ନିଶା ମହାରଣାଙ୍କୁ ନେଇ ମିଡିଆରେ ଏଭଳି ବ-ୟାନ ଦେଲେ ଜୁନିୟର ବାବୁଶାନ । କହିଲେ ” ମୁଁ ନିଶା ମହାରଣାକୁ ଯାତ୍ରା ମଞ୍ଚ ଉପରକୁ ଚଢ଼େଇ ଦେବିନି ………..

ନିଜର ଅଲଗା ଅନ୍ଦାଜରେ ଲୋକପ୍ରିୟ ହୋଇଥିବା ନିଶା ମହାରଣାଙ୍କୁ ବର୍ତ୍ତମାନ ପୁଣି ସମାଲୋଚନା କରାଯାଉଛି । କେନ୍ଦ୍ରାପଡ଼ାରେ ତାଙ୍କୁ ଦୃଢ଼ ବି-ରୋଧ କରାଯାଇଛି । କେବଳ ରାଜଧାନୀ ଅପେରାର କଳାକାର ମାନେ ନୁହଁନ୍ତି ବରଂ ଟେକ୍ନିସିୟାନ ମାନେ ମଧ୍ୟ ତାଙ୍କୁ ବି-ରୋଧ କରିଛନ୍ତି । ଖାଲି ସେତିକି ନୁହେଁ ସେମାନେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ମଞ୍ଚ ଉପରକୁ ଆସନ୍ତି ତେବେ କେହି କଳାକାର ମଞ୍ଚକୁ ଆସିବେ ନାହିଁ । ତେବେ କିଛିଦିନ ତଳେ ନିଶା ମହାରଣାଙ୍କର ଏକ ବ-ୟାନ ଆସିଥିଲା ଯେଉଁଥିରେ ସେ କହିଥିଲେ ଯେ ଦର୍ଶନ କେବଳ ନିଶାଙ୍କୁ ଦେଖିବା ପାଇଁ ଆସନ୍ତି କୌଣସି କଳାକାରଙ୍କୁ ନୁହେଁ ।

ତାଙ୍କର ଏହି ବୟା-ନକୁ ନେଇ ଅନେକ କଳାକାର ଉତ୍ୟକ୍ତ ହୋଇଥିଲେ ଏବଂ ବର୍ତ୍ତମାନ ସମୟରେ କେନ୍ଦ୍ରାପଡ଼ାରେ ମଧ୍ୟ ଏହାକୁ ବି-ରୋଧ କରାଯାଉଛି । ଜୁନିୟର ବାବୁଶାନ ଅର୍ଥାତ ସୌମ୍ୟ ଏହାକୁ ନେଇ ମିଡ଼ିଆ ସାମ୍ନାରେ ନିଜର ବ-ୟାନ ରେଇଛନ୍ତି । ପ୍ରଥମତଃ ସେ କହିଛନ୍ତି ଯେ ଯାତ୍ରା ମଞ୍ଚ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଯେ ଗୋଟିଏ ଦିନରେ ଆସି ସେ ନିଜର ଭାବିବ । ଯେଉଁ କଥାକୁ ସେ ନିଶା ମହାରଣାଙ୍କୁ ଆକ୍ଷେପ କରି କହିଛନ୍ତି । ସେ ପୁରୁଣା ଯାତ୍ରା କଳାକାର , ଯେଉଁ ମାନଙ୍କ ପାଇଁ ଆଜିବି ଯାତ୍ରା ଚାଲିଛି ତାଙ୍କୁ ଧନ୍ୟବାଦ ଏବଂ ସମ୍ମାନ ଜଣାଇଛନ୍ତି ଏବଂ ନିଶା ମହାରଣାଙ୍କ ଭଳି ଲୋକ କେବେବି ଗେଷ୍ଟ କଳାକାର ହୋଇ ପାରିବେ ନାହିଁ ବୋଲି ଦୃଢ଼ ଭାବରେ କହିଛନ୍ତି । ତାଙ୍କର ଏଭଳି ଉକ୍ତି ପାଇଁ ସେ ଅନେକ ଥର କଣ୍ଟ୍ରୋଭର୍ସିରେ ରହିଛନ୍ତି ।

ଏଥିପାଇଁ ସେ ସର୍ବପ୍ରଥମେ ଦର୍ଶକ ଏବଂ କମିଟି ଭାଇଙ୍କୁ ଦାୟୀ କରିଛନ୍ତି । କାରଣ ଯଦି କମିଟି ନଚାହିଁଥାନ୍ତେ କିମ୍ବା ଦର୍ଶନ ଦେଖି ନଥାନ୍ତେ ତେବେ ଏଭଳି ଲୋକ ଯାତ୍ରା ଭଳି ପବିତ୍ର ମଞ୍ଚକୁ ଆସିପାରି ନଥାନ୍ତା । ସେ କହିଛନ୍ତି ଯେ ନିଶା ମହାରଣାର ଏହି ଭୁଲ ଯେ ଯେଉଁ ଯାତ୍ରା କଳାକାରଙ୍କ ପାଇଁ ସେ ମାତ୍ର ୧୦ ମିନିଟ ମଞ୍ଚକୁ ଆସି ୫୦,୦୦୦ ଟଙ୍କା ନେଇ ଯାଉଛି ସେହି କଳାକାରଙ୍କୁ ଆକ୍ଷେପ କରିବା ଭୁଲ । ତେବେ ବର୍ତ୍ତମାନ ସମୟରେ କେନ୍ଦ୍ରାପଡ଼ାରୁ ଏଭଳି ଏକ ଘ-ଟଣା ଶୁଣିବାକୁ ମିଳିଛି ଯେଉଁଠି ଯାତ୍ରା କଳାକାର ମାନେ ସାଥିରେ ସ୍ୱର ଉତ୍ତୋଳନ କରିଛନ୍ତି ଯେ ନିଶା ମହାରଣା ମଞ୍ଚକୁ ଆସିଲେ କେହିବି କଳାକାର ମଞ୍ଚକୁ ଯିବେ ନାହିଁ ।

ଯେଉଁ ଘ-ଟଣା କି ବର୍ତ୍ତମାନ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଏପଟେ କମିଟି ଲୋକ କିନ୍ତୁ ନିଶା ମହାରଣା ଆସିବା ନେଇ ଜିଦ ଧରିଛନ୍ତି । କଳାକାରଙ୍କ ଦାବି ଯେ ଯଦି ଦର୍ଶନ କେବଳ ନିଶା ମହାରଣାଙ୍କ ପାଇଁ ଟିକେଟ କା-ଟି ଆସୁଛନ୍ତି ତେବେ ଯାତ୍ରା ହେବାର କିଛି ଆବଶ୍ୟକତା ନାହିଁ । ଜୁନିୟର ବାବୁଶାନ ଏହା ମଧ୍ୟ କହିଛନ୍ତି ଯେ ନିଶା ମହାରଣା ରାତାରାତି ସୁପରଷ୍ଟାର କିମ୍ବା ଲୋକପ୍ରିୟ ହେବା ପାଇଁ ହିଁ ଏଭଳି କାମ କରନ୍ତି । ଯାହାକି ଅନ୍ୟ କେହି କଳାକାର କରନ୍ତି ନାହିଁ । କିଛିଦିନ ତଳେ ଆସିଥିବା ନିୟମ ଯେ କେହିବି ଅ-ଶ୍ଳୀଳ ଭାଷା ବ୍ୟବହାର କରିବେ ନାହିଁ ତାହାକୁ ଅନେକ କଳାକାର ମାନୁ ନାହାଁନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *