କ୍ୟାମେରା ଆଗକୁ ଆସି ନିଜ ମନର କଥା ବଖାଣିଲେ ଅଭିନେତା ଅନୁଭବ ମହାନ୍ତି , ଜୀବନ ସାଥି ବାଛିବାରେ ଭୁଲ କରିଦେଲି…

ସାରା ଓଡ଼ିଶାର ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିବା ଅନୁଭବ ମହାନ୍ତି ବେଶ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଯେଉଁ ଅଭିନେତା ଦିନେ ସବୁ ଝିଅ ମାନଙ୍କ ହୃଦୟରେ ରାଜ୍ କରୁଥିଲେ ଆଜି ତାଙ୍କର ପାରିବାରିକ ଜୀବନ ଉଛୁଳି ଯାଇଛି । ତେବେ କେବଳ ସିନେମା ଜଗତ ନୁହେଁ ବରଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ବେଶ ସକ୍ରିୟ ଅନୁଭବ । ଅନେକ ସମୟରେ ତାଙ୍କୁ ନେଇ ବହୁତ କଥା ସାମ୍ନାକୁ ଆସିଥାଏ । ଆଉ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଏ । ତେବେ ଏ ସବୁକୁ ଖାତିର କରନ୍ତି ନାହିଁ ।

ତେବେ ନିଜର ପାରିବାରିକ କଳହ ପାଇଁ ବର୍ତ୍ତମାନ ସେ ବହୁତ ସମାଲୋଚିତ ହେଉଛନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ମିଳୁଛି । ଗଣମାଧ୍ୟମ ଆଗରେ ତାଙ୍କୁ ଅନେକ ପ୍ରଶ୍ନବାଚୀର ସମ୍ମୁଖୀନ କରିବାକୁ ପଡୁଛି । ତେବେ ଏତେ ସବୁ ପରେ ମଧ୍ୟ ଭାଙ୍ଗି ପଡ଼ିନାହାଁନ୍ତି ଅନୁଭବ । ନିଜକୁ ଦୃଢ଼ କରି ଆଗକୁ ବଢି ଚାଲିଛନ୍ତି ଆଉ କିଛି ଭୟ କରୁ ନାହାଁନ୍ତି । ବର୍ତ୍ତମାନ ନିଜେ କ୍ୟାମେରା ଆଗକୁ ଆସି ନିଜ ମନ ତଳେ ଲୁଚାଇ ରଖିଥିବା ଅନେକ ଅଭୁଲା ସ୍ମୃତି ଆଉ ଦୁଃଖଭରା କାହାଣୀ ବିଷୟରେ କହିଛନ୍ତି ଅନୁଭବ । ଭିଡ଼ିଓକୁ ଦେଖିବା ପାରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଆପଣ ସମସ୍ତେ ଜାଣିଥିବେ ସେ ଅନୁଭବ ମହାନ୍ତି ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ଅଭିନେତ୍ରୀ ତଥା ଓଡ଼ିଆ ସିନେମା ଜଗତର ରାଣୀ ବୋଲି କୁହା ଯାଉଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ଭଲ ପାଇ ବିବାହ କରିଥିଲେ । ତେବେ ଦୁହିଁଙ୍କର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ମଧ୍ୟ ଚାଲିଥିଲା । ଦୁହିଁଙ୍କର ଭଲପାଇବାର ଉଦାହରଣ ଲୋକେ ଦେବାକୁ ଲାଗିଥିଲେ । ଆଉ ସେମାନଙ୍କର ବିବାହରେ ସାରା ଓଡ଼ିଶାବାସୀ ବହୁତ ଖୁସି ଥିଲେ । କାରଣ ସେମାନଙ୍କର ପ୍ରିୟ ଯୋଡି ଅନୁଭବ ଏବଂ ବର୍ଷା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ବେଶ କିଛି ବର୍ଷ ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ସମ୍ପର୍କରେ ଆସିଥିଲା ଫାଟ ।

ଆଉ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଧରିଥିଲା ଏମାନଙ୍କ କାହାଣୀ । ଏବେ ବି ସେମାନଙ୍କ ସମସ୍ୟା ସମାଧାନ ହୋଇ ପାରିନାହିଁ କି ସେମାନଙ୍କର ଛାଡପତ୍ର ହୋଇନାହିଁ । ବର୍ତ୍ତମାନ କ୍ୟାମେରା ଆଗକୁ ଆସି ଅନୁଭବ ବଖାଣିଛନ୍ତି ନିଜ ମନର କଥା ଆଉ କହିଛନ୍ତି ସେ ପିଲାଦିନେ କେତେ କଷ୍ଟରେ ଚଳୁଥିଲେ । ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା ତାଙ୍କୁ ପିଲାଦିନେ । ଏହାବ୍ୟତୀତ ନିଜ ବାପା ମାଆଙ୍କର କଷ୍ଟକୁ ମଧ୍ୟ ବ୍ୟାଖ୍ୟା କରିଛନ୍ତି ଅନୁଭବ । ତେବେ ଖାଲି ସେତିକି ନୁହେଁ , ବର୍ଷାଙ୍କ ସହ ନିଜ ପ୍ରେମ ବିଷୟରେ ମଧ୍ୟ କହିଛନ୍ତି ଅନୁଭବ ।

ତାଙ୍କ କହିବା ଅନୁଯାୟୀ ୨୦୦୮ ମସିହାରୁ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଆଉ ଦୁହେଁ ବିବାହ କରିବାର ସ୍ବପ୍ନ ମଧ୍ୟ ଦେଖିଥିଲେ । ତେବେ ଏଥିପାଇଁ ପରିବାରର ଅରାଜି ସହିବାକୁ ପଡିଥିଲା ତାଙ୍କୁ । ଏହାପରେ ସେ ହାର୍ ମାନି ନଥିଲେ ଆଉ ନିଜ ବାପା ମାଆଙ୍କୁ ବୁଝାଇଥିଲେ । ଆଉ ଶେଷରେ ୨୦୧୪ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହର ଏତେ ବର୍ଷ ପରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଡ଼ । ଆଉ କଥା ଯାଇ ହାଇକୋର୍ଟରେ ପହଞ୍ଚି ଯାଇଥିଲା । ବର୍ତ୍ତମାନ ମଧ୍ୟ ସେମାନଙ୍କ ବିବାଦର ଅନ୍ତ ହୋଇନାହିଁ । ଆଉ ବର୍ଷା ତାଙ୍କୁ ଛାରଖାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଅନୁଭବ ।

Leave a Reply

Your email address will not be published. Required fields are marked *