ମୃତ ସ୍ୱାମୀର ଚିତା ଲିଭିନି ସ୍ତ୍ରୀ ପିଲା ଛୁଆଙ୍କୁ ଛାଡି ପ୍ରେମିକ ସହ ଛୁ….

ସ୍ୱାମୀର ଚିତା ଲିଭିନି ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ଫେରାର। ଧନ୍ୟ କହିବ ତୁମକୁ ଧନ୍ୟ ତୁମେ ସ୍ତ୍ରୀ। ଏମିତି ସ୍ତ୍ରୀ ଯେ ଜଗତେ ନାହିଁ। ସାରା ବ୍ରହ୍ମାଣ୍ଡ ଖୋଜି ଆସିଲେ ବି ଏମିତି ସ୍ତ୍ରୀ ମିଳିବେ ନାହିଁ। ଜିଏ ହତଭାଗା ହେଇଥିବ ତାକୁ ଏମିତି ସ୍ତ୍ରୀ ମିଳିବ। ମାନିବାକୁ ପଡିବ ତୁମକୁ ଆଉ ମାନିବାକୁ ପଡିବ ତୁମ ସ୍ତ୍ରୀ ପଣିଆକୁ ସାରା ଜଗତରେ ତୁମ ପରି ସ୍ତ୍ରୀ ବୋଧେ ହୁଏ ବିରଳ। ଏ କଥା ଆମେ କହୁନୁ ଏ କଥା ଲୋକେ କହୁଛନ୍ତି। ଲୋକେ ଖାଲି କଥାରେ କହୁ ନାହାଁନ୍ତି ବଂର ଛି ଛିକାର ବି କରୁଛନ୍ତି। ଲୋକେ କହୁଛନ୍ତି ଭଗବାନ ଏମିତି ସ୍ତ୍ରୀକୁ କାହା ବେକରେ ନ ବାନ୍ଧନ୍ତୁ।

ଘଟଣା କିଛି ଏମିତି ଯେ ଏ ଘଟଣା ଯିଏ ଶୁଣିବ ତାଙ୍କ ପାଦ ତଳୁ ମାଟି ଖସିଯିବ। ଓଡ଼ିଆ ଘରର ବୋହୁ ମାନେ ସ୍ୱାମୀର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରି ପାରିନଥାଆନ୍ତି। କେବଳ ଓଡ଼ିଆ ଘର ନୁହେଁ ସାରା ବିଶ୍ୱରେ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଏଠାରେ କିନ୍ତୁ ଯାହା ଘଟିଛି ଯିଏ ଶୁଣିବେ ସେ ନିହାତି ମୁଣ୍ଡରେ ହାତ ଦେବେ। ହୁତୁ ହୁତୁ ହୋଇ ଜଳୁଥିଲା ସ୍ୱାମୀର ଚିତା। ସ୍ୱାମୀ ସୋଇ ରହିଥିଲା କିଛି ଖଣ୍ଡ କାଠରେ। ହେଲେ ସେପଟେ ସ୍ୱାମୀର ଚିତାର ନିଆଁର ଆଲୋକରେ ପ୍ରେମିକର ହାତ ଧରି ବିଚ ରାସ୍ତାରେ ସ୍ତ୍ରୀ ଭାଗି ଯାଉଥିଲା ପ୍ରେମିକ ସାଥିରେ। ଧନ୍ୟ କହିବ ତୁମକୁ ଧନ୍ୟ ତୁମେ ପ୍ରେମିକ। ତୁମ ପ୍ରେମର ନିଶାଟା ଏତେ ଥିଲା ଯେ କଣ ଭୁଲି ଯାଇଥିଲ ନିଜ ହିତାହିତ ଜ୍ଞାନ। 

