ଯିଏ ଆସିବା ବାହା ହେବାକୁ ଆଗ ମାପ ନେବି, ତାପରେ ବାହା ହେବି…

ଜୀବନରେ ଅନେକ ପ୍ରତୀକ୍ଷା ଏବଂ ଅନେକ ସଂଘର୍ଷ କରି ଯେଉଁ ବ୍ୟକ୍ତି ନିଜ ଜୀବନକୁ ଗଢ଼ି ତୋଳିଥାଏ । କେବଳ ସେ ହିଁ ନିଜ ସଂଘର୍ଷ କାହାଣୀକୁ ଠିକ ଭାବରେ ବର୍ଣ୍ଣନା କରିପାରେ । ଅଭିନୟ ଜଗତକୁ ଯେ ସମସ୍ତେ ପୁଳା ପୁଳା ଟଙ୍କା ଥିଲେ ଆସି ପାରନ୍ତି ତାହା ନୁହେଁ । ଅନେକ ଅଭିନେତା ଅଭିନେତ୍ରୀ ଏପରି ବି ଅଛନ୍ତି , ଯେଉଁମାନେ ଖୁବ କଷ୍ଟ ସଂଘର୍ଷ କରି ନିଜକୁ ସଫଳ କରି ପାରନ୍ତି ।

ଆଉ ଯେତେବେଳେ ନିଜ ସଂଘର୍ଷ କାହାଣୀ ଏବଂ ସଫଳତାର କାହାଣୀ ଲୋକଙ୍କ ସାମ୍ନାରେ କହିବାକୁ ଖୁସି ପାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ପ୍ରତିଭାଙ୍କ ବିଷୟରେ କହିବୁ , ଯାହାଙ୍କୁ ସବୁ ଦର୍ଶକ ସିରିଏଲରେ ତାଙ୍କର କମେଡି ଚରିତ୍ର ପାଇଁ ବେଶ ଜାଣିଛନ୍ତି ।

କେବକ ସେତିକି ନୁହେଁ ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ସେ ଆଉ କେହି ନୁହଁନ୍ତି ବରଂ ସିରିଏଲରେ ଲାଲି ନାମରେ ପରିଚିତ ଥିବା ସଞ୍ଚିତା । ସେ କହିଛନ୍ତି ଯେ , ଏହି ଅଭିନୟ ଜଗତକୁ ଆସିବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା । ବାସ ବାପା ମା’ ଏବଂ ଚାରି ଭାଇ ଭଉଣୀର ସଂସାରରେ ନିଜକୁ ଅନ୍ୟତ୍ର ପରିଚିତ କରାଇବାକୁ ଏବଂ ସଫଳ ହେବାକୁ ଆଶା କରି ସେ ଏକ ଲମ୍ଫ ମାରିଥିଲେ । ଜୀବନର ସେହ ନିଷ୍ପତ୍ତିର ମୁହୂର୍ତ୍ତ ବର୍ତ୍ତମାନ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ପାରିଛି । ତାଙ୍କ ଜୀବନରୁ ଯେକେହିବି ଅନେକ କିଛି ଶିକ୍ଷା କରି ନିଜ ଜୀବନକୁ ତିଆରି କରି ପାରିବେ ।

ବାସ୍ତବରେ ଲାଲି ଚରିତ୍ର ପାଇଁ ତାଙ୍କୁ ସାରା ଓଡ଼ିଶାର ଲୋକ ଜାଣିଛନ୍ତି । ଅତି ଛୋଟ ଚରିତ୍ର କୁହାଯାଉଥିବା ଏହି ଭୂମିକାରେ ସେ ନିଜକୁ ଏପରି ରଖିଛନ୍ତି ଯେ ସମସ୍ତଙ୍କ ମୁହଁରେ କେବଳ ତାଙ୍କର ହିଁ ନାମ । ଯଦି ସେ ୧୧ ବର୍ଷ ବୟସରୁ ଯଦି ସେହି ବଡ଼ ନିଷ୍ପତ୍ତି ନେଇ ପାରି ନଥାନ୍ତେ ତେବେ ହୁଏତ ଏପରି ଜାଗାରେ ସେ ପହଞ୍ଚି ପାରି ନଥାନ୍ତେ । ଛୋଟ ବେଳେ ଯାତ୍ରାରେ ଅଭିନୟ କରିବାକୁ ବାପା ମାଙ୍କୁ କହିବା ପରେ ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ଯାହାପରେ ସେ ଏପରି କିଛି ନିଷ୍ପତ୍ତି ନେଇଥିଲେ , ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ମା’ ଙ୍କ ଠାରୁ ଗାଳି ଗୁଲଜ ଶୁଣିବା ପରେ ସିଧା ଟ୍ରକରେ ବସି ଯାଇଥିଲେ ନିଜ ଭବିଷ୍ୟତ ଗଢ଼ିବାକୁ ।

ଯାତ୍ରା ଇଣ୍ଡଷ୍ଟ୍ରିରେ ସେ ପ୍ରଥମେ ୧୧ ବର୍ଷରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ତାପରେ ଅନେକ କଷ୍ଟ କରି ଡାନ୍ସ ଏବଂ ପରେ କୋଣାର୍କ ଗଣନାଟ୍ୟରେ କୌଣସି ଏକ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆସିବ ବା ପଛରେ ପୁରା ଶ୍ରେୟ ପ୍ରଜ୍ଞା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଛନ୍ତି ।

ତେବେ ଯାହାବି ହେଉ ସେ ଭବିଷ୍ୟତରେ ଅଲିଉଡ଼ ଇଣ୍ଡଷ୍ଟ୍ରିରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କେବଳ ଏତିକି କହିଛନ୍ତି ଯେ ସେ ଯେମିତି ଏହି ସ୍ଥାନରେ ପହଞ୍ଚିବାକୁ ୧୪ ରୁ ୧୫ ବର୍ଷ ସଂଘର୍ଷ କରିଛନ୍ତି ସେହିଭଳି ସମସ୍ତେ ଟଙ୍କାରେ ଆଶା ନରଖି ପରିଶ୍ରମ କରିବା ଉଚିତ ଏବଂ ଅପେକ୍ଷା କରିବା ଉଚିତ । ସର୍ବପରେ ଲାଲି କମେଡିରୁ କ୍ୟାରିଅର ଆରମ୍ଭ କରିଥିଲେ । ପୁଣି ସେ ଏହି ଚରିତ୍ରକୁ ହିଁ ଫେରି ଆସିଛନ୍ତି ।

Leave a Reply

Your email address will not be published. Required fields are marked *