କହୁ କହୁ ଅନୁଭବ ଖୋଲି କହିଦେଲେ ନିଜ ମନର କଥା , ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଜଲଦି ହୋଇଯାଉ ….

ଓଲିଉଡର ବାଦଶାହା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପ୍ରତ୍ୟେକଟି ଓଡ଼ିଶାବାସୀ ମନରେ ଘରେ କରି ବସିଛନ୍ତି । ସମସ୍ତଙ୍କ ହୃଦୟରେ ତାଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଜାଗା ରହିଛି। ତାଙ୍କ କଥାବାର୍ତ୍ତା ଢ଼ଙ୍ଗ ଆଉ ତାଙ୍କ ଅଭିନୟ ଷ୍ଟାଇଲରେ ସମସ୍ତେ ପାଗଳ । ସମସ୍ତେ ତାଙ୍କ ଫିଲ୍ମ ଦେଖିବା ପାଇଁ ହଲ ପହଞ୍ଚି ଯାଇଥାନ୍ତି ।

ସେ ବୁଢା ହୁଅନ୍ତୁ କି ଛୁଆ ସମସ୍ତେ ତାଙ୍କ ଅଭିନୟକୁ ବହୁତ ଭଲ ପାଆନ୍ତି । ତାଙ୍କ ଅଭିନୟରେ କିଛି ଗୋଟିଏ ଯାଦୁ ଅଛି , ଯାହା ସମସ୍ତଙ୍କୁ ଆକର୍ଷିତ କରି ନେଇଥାଏ । ଅନେକ ବର୍ଷ ହେଲା ସେ ଓଡ଼ିଶାରେ ରାଜ୍ କରୁଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯେତେ ନୂଆ ନୂଆ ହିରୋ ଆସି ଯାଆନ୍ତୁ ପଛକେ ସମସ୍ତେ ତାଙ୍କ ପଛରେ ।

ଆଉ ତାଙ୍କୁ କେହି ଆଗକୁ ଯାଇ ପାରିବେ ନାହିଁ । ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଅନୁଭବ ମହାନ୍ତିଙ୍କୁ ସମସ୍ତେ ଭଲ ପାଇଥାନ୍ତି । ଆଉ ସମସ୍ତେ ତାଙ୍କୁ ଅନେକ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବିଗତ କିଛି ଦିନ ହେବ , ଅନୁଭବ ମହାନ୍ତିଙ୍କ ଜୀବନରେ ଅନେକ ଝଡ ଆଉ ସମସ୍ୟା ଚାଲିଥିବା କଥା ଆପଣ ସମସ୍ତେ ଜାଣିଥିବେ । ସେ କିଛି ଦିନ ହେବ ଅନେକ ବିବାଦ ଦେଇ ଗତି କରୁଛନ୍ତି ।

ନିଜ ପାରିବାରିକ ମାମଲା ପାଇଁ ସେ ଅନେକ ହନ୍ତସନ୍ତ ହେଉଛନ୍ତି । ଯାହା ପାଇଁ ସେ ଟିକିଏ ଶାନ୍ତି ଅନୁଭବ କରି ପାରୁ ନାହାଁନ୍ତି । ଆଉ କେଉଁ କାମ ବି ଟିକିଏ ଶାନ୍ତିରେ କରି ପାରୁ ନାହାଁନ୍ତି । ଦିନକୁ ଦିନ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡୁଛି । ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଆପଣ ମାନେ ସବୁକିଛି ଜାଣିବାକୁ ପାଇ ସାରିଥିବେ ।

ତେବେ ସୂଚନା ଅନୁଯାୟୀ , ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡର କୁଇନ କୁହା ଯାଉଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ କିଛି ବର୍ଷ ସୁଖ ଶାନ୍ତି ଆଉ ହସ ଖୁସିରେ ମଧ୍ୟ ଜୀବନ ବିତାଇ ଥିଲେ । କିନ୍ତୁ ତାଙ୍କ ପରିବାରରେ ସେତେବେଳେ ଝଡ ଉଠିଥିଲା , ଯେତେବେଳେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାହାନା ଦେଖାଇ ଥିଲେ ।

ଆଉ ଧିରେ ଧିରେ ଅନେକ ସମସ୍ୟା ଦେଖା ଦେଇଥିଲା । ଯେଉଁଥିପାଇଁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଆଉ ଏ ବାବଦରେ ଅନୁଭବ ମହାନ୍ତି ଅନେକ ଥର ସୋସିଆଲ ମିଡିଆରେ ସମସ୍ତଙ୍କୁ କହି ସାରିଛନ୍ତି । ନିଜ ମନର ବ୍ୟଥା ଆଉ ପୀଡାକୁ ସେ ସବୁବେଳେ ଦର୍ଶକ ମାନଙ୍କ ସହିତ ସେୟାର ମଧ୍ୟ କରିଛନ୍ତି ।

ତେବେ ନିକଟରେ ଆପଣ ମାନେ ଶୁଣି ସାରିଥିବେ ଅନୁଭବ ଆଉ ବର୍ଷାଙ୍କ ବୈବାହିକ କଥା ଯାଇ କୋର୍ଟରେ ପହଞ୍ଚି ସାରିଲାଣି । ଆଉ ବର୍ତ୍ତମାନ ସେମାନଙ୍କ ଛାଡ଼ପତ୍ର ପାଇଁ ସମସ୍ତ ପ୍ରକ୍ରିୟା ଆଗକୁ ବଢ଼ିବାରେ ଲାଗିଛି । ତେବେ ନିକଟରେ ଏକ ଫ୍ୟାସନ ଶୋ ରେ ଅନୁଭବ ମହାନ୍ତିଙ୍କୁ ଦେଖା ଯାଇଥିଲା । ଆଉ ସେଠାରେ ସେ ଆମ ଓଡ଼ିଶାର କିଛି ହ୍ୟାଣ୍ଡଲୁମ୍ ପିନ୍ଧି ପ୍ରଦର୍ଶନ କରିଥିଲେ ।

ତେବେ ଏହି ସମୟରେ ଜଣେ ମିଡ଼ିଆ ଭାଇ ତାଙ୍କୁ ଛାଡପତ୍ର କଥା ପଚାରି ଦେଇଥିଲେ ଆଉ ଯାହାର ଉତ୍ତର ଦେଇ ଅନୁଭବ କହିଥିଲେ କି , ସେ ଚାହୁଁଛନ୍ତି ଜଲଦି ଛାଡ଼ପତ୍ର ହୋଇଯାଉ । ଆଉ ଆପଣ ସମସ୍ତେ ଭଗବାନଙ୍କୁ ଡାକନ୍ତୁ , କେତେ ଜଲଦି ସେ ଏହି ସମ୍ପର୍କରୁ ମୁକ୍ତି ପାଇବେ । ଆଉ ତାପରେ ଯାଇ ସେ ବିବାହ କଥା ଆଗକୁ ଚିନ୍ତା କରିବେ ।

Leave a Reply

Your email address will not be published. Required fields are marked *