ସହିଦ ହୋଇଗଲେ ୟୁକ୍ରେନର ଘୋଷ୍ଟ ପାଇଲଟ, ଯାହାଙ୍କର ଅଦମ୍ୟ ସାହସ ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ।

ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଥିବା ବିଶ୍ୱର ବଡ଼ ଯୁ-ଦ୍ଧ ବିଷୟରେ। ରୁଷ ଏକ ବିଶାଳକାୟ ଦେଶ ହେଲେ ମଧ୍ୟ ତା ସମ୍ମୁଖରେ ପିମ୍ପୁଡି ସଦୃଶ ୟୁକ୍ରେନ ଦେଶ ଉପରକୁ ପ୍ରାୟ ୨୦ ଦିନ ଧରି ଆକ୍ରମଣ କରି ଚାଲିଛି। ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅ-ସ୍ତ୍ର-ଶ-ସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।

ତେବେ ୠଷିଆ ଆକ୍ର-ମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମ-ବଳ ବୃଦ୍ଧି କରିବାରେ ଲାଗିଛନ୍ତି। ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଯୁଦ୍ଧ ଶେଷ ହେବାର ନାମ ନେଉ ନାହିଁ। ତେବେ ଏହି ସମୟରେ ୟୁକ୍ରେନ କୁ ଏକ ଶକ୍ତ ଝଟକା ଲାଗିଛି। ଯୁଦ୍ଧ ସହ ଜଡିତ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତ ୟୁକ୍ରେନ ବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୟୁକ୍ରେନ ଯେତେବେଳେ ବିପଦରେ ପଡିଥିଲା ସେତେବେଳେ ମିଗ-୨୦ ବିମାନ ଜଣେ ପାଇଲଟ ଉଡେଇ ରୁଷର ସେନା ଉପରକୁ ଆତର୍କିତ ଆକ୍ର-ମଣ କରିଥିଲା। ଯାହାକି ୟୁକ୍ରେନ ସେନା ଓ ଦେଶବାସୀ ଙ୍କ ମନରେ ଏକ ସାହସର ଦୀପ ଜଳି ଉଠିଥିଲା। ତେବେ ଅଜଣା ପାଇଲଟର ନାମ ‘ଘୋଷ୍ଟ ଅଫ କିଭ’ ପରିଚିୟ ଲାଭ କଲେ। କିନ୍ତୁ ରୁଷ ସହ ଲଢେଇ କରୁ କରୁ ଟଳି ପଡିଛନ୍ତି ଏହି ରହସ୍ୟମୟ ପାଇଲଟ। ଯାହାଙ୍କର ଅଦମ୍ୟ ସାହସ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି।

ରହସ୍ୟମୟ ପାଇଲଟ

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଘୋଷ୍ଟ ଅଫ କିଭ ନାମରେ ଷ୍ଟିପାନ ତାରାବଲକା ପରିଚିତ ହାସଲ କରିଥିଲେ। ତେବେ ସେ ୟୁକ୍ରେନର ବାୟୁ ସେନା ବିଭାଗରେ କାମ କରନ୍ତି। ଯେତେବେଳେ ଦେଶ ବିପଦରେ ପଡିଥିଲା ସେ ନିଜ ଜୀବନକୁ ଖାତିର ନ କରି ଆଗକୁ ମାଡି ଆସିଥିଲେ। ମିଗ-୨୦ ଧରି ରୁଷର ବିଶାଳ ସେନା ଉପରେ ଆତର୍କିତ ଆକ୍ର-ମଣ କରି ଦେଇଥିଲେ। ଯାହାକି ରୁଷ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିବ। ସେ ଏକାକୀ ହିଁ ରୁଷର ୪୦ ଲଢୁଆ ବିମାନକୁ ଖସେଇ ଦେଇଥିଲେ। କିନ୍ତୁ ଗତ ମାସରେ ତାଙ୍କର ସହିଦ ହୋଇଥିବା ଜଣା ପଡ଼ିଛି।

ଦି ଟାଇମ୍ସର ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ତାରିଖ ଦିନ ମିଗ-୨୯ ମେଜର ଷ୍ଟିପାନ ତାରାବଲକା ବିମାନ ଚଲେଇ ଲଢେଇ କାରୁଥିଲେ। ତେବେ ଏହି ସମୟରେ ରୁଷର ସୈନ୍ୟବାହିନୀ ବିମାନ ଉପରକୁ ଗୁଳିରେ ଆକ୍ରମଣ କରି ଦେଇଥିଲେ। ତେବେ ପାଇଲଟଙ୍କ ଦେହରେ ଗୁ-ଳି ବାଜି ଘୋଷ୍ଟ ଅଫ କିଭଙ୍କ ମୃ-ତ୍ୟୁ ଘଟିଲା। ଯାହାକୁ ନେଇ ୟୁକ୍ରେନ ସରକାର ଟ୍ବିଟ କରି ଜଣାଇଛନ୍ତି।

ଅଦମ୍ୟ ସାହସରେ ଭରି ପୂର୍ଣ୍ଣ ଥିବା ମେଜର ଷ୍ଟିପାନ ତାରାବଲକା ପଶ୍ଚିମ ୟୁକ୍ରେନର କାରୋଲିପକା ନାମକ ଏକ ଛୋଟ ଗାଁ’ରେ ଏହ ଶ୍ରମଜୀବୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ଗାଁ ଆକାଶ ଦେଇ ଉଡି ଯାଉଥିବା ଲଢୁଆ ପାଇଲଟ ବିମାନ ଗୁଡିକୁ ଦେଖି ସେ ପିଲାବେକୁ ଜଣେ ପାଇଲଟ ହେବାକୁ ମନ ବଳାଇଥିଲେ। ଆଜି ସେ ସଫଳ ପାଇଲଟ ହେବା ସହ ଦେଶର ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସଗ କରିଛନ୍ତି।

Leave a Reply

Your email address will not be published. Required fields are marked *