ଜଣା ପଡିଲା ବଗି ରୁ ବାହାରୁଥିବା ଦୁର୍ଗନ୍ଧର ପଛର ପ୍ରକୃତ ସତ୍ୟ… ଲାସ ନୁହେଁ ଥିଲା ପଚା ଅଣ୍ଡା

ବାହାନଗା ଟ୍ରେନ ଦୁର୍ଘ-ଟଣାକୁ ଆଜିକୁ ଅନେକ ଦିନ ବିତି ଗଲାଣି । ସେହି ଜାଗାକୁ ସଫା କରାଯାଇ ଆଉ ଟ୍ରାକ ମରାମତି କରାଯାଇ ପୁଣି ଥରେ ସେଇ ବାଟ ଦେଇ ଟ୍ରେନ ଗଡିବା ଆରମ୍ଭ ହୋଇ ଗଲାଣି । ତଥାପି ଯେତେ ଦିନ ବିତି ବିତି ଯାଉଛି , ଲୋକଙ୍କ ମନରେ ଅନେକ ଭୟ ବଢ଼ି ବଢ଼ି ଚାଲିଛି । କିଏ କହୁଛି ରାତିରେ ଭୂତ ବାହାରୁଛି ତ ଆଉ କିଏ କହୁଛି ଭୂତ କାନ୍ଦୁଛି । ଆଉ ଏହାକୁ ଆଧାର କରି ବିଦ୍ୟାଳୟ ମଧ୍ୟ ଭଙ୍ଗାଭଙ୍ଗି ଆରମ୍ଭ ହୋଇଗଲାଣି । ତଥାପି ଲୋକେ ଶାନ୍ତିରେ ରହି ପାରୁ ନାହାଁନ୍ତି , କାହିଁକି ନା ଏତେ ବଡ ଦୁର୍ଘ-ଟଣା ସେମାନଙ୍କ ଆଖି ଆଗରେ ଘଟି ଯାଇଛି ।

ତେବେ ଏହାପରେ ମଧ୍ୟ ଲୋକଙ୍କ ମନରେ ରହିଥିଲା ଗୋଟିଏ କଥାକୁ ନେଇ ସନ୍ଦେହ ଆଉ ତାହା ହେଉଛି ବଗିରୁ ବାହାରୁଛି ଦୁର୍ଗନ୍ଧ । ଗୋଟିଏ ବଗି ଉଠା ହୋଇ ନଥିଲା , ସେଥିପାଇଁ ଲୋକ ମାନଙ୍କ ମନରେ ସନ୍ଦେହ ରହିଥିଲା କି , ବଗି ମଧ୍ୟରେ ଆହୁରି ଶବ ପଡ଼ି ରହିଛି ଆଉ ସେଥି ପାଇଁ ଲୋକ ମାନେ ମଧ୍ୟ ବ୍ୟସ୍ତ ହୋଇ ଯାଉଥିଲେ । ଲୋକ ମାନେ କହୁଥିଲେ କି , ଏତେ ଦୁର୍ଗନ୍ଧ ବାହାରୁଛି କି , ପାଖରେ ଲୋକ ମାନେ ରହି ପାରୁ ନାହାଁନ୍ତି ଆଉ ପରିସ୍ଥିତି ଏପରି ହୋଇ ଯାଇଛି କି , ସେମାନେ ଶାନ୍ତିରେ ଦୁଇ ମୁଠା ଖାଦ୍ୟ ଖାଇ ପାରୁ ନାହାନ୍ତି ।

ଲୋକ ମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଥିଲା କି , କାହିଁକି ବଗିକୁ ଉଠା ଗଲା ନାହିଁ । ଯାହା ଫଳରେ କି , ସେଥିରେ ମୃତ ଦେହ ରହିଗଲା । ତେବେ ଲୋକ ମାନଙ୍କ ମନରେ ରହିଥିବା ଏହି ସନ୍ଦେହ ଦୂର କରିବା ପାଇଁ ଆଉ ପ୍ରଶାସନ ମଧ୍ୟ ନିଜେ ସାନ୍ତ୍ଵନା ପାଇଁ ବଗିକୁ ଉଠାଇବା କାମ ଆରମ୍ଭ କରିଥିଲା । ଯାହା ପରେ ବର୍ତ୍ତମାନ ସମୟରେ ଏକ ବଡ ଖୋଲାସା ହୋଇଛି । ଏହି ବଗି ମଧ୍ୟରୁ କାହିଁକି ଦୁର୍ଗନ୍ଧ ବାହାରୁଥିଲା , ତା ପଛରେ ରହିଥିବା ପ୍ରକୃତ କାରଣ ବର୍ତ୍ତମାନ ଲୋକ ମାନଙ୍କୁ ଜଣାଇ ଦିଆଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ବଗି ଭିତରୁ ପେଟି ପେଟି ଅଣ୍ଡା ବାହାର କରାଯାଇଛି । ବଗି ଭିତରୁ ପ୍ରାୟତଃ ୫ ଟ୍ରାକ୍ଟର ଅଣ୍ଡା ପେଟି ମ୍ୟୁନିସିପାଲଟିକୁ ହସ୍ତାନ୍ତରିତ କରାଯାଇଥିବା ଜାଣିବାକୁ ମିଳିଛି । ଦୁର୍ଘଟଣାରେ ଅଣ୍ଡା ଗୁଡିକ ଫାଟି ନଷ୍ଟ ହୋଇ ଯାଇଥିବାରୁ ଏଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା ଏବଂ ଚାରିଆଡେ ବ୍ୟାପୀ ଯାଇଥିଲା । କିନ୍ତୁ ଲୋକ ମାନଙ୍କ ମନରେ ସନ୍ଦେହ ରହି ଯାଇଥିଲା କି , କାଳେ ବଗି ମଧ୍ୟରେ ଆହୁରି ମୃତଦେହ ରହି ଯାଇଛି ।

Leave a Reply

Your email address will not be published. Required fields are marked *