ଆସନ୍ତୁ ଜାଣିବା ସେହି ମଳିସାହିର ଅକୁହା କଥା, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡିଓ

ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମାଳିସାହି ବିଷୟରେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ । ଆମ ରାଜଧାନୀ ଭୁବନେଶ୍ବରରେ ରହିଥିବା ଏହି ଅଞ୍ଚଳକୁ ସକାଳ ପାହୁଣୁ କେତେ ଯେ ମହିଳା ଆସିଥାନ୍ତି ଟଙ୍କା କମାଇବା ପାଇଁ । ଆଉ ସେହି ଟଙ୍କାରେ ନିଜ ପେଟ ଆଉ ପରିବାରର ପେଟ ପୋଷିବା ପାଇଁ । ତେବେ ଏହି ସ୍ଥାନ ବିଷୟରେ ଆପଣ ଜାଣିଥିବେ ଯେ ଏହା ଓଡ଼ିଶାର ଏକ ବେ-ଶ୍ୟା-ଳୟ ଅଟେ । କେତେ କେତେ ଝିଅ ଏଠାରେ ନିଜ ଦେହ ବିକ୍ରି କରିଦିଅନ୍ତି ଆଉ ଟଙ୍କା ନେଇଯାଆନ୍ତି ।

ତେବେ ଏଠାକୁ କିଏ ବାଧ୍ୟତାମୂଳକ ଭାବରେ ଆସିଥାଏ ତ ଆଉ କିଏ ଠକାମୀର ଶିକାର ହୋଇ ଆସିଥାଏ । ତେବେ ଥରେ ଆସିବା ପରେ ଆଉ ଏଠାରୁ ଫେରିବାର ବାଟ ଖୋଜି ପାଏନାହିଁ । ସେହି ଘରର ଚାରିକାନ୍ଥ ମଧ୍ୟରେ ଏଭଳି ନିଜକୁ ସାମିଲ କରିଦିଏ ଯେ ଆଉ ଫେରି ପାରେନାହିଁ । ଏହି ମାଳିସାହି ପଛରେ ଅନେକ କାହାଣୀ ରହିଛି । ଅନେକ କଷ୍ଟର ଶିକାର ହୋଇ ମହିଳା ମାନେ ବାଧ୍ୟ ହୋଇ ଏଠାରେ ପଡି ରହିଥାନ୍ତି । ତେବେ ଏ ମାଳିସାହିକୁ କିଏ ତିଆରି କଲା କିପରି ଏହା ସୃଷ୍ଟି ହେଲା ସେ ବିଷୟରେ ଆସନ୍ତୁ ଜାଣିବା।

ଜଣେ ମହିଳାଙ୍କ କହିବା ଅନୁଯାୟୀ , ଭୁବନେଶ୍ବରର ଗୋଟିଏ ପାର୍ଶ୍ଵରେ ରହିଥିବା ଜଙ୍ଗଲ ଆଦିରେ ପୂର୍ବରୁ ଲୋକମାନେ ଆସି ଜଣେ ଜଣେ କରି ରହିବାକୁ ଲାଗିଲେ । ଆଉ ଧିରେ ଧିରେ ଜଣେ ପରେ ଜଣେ ମହିଳା ଆସି ଏଠାରେ ଘର ତିଆରି କଲେ । ଆଉ ତାପରେ ତିଆରି ହେଲା ମାଳିସାହି । ଅନେକ ମହିଳା ମାନଙ୍କର ପେଟର ମାଧ୍ୟମ ଏହି ମାଳିସାହି । ଦିନକରେ ଯେତିକି ଟଙ୍କା ରୋଜଗାର କରି ନେଇଯାନ୍ତି , ରାତିରେ ସେହି ଟଙ୍କାରେ ନିଜ ପରିବାରର ପେଟ ପୋଷିଥାନ୍ତି । ତେବେ ଏହି ମହିଳା ମାନଙ୍କର ଏଠାକୁ ଆସିବା ପଛରେ ଅନେକ ଦୁଃଖ ଭରା କାହାଣୀ ଲୁଚି ରହିଥାଏ ।

