ପାଦରେ ଅଳତା ମହିଳା ମାନେ କାହିଁକି ଲଗାନ୍ତି ?

ହିନ୍ଦୁ ଧର୍ମରେ ଅଳତାର ମହତ୍ୱ ବେଶ ଅଧିକ ରହିଥାଏ । ପ୍ରତ୍ୟକଟି ଶୁଭ ଏବଂ ଅଶୁଭ କାର୍ଯ୍ୟରେ ଅଳତାର ବ୍ୟବହାର କରିବାକୁ ପଡିଥାଏ । ତେବେ ଅଳତା ଲଗାଇବା ପଛରେ ଅନେକ କାରଣ ରହିଛି । ତେବେ ଆଜି ଆମେ ଜାଣିବା ଅଳତା ଲଗାଇବା ଦ୍ୱାରା କଣ ଘଟିଥାଏ । ଆପଣ ମାନେ ନିହାତି ଭାବେ ଜାଣିଥିବେ ବିବାହ ହେଉ କି ବ୍ରତ ଘର ପ୍ରତ୍ୟକଟି କାର୍ଯ୍ୟରେ ଅଳତାକୁ ଖୋଜା ପଡିଥାଏ ।

ତେବେ କେବଳ ଏତିକି ନୁହେଁ ଯେ କୌଣସି ଶୁଭ କାର୍ଯ୍ୟରେ ମଧ୍ୟ ଅଳତାର ଗୁରୁତ୍ୱ ବେଶ ଅଧିକ ରହିଥାଏ । ତେବେ ଅଳତା ଯେତେବେଳେ ଜଣେ ବିବାହିତା ମହିଳା ପିନ୍ଧିଥାନ୍ତି ସେତେବେଳେ ତାଙ୍କ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ସତେ ଯେପରି କେବେ କେବେ ଏମିତି ଲାଗେ ଯେପରି ଅଳତା ନ ଲଗାଇବା ଦ୍ୱାରା ଗୋଟେ ନାରୀର କିଛି ଅସମ୍ପୂର୍ଣ୍ଣ ରହିଯାଇଥାଏ । ତେବେ ଏଠାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କୁ କହିବାକୁ ଯାଉଛୁ କି ଅଳତା ଲଗାଇବା କେବଳ ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଇ ନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ ।

ଆପଣ ମାନେ ନିହାତି ଭାବେ ଜାଣିଥିବେ କି ଯେତେବେଳେ ଜଣେ ମହିଳା ପାଦରେ ଅଳତା ଧାରଣ କରିଥାନ୍ତି ସେତେବେଳେ ଅଳତା ହେନା ପରି ଆପଣଙ୍କ ପାଦକୁ ଥଣ୍ଡା ଦେଇଥାଏ ।ଆଉ ଏହା ବୈଜ୍ଞାନିକମାନେ ମଧ୍ୟ ଗ୍ରହଣ କରିଛନ୍ତି। ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ଅଳତା ପ୍ରୟୋଗ କରିବା ଦ୍ୱାରା ମାନସିକ ଚାପ କମିଯାଏ। ହେଲେ ମନେ ରଖନ୍ତୁ ପ୍ରାକୃତିକ ଭାବରେ ପ୍ରସ୍ତୁତ ହୋଇଥିବା ଅଳତା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ବୋଲି କୁହାଯାଇଥାଏ ।

ତେବେ କେବଳ ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ନୁହେଁ ଅନେକ ରାଜ୍ୟରେ ପୂଜାପାଠ କିମ୍ବା ଶୁଭ କାର୍ଯ୍ୟରେ ଏହାକୁ ପ୍ରୟୋଗ କରିବାର ଧାରା ଅଛି। ଅଳତାକୁ ହିନ୍ଦୁ ଧର୍ମରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯେତେବେଳେ ଲାଲ ରଙ୍ଗର ଅଳତା ଯେତେବେଳେ ଜଣେ ସଧବା ନାରୀ ପାଦରେ ଧାରଣ କରେ ସେତେବେଳେ ତାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ସେ ଅହି ସୁଲକ୍ଷଣି ମଧ୍ୟ ହୋଇଥାନ୍ତି ।

ତେବେ କେବଳ ଏତିକି ନୁହେଁ ବିଶ୍ୱାସ କରାଯାଏ ଯେ ଅଳତାକୁ ନେଇ ଆଉ ଏକ କଥା ଅଛି ।ଆଉ ଅଳତା ବିଷୟରେ ଏହି କଥା ଏକ ପ୍ରସିଦ୍ଧ କଥା ବୋଲି କୁହାଯାଏ। ଯେଉଁଥିରେ କୁହାଯାଏ ଯେ ପୁରାତନ କାଳରେ, ଯେତେବେଳେ ସୁନ୍ଦର ମହିଳାମାନେ ପାଦରେ ଅଳତା ଲଗେଇ ଅଶୋକା ଗଛ ନିକଟରେ ବୁଲୁଥିଲେ, ସେତେବେଳେ ଫୁଲ କଡ଼ ଫୁଟିଯାଉଥିଲା , ଯାହାକି ବସନ୍ତର ସଙ୍କେତ ବୋଲି ବିବେଚନା କରାଯାଉଥିଲା ।

ତେବେ ଆପଣ ମାନେ ନିହାତି ଭାବେ ଜାଣିଥିବେ ବିବାହିତ ମହିଳାମାନେ ଯେକୌଣସି ପୂଜାରେ ଅଳତାକୁ ନିଶ୍ଚିତ ଭାବରେ ପିନ୍ଧିଥାନ୍ତି କାରଣ ଏହାକୁ ଯେକୌଣସି ପୂଜାରେ ପିନ୍ଧିଲେ ସ୍ୱାମୀଙ୍କ ପାଇଁ ମଙ୍ଗଳ ବୋଲି ବିବେଚନା କରାଯାଏ । ତେବେ ଏହି ବିଶ୍ୱାସ ଏହି ପରମ୍ପରା ଆଜି ବି ଅନେକ ରାଜ୍ୟରେ, ବିଶେଷକରି ରହି ଆସିଛି । ବିଶେଷ କରି ବିହାର, ବଙ୍ଗଳା ଏବଂ ଓଡିଶାରେ ଅଳତା ବିନା ଶୃଙ୍ଗାର ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା ସହିତ ଅଳତାକୁ ହାତରେ ମଧ୍ୟ ପ୍ରୟୋଗ କରାଯାଏ।

ତେବେ ଅଳତା ଯେପରି ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଇଥାଏ । ସେହିପରି ଅଳତା ସଧବା ନାରୀ ପିନ୍ଧିଲେ ପତିର ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ ।ତେବେ ଅଳତା ସାନ ଠୁ ବଡ଼ ସମସ୍ତଙ୍କର ବେଶ ପସନ୍ଦ । ବିବାହ ବେଳେ କେବଳ ମହିଳା ମାନେ ଅଳତା ପିନ୍ଧନ୍ତି ନାହିଁ ବରଂ ବିବାହ ବେଳେ ପୁରୁଷ ମଧ୍ୟ ଅଳତା ପିନ୍ଧିଥାନ୍ତି କାରଣ ଅଳତାରେ ସେ ଯେହେତୁ ଖୁବ ସୁନ୍ଦର ଦେଖା ଯାଆନ୍ତି ତେଣୁ ଅଳତା ସମସ୍ତଙ୍କୁ ବେଶ ଅଧିକ ପସନ୍ଦ ଆସିଥାଏ ।

Leave a Reply

Your email address will not be published. Required fields are marked *