ଜେଲ୍ ଭିତରେ ନିରଞ୍ଜନଙ୍କ ସ୍ତ୍ରୀ ସହ ନିରଞ୍ଜନଙ୍କର ଝଗଡ଼ା, ଏବେ ତାଙ୍କୁ ସ୍ତ୍ରୀ ପ୍ରେମ ଦେଖା ଯାଉଛି…

ଶର୍ମିଷ୍ଠାକୁ ଭଲ ପାଇବ ପଡିଲା ମହଙ୍ଗା। ପ୍ରେମିକ ପ୍ରବର ନିରଞ୍ଜନଙ୍କୁ ଶର୍ମିଷ୍ଠାଙ୍କ ପ୍ରେମ ଏବେ ଗନ୍ଧେଇଲାଣି। ଏବେ ତାଙ୍କର ପରିବାର କଥା ଭାରି ମନେ ପଡୁଛି। ଜେଲରେ ରହି ସ୍ତ୍ରୀ, ପିଲାଙ୍କୁ ଝୁରୁଛନ୍ତି ପ୍ରେମିକ ନିରଞ୍ଜନ। ସ୍ତ୍ରୀକୁ କହୁଛନ୍ତି ମୁଁ ବହୁତ ବଡ ଭୁଲ କରିଦେଲି। ତମ ପରି ସୁନ୍ଦର ସ୍ତ୍ରୀକୁ ଛାଡି ମୁଁ ଶର୍ମିଷ୍ଠା ପଛରେ ଧାଇଁଥିଲି । ତମ ପ୍ରତି ମୁଁ ବହୁତ ଅନାୟ କରିଛି ସେଥିପାଇଁ ମୋ ଭୁଲ ପାଇ ମୁଁ ଏବେ ପଶ୍ଚାତାପ କରୁଛି। ପାରିବ ଯଦି ମତେ କ୍ଷମା କରିଦେବ। ମୁଁ ତୁମକୁ ବହୁତ ଭଲ ପାଏ। କିନ୍ତୁ ତମ ଭଲ ପାଇବାକୁ ଭୁଲିଯାଇ ସେ ଶର୍ମିଷ୍ଠାକୁ ମନଦେଇ ବହୁତ୍ ବଡ଼ ଭୁଲ କରିଦେଲି। ଏବେ ଶର୍ମିଷ୍ଠା ମତେ ତା ପ୍ରେମ ଜାଲରେ ଏମିତି ଫସେଇ ଦେଇଛି ଯେ ମୁଁ ଆଉ ବାହାରକୁ ବାହାରି ପାରୁନି। ଏବେ କ’ଣ କରିବି ମୁଁ ନିଜେବି ଜାଣି ପାରୁନି। ଜେଲ୍ ର ଚାରି କାନ୍ଥ ଭିତରେ ରହିରହି ମୁଁ ଅଣନିଃଶ୍ୱାସି ହେଇ ଗଲିଣି। ତମ କଥା ଆଉ ପୁଅ କଥା ମୋର ଭାରି ମନେ ପଡୁଛି। ମତେ କେହିବି ଟିକେ ଦେଖା କରିବାକୁ ଆସୁନ।

ଜେଲ୍ ଭିତରେ ରହି ଯେତେ ନେହୁରା ହେଲେବି ନିରଞ୍ଜନ କଥା କେହି ଶୁଣୁ ନାହାନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଥରେ ଆସି ନିରଞ୍ଜନଙ୍କୁ ଦେଖା କରି ନାହାନ୍ତି। ନିରଞ୍ଜନଙ୍କୁ ଶର୍ମିଷ୍ଠାଙ୍କ ନୂଆ ନୂଆ ପ୍ରେମ ଭାରି ମିଠା ଲାଗୁଥିଲା କିନ୍ତୁ ଏବେ ଶର୍ମିଷ୍ଠାଙ୍କ ପ୍ରେମ ପିତା ଲାଗୁଛି। ଏବେ ନିରଞ୍ଜନ ଏକୁଟିଆ ଜେଲ୍ ରୁ ମୁକୁଳିବା ପାଇଁ ସଙ୍ଘର୍ଷ ଜାରି ରଖିଛନ୍ତି। ଯୋଉ ପ୍ରେମକୁ ସେ ଶର୍ମିଷ୍ଠା ଉପରେ ଅଜାଡି ଦେଇଥିଲେ ସେ ପ୍ରେମକୁ ସେ ପୁରା ଭୁଲି ଗଲେଣି। ତାଙ୍କର ଆଉ ଶର୍ମିଷ୍ଠା ଦରକାର ନାହିଁ ବୋଲି ସେ କହିଛନ୍ତି। ନିରଞ୍ଜନ କହୁଛନ୍ତି ମୋର ସବୁ ଆଡେ ହାତ ଅଛି ମତେ ଏଠୁ ବାହାର କର ମୁଁ ବାହାରିଲେ ତମ କଥା ବୁଝିଦେବି। ତମେ ଯାହା ଚାହିଁବ ମୁଁ ତମ ପାଇଁ ସେଇଆ କରିବି। ନିରଞ୍ଜନ ଏବେ ଜେଲ୍ ରୁ ବାହାରିବା ପାଇ ପାଗଳ ପରି ହଉଛି। ନିରଞ୍ଜନର ପତ୍ନୀ ପ୍ରେମ ସମସ୍ତଙ୍କୁ ଚକିତ କରିଛି।

Leave a Reply

Your email address will not be published. Required fields are marked *