ଅନ୍ୟପକ୍ଷରେ ସମସ୍ତେ ନିଜ ମନଇଚ୍ଛାରେ ଏଠାକୁ ଆସିନଥାନ୍ତି । ପରିସ୍ଥିତିରେ ପଡି ସେମାନେ ଏଠାକୁ ଆସିଥାନ୍ତି । ଖାଲି ଓଡିଶାରୁ ନୁହେଁ ଓଡିଶା ବାହାରୁ ମଧ୍ୟ ଅନେକ ଝିଅ ଆଉ ମହିଳା ମାନେ ଆସି ଏହି କାମରେ ଲାଗିଥାନ୍ତି । କାହାର ବାପା ମାଆଙ୍କର ଟଙ୍କା ନଥିବା ବେଳେ ଆଉ କାହାର ପ୍ରେମିକ ଆଣି ଧୋକା ଦେଇ ଏଠାରେ ଛାଡି ଦେଇ ଯାଇଥାନ୍ତି । ତେବେ ସୂଚନା ମୁତାବିକ , ଜଣେ ମହିଳା କହିଥିଲେ କି , ସେ ବିବାହିତା ଅଟନ୍ତି ଆଉ ତାଙ୍କର ଗୋଟିଏ ପୁଅ ବି ଅଛି କିନ୍ତୁ ପରିସ୍ଥିତି ତାଙ୍କୁ ଏଠାକୁ ଆସିବା ପାଇଁ ବାଧ୍ୟ କରିଦେଲା। କାରଣ ତାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ବାଡଉଥିଲେ । ଆଉ ସ୍ୱାମୀର ଅତ୍ୟାଚାରକୁ ବେଶୀ ଦିନ ସହି ପାରିନଥିଲେ ମହିଳା।

ଏହାପରେ ଅନ୍ୟମାନଙ୍କ ଘରେ କାମ କରିବାପାଇଁ ବୁଲୁଥିଲେ ଆଉ ଦିନେ ତାଙ୍କୁ ଜଣେ ଏଠାକୁ ଯିବାପାଇଁ କହିଥିଲେ ଆଉ ବସରେ ବସାଇ ଦେଇଥିଲେ ଆଉ ସେ ଆସି ସେଦିନ ଠାରୁ ଏହି କାମରେ ଅଛନ୍ତି । ଆଉ ଜଣେ ଝିଅ ମଧ୍ୟ କୋଲକାତାରୁ ଆସି ଏହି କାମ କରୁଛନ୍ତି । ନିଜର ନୃତ୍ୟଶିଳ୍ପୀ ହେବାର ଇଚ୍ଛାକୁ ବଳି ପକାଇ ନିଜ ପରିବାର ପାଇଁ ଆଗେଇ ଆସିଥିଲେ ସେ ଆଉ ତାପରେ କେବେ ବି ଫେରି ପାରିନଥିଲେ । ତେବେ ଖାଲି ଏମାନେ ନୁହେଁ , ଏମାନଙ୍କ ଭଳି କେତେ କେତେ ମହିଳା ମାନଙ୍କର ଦୁଃଖର କାହାଣୀ ଜାଣିଛି ଏହି ମାଳିସାହି । ତେବେ ଆପଣଙ୍କୁ କହିରଖୁଛୁ ଯେ , ଏହି ବେଶ୍ୟା ମାନଙ୍କ ପାଇଁ ଏକ ଏନଜିଓ ସଂସ୍ଥା କାମ କରୁଛି , ଯିଏ ଯେଉଁମାନେ ଘରକୁ ଯିବାପାଇଁ ଚାହୁଁଛନ୍ତି କିମ୍ବା ଏ ଧନ୍ଦାରୁ ମୁକୁଳିବା ଚାହୁଁଛନ୍ତି ସେମାନଙ୍କୁ ଏହି ସଂସ୍ଥା ବହୁତ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *