ଜେଲ ଭିତରେ ମ୍ୟାଡମ ଶର୍ମିଷ୍ଠା ଏବଂ ଝୁନାଙ୍କ ମାଡ଼ ଗୋଳ । ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫୋପାଡ଼ୁଛି ଝୁନା ଏବଂ କହୁଛି …..:- ଦେଖନ୍ତୁ ଭିଡିଓ

ବର୍ତ୍ତମାନ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହ-ତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ଝୁନାଙ୍କୁ ଗୋଟିଏ ଜେଲରେ ରଖାଯାଇ ଏବଂ ବାବୁ ନିରଞ୍ଜନ ମଧ୍ୟ ଜେଲରେ ଅଛନ୍ତି । ତେବେ ବର୍ତ୍ତମାନ ଏହି ଦୁଇ ଅଭିଯୁକ୍ତ ମହିଳା ଜେଲରେ ରହିବା ସମୟରେ ମା-ଡ଼ ଗୋଳ ହେବାର ସୂଚନା ଶୁଣା ଯାଇଛି । ଝୁନା ଏବଂ ଶର୍ମିଷ୍ଠା ରମ୍ପାରମ୍ପି ହେବା ସହିତ ଝୁନା ଶର୍ମିଷ୍ଠାଙ୍କ ଉପରକୁ ଶୁଖିଲା ରୁଟି ଫିଙ୍ଗୁ ଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି । ତେବେ ଆଉ ସବୁ କଣ ସୂଚନା ରହିଛି ସେ ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ସହିତ ସିଧାସଳଖ ଭାବରେ ଶର୍ମିଷ୍ଠା , ଝୁନା , ନିରଞ୍ଜନ ଏବଂ ଅନ୍ୟ ସହଯୋଗୀ ଜଡ଼ିତ ଥିବା ପ୍ରମାଣ ପରେ ବର୍ତ୍ତମାନ ଝୁନାଙ୍କ ଦ୍ଵାରା ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହାକି ଉଭୟଙ୍କ ଜେଲରେ ରହିବା ସମୟର ଅଟେ । ସୂଚନା ଅନୁଯାୟୀ ଶର୍ମିଷ୍ଠା ଏବଂ ଝୁନାଙ୍କୁ ଭଦ୍ରକ ସବଜେଲରେ ରଖା ଯାଇଛି । ଏହି ଜେଲରେ ରହିବା ସମୟରେ ଝୁନା ନିଜ କର୍ମକୁ ନିନ୍ଦା କରି ଶର୍ମିଷ୍ଠା ତାକୁ ଫସାଇ ଥିବା କଥା ବଖାଣିଥିବା କଥା ଶୁଣିବାକୁ ମିଳିଛି ।

ଏହାସହ ଝୁନା ଶର୍ମିଷ୍ଠାକୁ ଏହା ମଧ୍ୟ କହିଛି ଯେ ଶର୍ମିଷ୍ଠା ପାଇଁ ନିଜ ଜୀବନ ବର୍ବାଦ ହୋଇଗଲା । ଝୁନା ଏହା ମଧ୍ୟ କହିଥିବା ସୂଚନା ରହିଛି ଯେ ” ତୋ ପାଇଁ ମୋ ଜୀବନ ବର୍ବାଦ ହୋଇଗଲା । ଦିନରେ ସ୍ୱପ୍ନ ଦେଖାଇ ଜେଲର ଚାରି କାନ୍ଥ ଦେଖାଇ ଦେଲୁ ” । ଏଥିରୁ ଜଣା ପଡ଼ିଛି ଯେ ଝୁନା ଆଶ୍ରମରେ କାର୍ଯ୍ୟରତ ଥିବା ସମୟରେ ଶର୍ମିଷ୍ଠା ନିଜର କାରନାମାକୁ ପ୍ରସାର କରିବା ପାଇଁ ଝୁନାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା ।

ପୁଣି ଝୁନା ଏହା ମଧ୍ୟ କହିଛି ଯେ ସେ ନିଜ ଅଭାବୀ ପରିବାରକୁ ନେଇ ଖୁସିରେ ଥିଲା କିନ୍ତୁ ତାକୁ ସ୍ୱପ୍ନ ଦେଖାଇ ଫସାଇ ଦେଇଛି ଶର୍ମିଷ୍ଠା । ଯାହା ଜେଲରେ ହେଉଥିବା ଶୁଣିବାକୁ ମିଳିଛି । ଶର୍ମିଷ୍ଠାଙ୍କୁ ଦେଖିବା ମାତ୍ରେ ଝୁନା କ୍ରୋଧିତ ହୋଇ ଯାଉଛି । ତେବେ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇଙ୍କୁ ଭଦ୍ରକ ଜେଲରେ ରଖାଯିବା ସହିତ ନିରଞ୍ଜନଙ୍କୁ ମଧ୍ୟ ଜେଲରେ ରଖାଯାଇଛି ।

ତେବେ ଏସବୁରୁ ଏହା ଜଣା ଯାଉଛି ଯେ ଆଶ୍ରମରୁ ହିଁ ଶର୍ମିଷ୍ଠା ନିଜର କଳା କାରନାମା ଆରମ୍ଭ କରିଥିଲେ । ଟଙ୍କା ପାଇଁ ଏବଂ ନିଜ କାରନାମାକୁ ଲୁଚାଇବା ପାଇଁ ଶର୍ମିଷ୍ଠା ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ । ଯାହା କଥାରେ ପଡ଼ି ପୁଣି ଝୁନା ଏବଂ ଅନ୍ୟ ସହଯୋଗୀ ମଧ୍ୟ ନିଜ ଜୀବନକୁ ବର୍ବାଦ କରି ବସିଛନ୍ତି ।

Leave a Reply

Your email address will not be published. Required fields are marked *