ଦର୍ଶକ ବନ୍ଧୁ ସ୍ତ୍ରୀ ଜଣଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିବା ପରେ ପ୍ରେମିକର ହାତକୁ ଜାବୁଡି ଧରି ସାରା ଲୋକଙ୍କ ଆଗରେ ନିର୍ଭୟରେ ଚାଲି ଯାଉଛି। ଲୋକେ କହୁଛନ୍ତି ଏମିତି ଲାଗୁଥିଲା ଯେମିତି ଏ ସ୍ତ୍ରୀ ଆଉ ପ୍ରେମିକ ଜଣଙ୍କ ମୁହଁକୁ ଟିକେ ହେଲେ ମଧ୍ୟ ଲଜ୍ୟା ସରମ ନଥିଲା। ସେପଟେ ଚାରୋଟି ଛୁଆଁଙ୍କ ମୁହଁକୁ ବି ଚାହିଁଲା ନାହିଁ ଏହି ଅଲାଜୁକି ମା। ଛୁଆଙ୍କ ନିରିହ ମୁହଁ ଦେଖିଲେ କାହାର ବି ହୃଦୟ କାନ୍ଦି ଉଠିବ। ଛୁଆ ମାନେ ବିକଳରେ ଚାହିଁ ଆଉ ଭାବୁଛନ୍ତି ଆମ ଭବିଷ୍ୟତ କଣ। ତୁ ସିନା ତୋ ପ୍ରେମିକ ସହ ଚାଲିଗଲୁ ଆମେ ଏବେ କରିବୁ କଣ। ଆମେ ଆମ ବାପା ପାଖରେ ଖୁସିରେ ରହିଥାନ୍ତୁ। ତତେ ଯଦି ତୋ ପ୍ରେମିକ ଦରକାର ଥିଲା ତୁ ଛାଡ଼ ପତ୍ର ଦେଇ ଯାଇ ପାରିଥାନ୍ତୁ ହେଲେ ତୁ କଣ କଲୁ ନା ଆମ ବାପାଙ୍କୁ ଆମ ପାଖରୁ ଛଡେଇ ନେଲୁ। 

ତୁ ଏମିତି ମା ତତେ ମା ବୋଲି କହିବାକୁ ଆମକୁ ଘୃଣା ଲାଗୁଛି। ତୋ କୋଳରେ ଜନ୍ମ ହେଇ ଆମେ ନିଜକୁ ଧିକ୍କାର ମନେ କରୁଛୁ। ତୋ ପରି ମା ଭଗବାନ କାହାକୁ ନଦିଅନ୍ତୁ। ତତେ ବାପା ଗନ୍ଧେଇଲେ ଛୁଆ ବି ଗନ୍ଧେଇଲେ କେବଳ ସେ ପ୍ରେମିକ ତତେ ଭଲ ଲାଗିଲା। ଠିକ ଅଛି ତୋର ଯିବାର ଥିଲା ତୁ ଚାଲିଗଲୁନି ତତେ କେହି ବାଧା ଦେଇ ନଥାନ୍ତେ। ମାତ୍ର ତୁ କାହିଁକି ଆମ ବାପାଙ୍କ ଜୀବନ ନେଇ ଗଲୁ ବୋଲି ଏବେ ଛୁଆ ମାନେ ପ୍ରଶ୍ନ କରିଛନ୍ତି।

ସେପଟେ ସ୍ତ୍ରୀ ଜଣଙ୍କ କହିଛନ୍ତି କି ମୁଁ ସ୍ୱାମୀଙ୍କୁ ମାରିନି ସେ କେମିତି ମଲେ ମୁଁ ଜାଣିନି। ମୁଁ ମୋ ପ୍ରେମିକ ସହ ଚାଲିଯିବି। ମତେ ଛୁଆ ଘୃଣା କରୁଛନ୍ତି ମୁଁ ଯାହା କରିଛି ଭୁଲ କରିଛି। ଯଦି ମତେ ଏ ଘରେ ରଖିବେ ତାହାଲେ ମୁଁ ରହିବି ନହେଲେ ମୁଁ ଆଉ କେଉଁ ଆଡେ ଯିବି ମୁଁ ମୋ ପ୍ରେମିକ ପାଖକୁ ହିଁ ଚାଲିଯିବି। ଏ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକର ଆଉ ଏହି ଭଳି ଏକ ସାଙ୍ଘାତିକ ଘଟଣାକୁ ନେଇ ଚାରି ଆଡ଼େ ବେଶ ଚର୍ଚ୍ଚା ଲାଗି ରହିଛି ଆଉ ଏ କଥା ଯିଏ ଶୁଣୁଛନ୍ତି ସେ ସ୍ତ୍ରୀ ଆଉ ପ୍ରେମିକଙ୍କୁ ଛି ଛିକାର କରୁଛନ୍ତି ।

Leave a Reply

Your email address will not be published. Required fields are marked *