ଗର୍ଭବତୀ ସ୍ତ୍ରୀ ପାଇଁ ଛୁଟି ମାଗି ମାଗି ଥକିଗଲେ ସ୍ୱାମୀ, ହେଲେ ମିଳିଲାନି ଛୁଟି ଆଉ ଯେବେ ଛୁଟି ମିଳିଲା ସେବେ…।

ଏହି ଘଟଣାଟି ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଛାତି ଥରାଇ ଦେଇଛି ଏହି ଘଟଣାଟି। ଏମାରଜେନ୍ସିରେ ସ୍ୱାମୀକୁ ଛୁଟି ମିଳିଲାନି ଆଉ ଏପଟେ ଗର୍ଭବତୀ ସ୍ତ୍ରୀ ସ୍ୱାମୀର ଆସିବା ବାଟକୁ ଚାହିଁ ଚାହିଁ ଛୁଆ ସହିତ ଆଖି ବୁଜିଦେଲା।ଗର୍ଭବତୀ ଥିଲା ସ୍ତ୍ରୀ ମା ହେବା ପାଇଁ ଯାଉଥିଲା ସେଥିପାଇଁ ଖୁସିରେ ଫାଟି ପଡୁଥିଲା ସୁନାର ସଂସାର। ସ୍ୱାମୀ ସ୍ତ୍ରୀଙ୍କର ଏ ଥିଲା ପ୍ରଥମ ସନ୍ତାନ। ସେଥିପାଇଁ ବେସ ଖୁସିଥିଲେ ସ୍ୱାମୀ ସ୍ତ୍ରୀ।

ତାଙ୍କ ଘରକୁ ଏକ କୁନି ଅତିଥି ଆସିଥାନ୍ତା ସେ କୁଆଁ କୁଆଁ କାନ୍ଦିଥାନ୍ତା ନାଲି ନାଲି କୁନି କୁନି ଓଠରେ ହସି ଥାନ୍ତା ସେ ପୁଣି ବାପା ମା’ ବୋଲି ଡାକିଥାନ୍ତା। ହେଲେ ଏତେ ଖୁସିର ମାହଲ ଭିତରେ କାହାର କେଜାଣି ନଜର ଲାଗିଗଲା। ହଠାତ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହେଲା। ସ୍ୱାମୀ ଥିଲା ଅଫିସରେ। ଏମରଜେନ୍ସିରେ ଛୁଟି ମାଗିବାରୁ ଛୁଟି ମିଳିନଥିଲା। ଏପଟେ ଛଟପଟ ହୋଇ ସ୍ତ୍ରୀ ଆଉ ଛୁଆ ମରିଗଲେ।

ଯିଏ ଦଶମାସ ଦଶ ଦିନ ନିଜ ଛୁଆକୁ ଗର୍ଭରେ ଧରି ସାଇତି ରଖିଥିଲା ସେ ମା’ ଆଜି ଆଉ ଏ ଦୁନିଆରେ ନାହିଁ। ଆଉ ଦୁନିଆ ଦେଖିବା ପୂର୍ବରୁ ଛୁଆଟିବି ମୃତ୍ୟୁ ବରଣ କରିଛି।ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜାନୁଲ ଜିଲ୍ଲାର ରାମପୁରାରେ।ମେନ ପୁରୀର ବାସିନ୍ଦା ବିକାଶ ନିର୍ମଳଙ୍କୁ ଫେବୃଆରୀ ୨୦୨୪ ରେ ଏହି ପୋଲିସ ଷ୍ଟେସନରେ ପୋଷ୍ଟିଂ ଦିଆଯାଇଥିଲା। ତାଙ୍କ ପତ୍ନୀଙ୍କ ନାମ ଜ୍ୟୋତି।

ଯିଏକି ମୁମ୍ବାଇର ଆସିଫ କନଷ୍ଟେବଳ ଭାବରେ ନିଯୁକ୍ତି ପାଇଥିଲେ। ତେବେ ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ପରିବାର ସହିତ ଗାଁରେ ରହୁଥିଲେ। ଜ୍ୟୋତିଙ୍କର ୯ ମାସ ଚାଲିଥିଲା। ଗତ ୧ ମାସ ଧରି ବିକାଶ ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ଅଫିସରେ ୪ ଥର ଛୁଟି ମାଗିଥିଲେ। କିନ୍ତୁ ସେ ଛୁଟି ପାଇନଥିଲେ ଆଉ ବର୍ତ୍ତମାନ କନଷ୍ଟେବଳଙ୍କ ପତ୍ନୀ ଆଉ ନବଜାତ ଶିଶୁର ମୃତ୍ୟୁ ପରେ ସ୍ୱାମୀକୁ୧ମାସ ଛୁଟି ଦିଆଯାଇଛି। ଏପରି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସ୍ୱାମୀ ଛୁଟି ନେଇ କ’ଣ କରିବେ।

ରାମପୁରାର ପୋଲିସଙ୍କ ଏଭଳି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଅସନ୍ତୋଷ। ଜାନୁଲରେ ଅତିରିକ୍ତ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ଷ୍ଟେସନରେ ଇନଚାର୍ଜ ଏହି ଘଟଣାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏପଟେ ପୋଲିସ ଷ୍ଟେସନରେ କନେଷ୍ଟବଳଙ୍କୁ ଛୁଟି ନଦେବା ଘଟଣା ପୁରା ଅଞ୍ଚଳରେ ହଇଚଇ ମଚେଇ ଦେଇଛି। ଆଉ ଲୋକଙ୍କ ମନରେ ଏକଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।ଏପଟେ ସ୍ତ୍ରୀ- ଛୁଆକୁ ହରେଇ ଭାଙ୍ଗି ପଡିଛି ସ୍ୱାମୀ ଆଉ କାନ୍ଦି କାନ୍ଦି ଆଖିରୁ ଲୁହ ବି ଶୁଖୁନାହିଁ।

Leave a Reply

Your email address will not be published. Required fields are marked *