ଦାଗ ଦେଖି ସ୍ୱାମୀ ଛାଡି ଦେଲା ସ୍ତ୍ରୀକୁ ।

ସାମାନ୍ୟ ଦାଗ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ସମ୍ପ-ର୍କରେ ସୃଷ୍ଟି ହୋଇଛି ଫାଟ । ଦାଗ ପାଇଁ ସ୍ତ୍ରୀକୁ ଅଲଗା ହେବାକୁ ପଡିଛି ସ୍ୱାମୀ ପାଖରୁ । ଦାଗ ହିଁ ଛାରଖାର କରିଦେଇଛି ସ୍ୱାମୀ ସ୍ତ୍ରୀର ସମ୍ପ-ର୍କକୁ। ଦାଗର ସଂଧେହରେ ସ୍ୱାମୀ ସ୍ତ୍ରୀକୁ କରିଛି ପର । ଯେଉଁ ସ୍ୱାମୀ ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରିଥିଲା ସେହି ସ୍ୱାମୀ ଆଜି ସ୍ତ୍ରୀକୁ ପର କରି ଦେଇଛି । ଏଭଳି ସାଙ୍ଘା-ତିକ ଅଭି-ଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

ଆଉ ଏହିଭଳି ଅଭି-ଯୋଗ ଆଣିଛନ୍ତି ଖୋଦ ସ୍ତ୍ରୀ ଜଣଙ୍କ । ସ୍ତ୍ରୀଙ୍କ ଅଭି-ଯୋଗ ଅନୁଯାୟୀ ବିବାହର କିଛି ମାସ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂ-ପର୍କ ରହିଥିଲା । ସ୍ତ୍ରୀକୁ ସ୍ୱାମୀ ଧନ ,ଜାନୁ,ବାବୁ କହି ନୂଆ ନୂଆ ପ୍ରେମଠୁ ଆରମ୍ଭ କରି ସବୁ ପ୍ରକାର ମଜା ନେଲେ । ହେଲେ ଯେତେବେଳେ ସ୍ତ୍ରୀ ପୁରୁଣା ହେଇଗଲା ସେତେବେଳେ ସ୍ୱାମୀ ପର କରିଦେଲା । ପର କଲା ବେଳେ ସ୍ୱାମୀ ଯେଉଁ କାରଣ ଦର୍ଶାଇଲା ତାହା ସ୍ତ୍ରୀର ପାଦ ତଳୁ ମାଟି ଖସାଇ ଦେଲା ।

ମହିଳାଙ୍କ କହିବା ଅନୁଯାୟୀ ମହିଳାଙ୍କ ବାପା ଘର ଲୋକେ ବିବାହ ସମୟରେ ଶାଶୁ ଘର ଲୋକଙ୍କୁ ଜଣାଇ ଥିଲେ କି ଝିଅର ଏକ ଧଳା ଦାଗ ଅଛି । ମାତ୍ର ଏହା ଜାଣିବା ପରେ ମଧ୍ୟ ଶାଶୁ ଘର ଲୋକେ କହିଥିଲେ ଆମର ଦାଗକୁ ନେଇ କୌଣସି ଅଭି-ଯୋଗ ନାହିଁ । ଏହା ପରେ ଦୁଇ ପରିବାରର ମତରେ ଶେଷରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ ।

ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା । ହେଲେ କିନ୍ତୁ ଦୁଃ-ଖର କଥା ହେଉଛି ବିବାହାର କିଛି ମାସ ପରେ ସ୍ବାମୀ ସ୍ତ୍ରୀଙ୍କୁ ନେଇ ନିଜ କର୍ମ କ୍ଷେତ୍ର ବାହାର ରାଜ୍ୟକୁ ବି ଯାଇଥିଲେ । ଦେଖୁ ଦେଖୁ କିଛି ମାସ ହସ ଖୁସିରେ ବିତିଗଲା । ତା ପରେ ବାହାରିଲା ସ୍ୱାମୀଙ୍କର ଅସଲ ଚେହେରା । ସ୍ୱାମୀ କହିଲେ ତୋର ଧଳା ଦାଗ ଅଛି ମୁଁ ତତେ ଗ୍ରହଣ କରିବି ନାହିଁ। ଏହା କହି ସ୍ୱାମୀ ନିଜ ପାଖରୁ ଦୁରେଇ ଦେଲେ । ହେଲେ ତା ପରେ ମଧ୍ୟ ସ୍ୱାମୀ ଘର ଆଗରୁ ଉଠିଲେ ନାହିଁ ଉକ୍ତ ମହିଳା ଜଣଙ୍କ ।

