଖିବେ ।

ପୂର୍ବ ରବିବାରରୁ ଯେତେବେଳେ ସୁନ୍ଦରୀ ଅର୍ଚ୍ଚନା ଏବଂ ଜଗବନ୍ଧୁର ଦେଖା ସାକ୍ଷାତ ହୋଇଥିଲା , ସେତେବେଳେ କୁଆଡ଼େ ଅର୍ଚ୍ଚନା ଜଗବନ୍ଧୁଙ୍କୁ କହିଥିଲେ ଯେ , ‘ ମୁଁ ଯେତିକି କହିବି , ତୁମେ ସେତିକି ଉତ୍ତର ରଖିବ । ‘ ଆଉ ତାଠାରୁ ଯଦି କିଛି ଅଧୁକ କୁହ , ତେବେ ମୋତେ ଚିହ୍ନିବ ।

ଆଉ ଏହାରି ମଧ୍ୟରେ ହିଁ କୁଆଡ଼େ ସୁନ୍ଦରୀ ଅର୍ଚ୍ଚନା ରାଗିଯାଇ ଜଗବନ୍ଧୁକୁ ଗାଲରେ ଶକ୍ତ ଚାପୁଡ଼ାଟିଏ ମାରିଛି । ଯାହା ବର୍ତ୍ତମାନ ଶୁଣିବାକୁ ମିଳିଛି । ତେବେ ଏସବୁ ସେଠାରେ ଥିବା ପୋଲିସ ଅଧିକାରୀ ମଧ୍ୟ ଦେଖିଥିବା ସୂଚନା ମିଳିଛି ।

ତେବେ ଏହି ମାଡ଼କୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ତେବେ ଏମିତି ହେବା ପରେ ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କ ମଧ୍ୟରେ ବୁଝା ସୁଝା କରିଥିଲେ । ତେବେ କହି ରଖିବୁ ଯେ ଯେଉଁଠି ସୂଚନା ମିଳିଛି ଯେ ଏଥର ଲାପଟୋପ ଏବଂ ପେନ ଡ୍ରାଇଭରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାକୁ ଯାଉଛି , ସେଠାରେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁର ରିମାଣ୍ଡ ଅବଧି ଶେଷ ହେଉ ଥିବାର ସମୟ ଆସିଛି । ଏହାବ୍ୟତୀତ ଆସନ୍ତା ମଙ୍ଗଳବାର ଦିନ ଜଗବନ୍ଧୁକୁ କୋର୍ଟରେ ହାଜର କରାଯିବାକୁ ନେଇ ସୂଚନା ରହିଛି ।

ତେବେ ଇଡି ନିଜର ରିମାଣ୍ଡ ଅବଧି ସମୟରେ ଜଗବନ୍ଧୁଙ୍କୁ ବିଭିନ୍ନ ପଚରା ଉଚୁରା କରିଥିଲେ ହେଁ କୌଣସି ସୂଚନା ପାଇନାହିଁ କିମ୍ବା କୌଣସି ଦୃଢ଼ ପ୍ରମାଣ ସୁଦ୍ଧା ପାଇନାହିଁ । ଏପଟେ ଫରେନ୍ସିକ ଲ୍ୟାବକୁ ପଠା ଯାଇଥିବା ମୋବାଇଲ ଫୋନ , ପେନ ଡ୍ରାଇଭ ଏବଂ ଲାପଟୋଲରୁ କିଛି ତଥ୍ୟ ମିଳିବା ଆଶା ରଖିଛି ଇଡି ।

ତେବେ ସେଥିରୁ ହୁଏତ ଜଣା ପଡ଼ିପାରେ ଯେ ଉକ୍ତ ମାମଲାରେ କେଉଁ ବଡ଼ ବଡ଼ିଆର ହାତ ରହିଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଇଡି ହାତକୁ ଅର୍ଚ୍ଚନାଙ୍କ ବିରୋଧରେ ଶକ୍ତ ପ୍ରମାଣ କେବେ ମିଳୁଛି ?

Leave a Reply

Your email address will not be published. Required fields are marked *