ଜଗବନ୍ଧୁର ଖେଳ ଶେଷ….

ଜଗବନ୍ଧୁ ଅର୍ଚ୍ଚନା ଆଉ ଇଡି ଯେଉଁ ଚୋର ପୋଲିସ ଖେଳ କରୁଥିଲେ ତାହା ଶେଷରେ ଖତମ ହୋଇଛି। ଏହି ଖେଳ ହୋଇଛି ଦି ଏଣ୍ଡ। କାରଣ ଇଡି ପାଇଛି ଜଗବନ୍ଧୁଙ୍କ ବିରୋଧରେ ଠୋସ ପ୍ରମାଣ । ଆଉ ପ୍ରମାଣ ଇଡି ହାତରେ ଲାଗିଵା ପରେ ଇଡି ମାଡି ବସିଛି ଜଗବନ୍ଧୁଙ୍କୁ ।

ଜଗବନ୍ଧୁଙ୍କୁ ଇଡି ଆଜି ଗିରଫ କରିଛି । ମନି ଲାଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଇଡି ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିବା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଲୋକେ କହୁଛନ୍ତି କି ଆଉ ଏଥର ନିସ୍ତାର ନାହିଁ । କାରଣ ପୁଣି ଥରେ ଜଗବନ୍ଧୁକୁ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଯାହା ଶୁଣିବାକୁ ମିଳୁଛି କି ପୁଣି ଥରେ ଜଗବନ୍ଧୁଙ୍କ ମୁହଁରୁ ଆହୁରି ଅନେକ କିଛି ତଥ୍ୟ ଆଦାୟ କରିବା ପାଇଁ ଇଡି ଜଗବନ୍ଧୁଙ୍କୁ ପାଂଚ ଦିନ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

କେବଳ ପ୍ରସ୍ତୁତି ନୁହେଁ ଯାହା ଶୁଣିବାକୁ ମିଳୁଛି ତାହା ଯଦି ସତ ହୋଇଥାଏ ତେବେ ଇଡି ଆଜି କୋର୍ଟରେ ପୁଣି ଥରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରିବାରେ । ଶେଷ ହୋଇଛି ଜଗବନ୍ଧୁ ଚାନ୍ଦଙ୍କ ରିମାଣ୍ଡର ଅବଧି । ଆଜି ଜଗବନ୍ଧୁଙ୍କୁ କୋର୍ଟରେ ଇଡି ହାଜର କରିବା ପରେ ପୁଣି ଥରେ ଆଉ ପାଂଚ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିବ।

ସେପଟେ ଆଜି ଜଗବନ୍ଧୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଇଡି କାର୍ଯ୍ୟାଳୟରେ ହେବା ପରେ କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ। ସେପଟେ ସୂଚନା ଅନୁଯାୟୀ ଇଡି ଏହି ଘଟଣାକୁ ନେଇ ଖୋଳ ତାଡ଼ କରୁଥିବା ବେଳେ ଇଡି ଯେତେବେଳେ ପ୍ରମାଣ ପାଇଛି ସେତେବେଳେ ସେ କି ଆଉ ସହଜରେ ଛାଡି ଦେବ।

ଯେଉଁ ଘଟଣାକୁ ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଆଲୋଚନା ଚାଲିଛି। ଯେଉଁ ଘଟଣା ଅଡୁଆ ସୂତା ଭଳି ଯେତେ ସଜାଡ଼ିଲେ ମଧ୍ୟ ଗୁଡାଇ ହେଇ ହେଇ ଚାଲିଛି ସେହି ଘଟଣାରେ ଧୀରେ ଧୀରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ପ୍ରଥମେ କମିଶନ ରେଟ ପୋଲିସ ଆଉ ଏହା ପରେ ଇଡି ହାତକୁ ଏହି କେଶ ହସ୍ତାନ୍ତର ହୋଇଥିଲା । ଯେତେବେଳେ ଇଡି ଏହି ଘଟଣାର କରିବାକୁ ଆସିଥିଲା ସେତେବେଳେ ଇଡି ।

ପ୍ରଥମରୁ ଘଟଣାକୁ ଘାଣ୍ଟିବା ଆରମ୍ଭ କରିଥିଲା । ପ୍ରଥମେ ଅର୍ଚନାଙ୍କ ତା ପରେ ଜଗବନ୍ଧୁ ତା ପରେ ଶ୍ରଦ୍ଧାଞ୍ଜଳି ଓ ପରେ ଖଗେଶ୍ୱରକୁ ମଧ୍ୟ ଜେରା କରିଥିଲା । ଆଉ ଏହି ଜେରା ସମୟରେ ଇଡି ଅନେକ ତଥ୍ୟ ସେମାନଙ୍କ ପାଖରୁ ଆଦାୟ କରିଥିବା ମଧ୍ୟ ସୂଚନା ମିଳିଛି। ସେପଟେ ଅର୍ଚ୍ଚନା ଆଉ ଜଗବନ୍ଧୁ ଜେଲରୁ ବାହାରିବାକୁ ଦିନ ଗଣୁଥିବା ବେଳେ ଇଡି ସେମାନଙ୍କ ନିଦକୁ ହଜାଇ ଦେଇଛି ।

ମାନେ ଇଡି ଏହି ଘଟଣାକୁ ଏପରି ଘାଣ୍ଟୁଛି। ଲୋକେ କହୁଛନ୍ତି ଇଡି ହିଁ ପ୍ରକୃତରେ ଗଦ ପାଇଛି ଯେ କିପରି ଭାବେ ସେମାନଙ୍କ ପାଖରୁ କଥା ଆଦାୟ କରିବ। ତେବେ ଏହାରି ଭିତରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ଙ୍କ ଜେରା ସମୟରେ ଶ୍ରଦ୍ଧାଞ୍ଜଳି ଆଉ ଅର୍ଚ୍ଚନା ଯେପରି କଳି ଲାଗିଲେ ସେହି କଳିରେ ହିଁ ଇଡିକୁ ଅନେକ ସତ ମିଳିଥିଲା ଯାହା ଜେରା ସମୟରେ ମିଳିନଥିଲା ।

ତେବେ ଆଜି କୋର୍ଟରେ ଜଗବନ୍ଧୁ ହାଜର ହେବା ପରେ ଆଗକୁ ଏହି ଘଟଣା କେଉଁ ମୋଡ଼ ନେବ। ଆଗକୁ ଏହି ଘଟଣାରେ କେଉଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବ ତାହା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର।

Leave a Reply

Your email address will not be published. Required fields are marked *