ସ୍ତ୍ରୀଙ୍କ ଅଭି-ଯୋଗ ଅନୁଯାୟୀ ସ୍ତ୍ରୀ ସ-ନ୍ଦେହ କରୁଛନ୍ତି କି ସ୍ୱାମୀ ଙ୍କର ଆଉ କେଉଁ ଝିଅ ସହିତ ସ-ମ୍ପର୍କ ଅଛି । କାରଣ ଯେଉଁ ସ୍ୱାମୀ ଜାଣିଥିଲେ ମୋର ଧଳା ଦାଗ ଅଛି ଯାହାଙ୍କର ସେହି ଧଳା ଦାଗକୁ ନେଇ ଅନେକ ଦିନ କୌଣସି ଅଭି-ଯୋଗ ନଥିଲା ହେଲେ ହଟାତ କିପରି ସେହି ସ୍ୱାମୀଙ୍କର ସେହି ଦାଗକୁ ନେଇ ଅଭି-ଯୋଗ ଆସିଲା।

ସ୍ତ୍ରୀଙ୍କ କହିବା ଅନୁସାରେ ଯେତେବେଳେ ସ୍ୱାମୀ ଅନ୍ୟ ମାନଙ୍କ ସହ ସ-ମ୍ପର୍କ ରଖିଲେ ଆଉ ତାଙ୍କ ପାଇଁ ତାଙ୍କ ସ୍ତ୍ରୀ ସେତେବେଳେ ପର ହୋଇଗଲେ । ତେବେ ଏହାରି ଭିତରେ ନ୍ୟା-ୟ ପାଇଁ ସ୍ତ୍ରୀ ସ୍ୱାମୀ ଘର ବାରଣ୍ଡାରେ ବସି ରହିଛି । ସ୍ୱାମୀକୁ ଚାତକ ଭଳି ଚାହିଁ ରହିଛି। ସ୍ୱାମୀ ନିହାତି ଭାବେ ବଦଳି ଯିବେ ତାଙ୍କୁ ଆଉ ଥରେ ଗ୍ରହଣ କରିବେ ସ୍ତ୍ରୀଙ୍କର ଏ ବିଶ୍ୱାସ ଏବେ ମଧ୍ୟ ଅଛି ।

ହେଲେ ବନ୍ଧୁଗଣ ସ୍ତ୍ରୀ ସିନା ସ୍ୱାମୀ ଆପଣେଇ ନେବା ଆଶାରେ ଆଜିବି ସ୍ୱାମୀର ଅପେକ୍ଷାରେ ଅଛି । ହେଲେ ଦେଢ଼ଶୁର, ଜା ଙ୍କର ଅତ୍ୟାଚାର ମହିଳାଙ୍କ ପାଇଁ ଅସହ୍ୟ ହୋଇପଡିଥିବା ମହିଳା ଜଣଙ୍କ କହିଛନ୍ତି । ନ୍ୟା-ୟ କୁ ଅପେକ୍ଷା କରି ସଙ୍ଖା ସିନ୍ଦୁର ଫେରି ପାଇବା ପାଇଁ ଯେଉଁ ସ୍ୱାମୀଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଛନ୍ତି।

ସେତିକି ବେଳେ ଜା କହୁଛନ୍ତି କୁଆଡେ ଯିଏ ମୋ ଦ୍ଵାରକୁ ତତେ ନ୍ୟା-ୟ ଦେବାକୁ ଆସିବ ମୁଁ ତାକୁ ରେ-ଫ କେଶରେ ପକାଇବି। ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି। ସତରେ ସ୍ୱାମୀ ସ୍ତ୍ରୀଙ୍କୁ ଗ୍ରହଣ କରୁଛନ୍ତି ନା ଧଳା ଦାଗ ସବୁ ଦିନ ପାଇଁ ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା କରି ଦେଉଛି ।

Leave a Reply

Your email address will not be published. Required fields are marked *