ମୁଁ ଆତ୍ମହତ୍ୟା କରିବି…… ଶଶୁର ଘରୁ ମହିଳାଙ୍କୁ ମିଳିଲା ଅକର୍ଥନ୍ୟ ନିର୍ଯ୍ୟାତନା। ମହିଳା ଜଣକ ଲାଇଭ ଆସି କଣ କହିଲେ, ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳତ୍କାରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟାତନାକୁ ସହ୍ୟ ନ କରି ପାରି ଆତ୍ମହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି।

ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ଯୌତୁକ ପ୍ରଥା ଏ ପର୍ଯ୍ୟନ୍ତ ଆମ ସମାଜରେ ରହିଛି। ତେବେ ଏହି ଯୌତୁକ ପାଇଁ ଅନେକ ମହିଳା ନିଜ ଶାଶୁ ଘର ହରେଇବା ସହ ନିଜର ଜୀବନ ମଧ୍ୟ ହରାଇଛନ୍ତି। ଯୁବତୀ ମନେ ଶୋଷଣର ଶିକାର ହେଉଛନ୍ତି। ପୁରୁଷ କେନ୍ଦ୍ରିକ ସମାଜରେ ପୁରୁଷ ମାନଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ତେବେ ସେହି ଭିଡ଼ିଓରେ ମହିଳା ଜଣକ ନିଜ ସ୍ୱାମୀ, ଶଶୁର ଏବଂ ଶାଶୁ ଠାରୁ ପାଇଥିବା ନିର୍ଯ୍ୟାତନା ବିଷୟରେ କହୁଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସରକାରୀ ସ୍ତରରେ କୌଣସି ପ୍ରକାର ସହଯୋଗ ନ ମିଳିବା କଥା ମଧ୍ୟ କହିଛନ୍ତି। ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ଜାଣି ପାରିବେ ଯେ ଆଧୁନିକ ଯୁଗରେ ମଧ୍ୟ ନାରୀ ମାନଙ୍କ ଉପରେ ଅତ୍ୟାଚାର ହେବା କମି ନାହିଁ। ଆସନ୍ତୁ ଦେଖିବା କଣ କହୁଛନ୍ତି ମହିଳା ଜଣକ।

ଉକ୍ତ ମହିଳାଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା। ତାଙ୍କର ଗୋଟିଏ ଛୋଟ ଛୁଆ ଟିଏ ମଧ୍ୟ ଅଛି। କିନ୍ତୁ ବାହାଘର ହେବା ପରଠାରୁ ଦୀଘ ଚାରି ପାଞ୍ଚ ବର୍ଷ ଯାଏଁ ସ୍ଵାମୀ ତାଙ୍କ ଉପରେ ଅତ୍ୟାଆଚାର କରି ଆସୁଛନ୍ତି। ତେବେ ପାରିବାରିକ କୋଳାହଳ ଏବଂ ନିର୍ଯ୍ୟାତନା ରୁ ରକ୍ଷା ପାଇବା ପାଇଁ ମହିଳା ଜଣକ ଛାଡପତ୍ର ଏକ ସଠିକ ବାଟ ହେବ ବୋଲି ଭାବିଥିଲେ। କାରଣ ତାଙ୍କ ସ୍ୱାମୀ ମଦ ନିଶାରେ ମଧ୍ୟ ମାଡ଼ ମାରି ନିର୍ଯ୍ୟାତନା ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ସ୍ଵାମୀଙ୍କ ନାଁରେ ଥାନାରେ ଏତଲା ଦେବା ସହ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ବିଶେଷ କଥା ହେଉଛି ତାଙ୍କ ସହ ଅତ୍ୟାଚାର ହେବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଦୀର୍ଘ ବର୍ଷେ କାଳ ଥାନାକୁ ଦଉଡିବା ପରେ ଯାଇ ପୀଡିତାଙ୍କ ଅଭିଯୋଗ ରଖିଥିଲା ପୋଲିସ। ସେ ଯେଉଁ ସ୍ଥାନକୁ ନ୍ୟାୟ ପାଇଁ ଯାଇଛନ୍ତି ସେହି ସ୍ଥାନରୁ ନିରାଶ ହୋଇ ଫେରିଛନ୍ତି। ନ୍ୟାୟ ମିଳିବା ବଦଳରେ ନିର୍ଯ୍ୟାତନା ମିଳିଛି।

କୋର୍ଟରେ କେସ ଲଢ଼ିବା ଠାରୁ ଆରମ୍ଭ କରି ଥାନାରେ ଅଭିଯୋଗ ଗ୍ରହଣ କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମିଳିଛି। ତେବେ ଅନ୍ୟ କୌଣସି ବାଟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଡ଼ିସିପି ଙ୍କୁ ଭିଡ଼ିଓ ଜରିଆରେ କହିଛନ୍ତି। ତେବେ ନାରୀ ମାନଙ୍କ ପ୍ରତି ଏବେବି ଅତ୍ୟାଚାର ହେଉଛି ଖବର ସାମ୍ନାକୁ ଆସିବା ପରେ ରକ୍ତ ଗରମ ହେଇ ଯାଉଛି।

Leave a Reply

Your email address will not be published. Required fields are marked *